Categories: ଜାତୀୟ

ବ୍ୟୁରୋ ଅଫ୍‌ ସିଭିଲ ଏଭିଏଶନ ସିକ୍ୟୁରିଟିର ପ୍ରଥମ ମହିଳା ମହାନିର୍ଦ୍ଦେଶିକା ହେଲେ ଉଷା ପାଢୀ

ନୂଆଦିଲ୍ଲୀ,୨୮।୮: ଓଡ଼ିଶାା କ୍ୟାଡରର ଆଇଏଏସ୍‌ ଉଷା ପାଢୀଙ୍କୁ ବେସାମରିକ ବିମାନ ଚଳାଚଳ ସୁରକ୍ଷାର ମହାନିର୍ଦ୍ଦେଶିକା ଭାବେ ନିଯୁକ୍ତ କରାଯାଇଛି। ଏହି ପଦବୀ ପାଇବାରେ ଉଷା ହେଉଛନ୍ତି ପ୍ରଥମ ମହିଳା ଓ ତୃତୀୟ ଆଇଏଏସ୍‌। ୧୯୯୬ ବ୍ୟାଚର ଏହି ଆଇଏଏସ୍‌ ୨୦୧୫ରେ କେନ୍ଦ୍ରୀୟ ଡେପୁଟେଶନରେ ଯାଇତିବା ବେଳେ ଏବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରହିଛନ୍ତି। ଏହି ସଂସ୍ଥାର ସର୍ବୋଚ୍ଚ ପଦବୀ ପାଇବାରେ ୩୩ ବର୍ଷ ମଧ୍ୟରେ ଉଷା ହେଉଛନ୍ତି ପ୍ରଥମ ମହିଳା । ଉଷାଙ୍କ ପୂର୍ବରୁ ଆଇପିଏସ ଅଫିସର ରାକେଶ ଅସ୍ଥାନା ଥିବାବେଳେ ତାଙ୍କୁ ସୀମା ସୁରକ୍ଷା ବଳର (ବିଏସଏଫ) ମହାନିର୍ଦେଶକ ଭାବେ ନିଯୁକ୍ତି ମିଳିଛି। ଶ୍ରୀମତି ପାଢୀ ନିଜେ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ବ୍ୟୁରୋ ଅଫ୍‌ ସିଭିଲ ଏଭିଏଶନ ସିକ୍ୟୁରିଟିର ଡାଇରେକ୍ଟର ଜେନରାଲ ତାଲିକାରେ ‘ଶ୍ରୀମତି’ଙ୍କ ନାମ ସାମିଲ ହେଲା।

Share