ଅଧିକ ସାନିଟାଇଜର ବ୍ୟବହାର ଆଣିପାରେ ଏହିସବୁ ସ୍ବାସ୍ଥ୍ୟ ସମସ୍ୟା: ଜାଣନ୍ତୁ…

କରୋନା ଭାଇରସ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏଥିରୁ ମୁକ୍ତି ପାଇବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଔଷଧ ଆସିନାହିଁ। ଫଳରେ ସାମାଜିକ ଦୂରତା, ହାତ ସାନିଟାଇଜ୍‌ କରିବା ଏବଂ ମାସ୍କ ପିନ୍ଧିବା ଏହାର ବିକଳ୍ପ। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏବଂ ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧକ କେନ୍ଦ୍ର ଏହି ସାନିଟାଇଜର ବ୍ୟବହାର ପାଇଁ ନିରନ୍ତର ପରାମର୍ଶ ଦେଉଥିଲେ। ହେଲେ ଏବେ ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଲୋକଙ୍କ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି ଅଧିକ ହାତ ସାନିଟାଇଜର ବ୍ୟବହାର ନ କରିବାକୁ ନିବେଦନ କରିଛି।
ସାନିଟାଇଜରର ଅତ୍ୟଧିକ ବ୍ୟବହାର ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ଏହା ଦ୍ୱାରା ଚର୍ମ ନଷ୍ଟ ହେବାର ସମ୍ଭାବନା ଅଧିକ ରହିଛି। ଏଥିସହ ଚର୍ମ ଜନିତ ଅନ୍ୟ ସମସ୍ୟା ମଧ୍ୟ ଦେଖାଦେଉଛି। ତେଣୁ ଯେତେ ସମସ୍ତ କମ୍‌ ସାନିଟାଇଜର ବ୍ୟବହାର କରିବା ଉଚିତ୍‌। ଘରେ ରହୁଥିବା ସମୟରେ ସାନିଟାଇଜର ବ୍ୟବହାର କରିବା ପରିବର୍ତ୍ତେ ସାବୁନରେ ହାତ ଧୋଇବା ଉଚିତ୍‌ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।