ଆତ୍ମହତ୍ୟା ପୂର୍ବରୁ ଗୁଗଲ୍‌ରୁ ଏହି ୪ ଜିନିଷ ଅଧିକଥର ସର୍ଚ୍ଚ କରୁଥିଲେ ସୁଶାନ୍ତ

ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ଦେଢମାସ ପୂରିଲାଣି। କିନ୍ତୁ ଏବେ ବି ତାଙ୍କୁ ଭୁଲି ପାରୁନାହାନ୍ତି ତାଙ୍କ ପ୍ରଶଂସକ ଏବଂ ପରିବାର ଲୋକେ। ପ୍ରତିଦିନ ତାଙ୍କୁ ନେଇ ଚର୍ଚ୍ଚା ହେଉଛି। ଏବେ ତାଙ୍କ ମୃତ୍ୟୁ ମାମଲାର ତଦନ୍ତ ଚାଲିଥିବା ବେଳେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ମୃତ୍ୟୁ ପୂର୍ବରୁ ଗୁଗଲରୁ ଅନେକ କଥା ସର୍ଚ୍ଚ କରୁଥିଲେ। ସେଥିମଧ୍ୟରୁ ୪ଟି ଜିନିଷ ଅଧିକଥର ସର୍ଚ୍ଚ କରିଥିଲେ ତାହା ହେଉଛି ବାଇପୋଲାର ଡିସ୍‌ଅର୍ଡର,ସିଜୋଫ୍ରେନିଆ ଏବଂ ପେନ୍‌ଲେସ୍‌ ଡେଥ୍‌(ଯନ୍ତ୍ରଣାବିହୀନ ମୃତ) ଏବଂ ନିଜ ନାମ। ବାଇପୋଲାର ଡିସ୍‌ଅର୍ଡର ଏବଂ ସିଜୋଫ୍ରେନିଆ ଏହି ଦୁଇଟି ଗଭୀର ମାନସିକ ରୋଗ। ସାଧାରଣତଃ ଏହି ରୋଗ ହେଲେ ଘାତକ ପରିଣାମ ସାମ୍ନାକୁ ଆସିଥାଏ। ସୂଚନାଯୋଗ୍ୟ, ଗତ ଜୁନ୍‌ ୧୪ରେ ସୁଶାନ୍ତ ନିଜ ମୁମ୍ବାଇସ୍ଥିତ ବାସଭବନରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। କୁହାଯାଉଛି ସେ ମାନସିକ ଚାପରେ ଥିଲେ। ଏଥିପାଇଁ ସେ ଔଷଧ ମଧ୍ୟ ଖାଉଥିଲେ। ଏବେ ଏହି ଘଟଣାର ପୋଲିସ ତଦନ୍ତ ଚାଲିଛି।

Share