ମାଛଚାଷରେ ମାଇକ୍ରୋଆଲଗେ ବ୍ୟବହାର, ବାଣିଜ୍ୟ ସମ୍ଭାବନାକୁ ନେଇ…

ଭଞ୍ଜନଗର,୪ା୯(ବାବୁଲା ପ୍ରଧାନ): ମାଛଚାଷରେ ମାଇକ୍ରୋଆଲଗେର ବ୍ୟବହାର ଓ ଏହାର ବାଣିଜି୍ୟକ ସମ୍ଭାବନାକୁ ନେଇ ଭଞ୍ଜନଗର ନିକଟସ୍ଥ ଦୁବ ଫିସ ଫାର୍ମରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ICAR (ନୂଆଦିଲ୍ଲୀ) ଏବଂ ICAR-CIFA (ଭୁବନେଶ୍ୱର)ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଫାର୍ମର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ ପ୍ରଧାନ ସଂଯୋଜନା କରିଥିଲେ।

ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଡିଏଫ୍‌ଓ ସୁରେଶ ଚନ୍ଦ୍ର ହୋତା, ସିଫାର ପ୍ରଧାନ ବୈଜ୍ଞାନିକ ଡ କେ.ସି ଦାସ, ଡ. ଏନ୍‌ କେ ବାରିକ, CSIR-NIISTର ବରିଷ୍ଠ ପ୍ରଧାନ ବୈଜ୍ଞାନିକ ଡ. ଏମ୍‌ ଅରୁମୁଗମ, ଏସ୍‌ଆର୍‌ଏଫ୍‌ର ଆରାଧନା ମହାନ୍ତି, YP-1 ତିଗ୍ମାଂଶୁ ପାଣି ଏବଂ KSUB ମହାବିଦ୍ୟାଳୟର NSS ଅଧିକାରୀ ବାବୁଲା ପ୍ରଧାନ ଯୋଗଦେଇ ପ୍ରଶିକ୍ଷଣ ଦେଇଥିଲେ।

ମାଇକ୍ରୋଆଲଗେରୁ ମିଳୁଥିବା ପୋଷକତତ୍ତ୍ୱ ଓ ତେଲ ଭବିଷ୍ୟତରେ ମାଛ ଖାଦ୍ୟ (ଫିସ୍‌ ମିଲ ଓ ଫିସ୍‌ ଅଏଲ)ର ଏକ ଉତ୍ତମ ବିକଳ୍ପ ହୋଇପାରିବ। ଅନ୍ତର୍ଜାତୀୟ ବଜାରରେ ଏହାର ଚାହିଦା ଅଧିକ ଥିବାରୁ ଏହା ଚାଷୀ ଓ ନୂତନ ଉଦ୍ୟୋଗୀଙ୍କ ପାଇଁ ମାଛ ଚାଷକୁ ଅଧିକ ଲାଭଜନକ କରିବ। ମାଇକ୍ରୋଆଲଗେ ଉତ୍ପାଦନ ଏବଂ ଏହାର ବୃଦ୍ଧି ପାଇଁ ଆବଶ୍ୟକୀୟ ଜ୍ଞାନକୌଶଳ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୦ ଜଣ ମାଛ ଚାଷୀ, ଉଦ୍ୟୋଗୀ ଏବଂ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ସ୍ବେଚ୍ଛାସେବୀ ଛାତ୍ରୀଛାତ୍ର ଯୋଗଦେଇ ନୂତନ ଜ୍ଞାନ ଆହରଣ କରିଥିଲେ।

Dharitri – Odisha’s No.1 Odia Daily

Share