ୟୁଜର୍ସ ଫି’ କେଳେଙ୍କାରୀରେ ବଡ଼ବଡ଼ିଆଙ୍କ ହାତ: ପୌରାଧ୍ୟକ୍ଷାଙ୍କ ଦାବି ପରେ କାର୍ଯ୍ୟାନୁଷ୍ଠାନ

ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦରେ ୟୁଜର୍ସ ଫି’ କେଳେଙ୍କାରୀ ହଇଚଇ ସୃଷ୍ଟି କରିଛି। ବିଭାଗୀୟ କର୍ମଚାରୀମାନେ ୟୁଜର୍ସ ଫି’ ଅସୁଲି ପାଇଁ ଉଦ୍ଦିଷ୍ଟ ରସିଦ୍‌ ବହିକୁ ଟାମ୍ପରିଂ କରି ବ୍ୟାପକ ଅନିୟମିତତା କରିଛନ୍ତି। ଅସୁଲି ହୋଇଥିବା ୟୁଜର୍ସ ଫି’ର ସମୁଦାୟ ଟଙ୍କାରୁ ୯୦ ପ୍ରତିଶତ ଆତ୍ମସାତ୍‌ କରି ବାକି ୧୦ ପ୍ରତିଶତ ପୌର ପରିଷଦରେ ଜମା କରିବା ଭଳି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିବା ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। କାର୍ଯ୍ୟରତ ୨ କର୍ମଚାରୀ (ସାନିଟାରୀ) ଏକ୍ସପର୍ଟ ସୁଶାନ୍ତ ପ୍ରଧାନ ଏବଂ ପାର୍ଥସାରଥୀ ସେଠୀଙ୍କୁ ପୌର ପରିଷଦରୁ ବାହାର (ଡିସ୍‌ଏନ୍‌ଗେଜମେଣ୍ଟ) କରି ଦିଆଯାଇଛି। ସେହିପରି ପୌର ପରିଷଦର କ୍ୟାଶିୟର ଦେବାନନ୍ଦ ରଣାଙ୍କୁ ଜିଲାପାଳ ଆଦିତ୍ୟ ଗୋୟଲ ନିଲମ୍ବନ କରିଛନ୍ତି। ଏହା ସହିତ ପୌର ପରିଷଦର କାର୍ଯ୍ୟନର୍ବାହୀ ଅଧିକାରୀ ହରପ୍ରସାଦ ଭୋଇ ଏହି କେଳେଙ୍କାରୀ ନେଇ ବରଗଡ଼ ଟାଉନ ଥାନାରେ ଏତଲା ଦେଇଛନ୍ତି। ତାଙ୍କ ଏତଲାକୁ ଭିତ୍ତିକରି ପୋଲିସ ଦଫା ୪୦୯, ୩୪ ବିଏନଏସ୍‌ରେ ଏକ ମାମଲା (ନଂ.୫୩୬/୨୪) ରୁଜୁ କରିଛି। ଏତଲା ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ତନାଘନା ଚଳାଇଛି। ଅନ୍ୟପଟେ ଉକ୍ତ କେଳେଙ୍କାରୀରେ ଆହୁରି ଲୋକଙ୍କ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ହେଉଛି। ୟୁଜର୍ସ ଫି’ରେ ଏଭଳି ଅନିୟମିତତା ବର୍ଷେ କିମ୍ବା ୨ ବର୍ଷରୁ ନୁହେଁ, ଦୀର୍ଘବର୍ଷରୁ ଏହା ଚାଲି ଆସୁଥିଲା ବୋଲି ସାଧାରଣରେ ଆଲୋଚିତ ହେଉଛି। ତେବେ କେଳେଙ୍କାରୀ ଧରାପଡ଼ିବା ପରେ ତଥାକଥିତ କିଛି ବଡ଼ବଡ଼ିଆ ଲୋକେ ଏଥିରେ ପ୍ୟାଚଅପ୍‌ ମାରିବାକୁ ଉଦ୍ୟମ କରୁଥିଲେ। କିନ୍ତୁ ଖୋଦ୍‌ ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝିଙ୍କ ସମେତ ଉପାଧ୍ୟକ୍ଷ ରାଜେଶ ଅଗ୍ରୱାଲ ଏବଂ ଅନ୍ୟ କାଉନସିଲରବୃନ୍ଦ ଗତ ୧୮ତାରିଖ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଜିଲାପାଳ ଗୋୟଲଙ୍କୁ ଫେରାଦ ହେବା ପରେ କେଳେଙ୍କାରୀକୁ ଚାପିଦେବା ଘଟଣା ଫସର ଫାଟି ଯାଇଥିଲା। କିନ୍ତୁ ଏବେ ମଧ୍ୟ ଏଭଳି ଏକ ବଡ଼ କେଳେଙ୍କାରୀରେ ସମ୍ପୃକ୍ତ କର୍ମଚାରୀଙ୍କୁ ଖସାଇ ଦେବା ପାଇଁ କିଛି ଲୋକ ପ୍ରୟାସ ଜାରି କରୁଥିବା ଯୋଗୁ କେଉଁ ସ୍ବାର୍ଥରେ ସେମାନେ ସେଭଳି ହୀନ ଉଦ୍ୟମ କରୁଛନ୍ତି, ତାକୁ ନେଇ ସହରରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ବରଗଡ଼ ପୌର ପରିଷଦ ଅଞ୍ଚଳରେ ରହିଥିବା ଘର, ଦୋକାନ, ମଲ୍‌ ଆଦିରୁ ପ୍ରତିମାସ ୟୁଜର୍ସ ଫି’ ସଂଗ୍ରହ କରି ଆସୁଛି। ପୌର ପରିଷଦର ସାନିଟାରୀ ଏକ୍ସପର୍ଟଙ୍କ ତତ୍ତ୍ୱାବଧାନରେ ତାହା ସଂଗ୍ରହ ହେଉଥିବାବେଳେ କ୍ୟାଶିୟରଙ୍କ ପାଖରେ ସଂଗୃହୀତ ରାଶି ଜମା ହୋଇଥାଏ। କିନ୍ତୁ ଉପରୋକ୍ତ କର୍ମଚାରୀମାନେ ସେଥିରେ ୍ଯଯାପକ ଅନିୟମିତତା କରିଛନ୍ତି। ଲୋକେ ୟୁଜର୍ସ ଫି’ ଦେବାବେଳେ ସେମାନଙ୍କୁ ଦିଆଯାଉଥିବା ରସିଦ୍‌ରେ ସଂଗୃହୀତ ରାଶିର ଠିକ୍‌ ପରିମାଣ ଲେଖାଯାଉ ଥିବାବେଳେ ପୌର ପରିଷଦର ଟଙ୍କା ଜମା କରିବା ସମୟରେ ରସିଦ କପିରେ ଟାମ୍ପରିଂ କରାଯାଇ ୯୦ ପ୍ରତିଶତ ସଂଗୃହୀତ ୟୁଜର୍ସ ଫି’ ଆତ୍ମସାତ୍‌ କରାଯାଉଥିଲା। ଦୃଷ୍ଟାନ୍ତ ସ୍ବରୂପ ୟୁଜର୍ସ ଫି’ ରସିଦ ବୁକ୍‌-୨୩, ରସିଦ କ୍ରମାଙ୍କ-୧୭ରେ ୨୦୨୩ ଜୁନ ୯ରେ ୨ ହଜାର ଟଙ୍କା ୟୁଜର୍ସ ଫି’ ଅସୁଲି ହୋଇଛି। ୟୁଜର୍ସ ଫି’ ଦେଇଥିବା ଲୋକଙ୍କୁ ସେହି ପରିମାଣର ଠିକ୍‌ ରସିଦ ମଧ୍ୟ ଦିଆଯାଇଛି। କିନ୍ତୁ ପୌର ପରିଷଦରେ ଜମା ହୋଇଥିବା ୟୁଜର୍ସ ଫି’ ଖାତାର ସେହି ରସିଦ୍‌ କପିରେ ତାକୁ ୨ ଶହ ଟଙ୍କା ଭାବେ ଉଲ୍ଲେଖ କରାଯାଇଛି। ଅର୍ଥାତ୍‌ ୨୦୦୦ ଟଙ୍କାରୁ ଗୋଟିଏ ଶୂନକୁ ଚତୁରତାର ସହିତ ନିଭାଇ ଦିଆଯାଇଛି। ୨୦୨୩-୨୪ ଆର୍ଥତ୍କ ବର୍ଷରେ ଇସ୍ୟୁ ହୋଇଥିବା ୭୮ ରସିଦ ବହି ମଧ୍ୟରୁ ୫୦ଟି ରସିଦ୍‌ ବହିରେ ସେଭଳି ଟାମ୍ପରିଂ ହୋଇଥିବାବେଳେ ଏପର୍ଯ୍ୟନ୍ତ ୧୦ଟି ରସିଦ୍‌ ବହିର ଥଳକୂଳ ମିଳୁନାହିଁ। ତେବେ ଅନ୍ୟ ୧୮ଟି ରସିଦ୍‌ ବୁକ୍‌ ଠିକ୍‌ ରହିଥିବା ଜଣାପଡ଼ିଛି। ତେବେ ଗୋଟିଏ ଆର୍ଥତ୍କ ବର୍ଷର ରସିଦ ବୁକ୍‌କୁ ନେଇ ଏହି ତଦନ୍ତ ଚାଲୁଛି। କିନ୍ତୁ ଦୀର୍ଘ ବର୍ଷତଳୁ ପୌର ପରିଷଦରେ ଏଭଳି ଅନିୟମିତତା ଚାଲି ଆସୁଥିଲା ଏବଂ ବ୍ୟାପକ ୟୁଜର୍ସ ଫି’ ଆତ୍ମସାତ୍‌ ହୋଇଥିବା ଚର୍ଚ୍ଚା ଚାଲିଛି। ଫଳରେ ଅନିୟମିତତା ଧରାପଡ଼ିବା ପରେ କିଛିଲୋକ ନିଜ ଭାବମୂର୍ତ୍ତି ରକ୍ଷା ପାଇଁ ଏଭଳି ଏକ ବଡ଼ କେଳେଙ୍କାରୀରେ ସମ୍ପୃକ୍ତ କର୍ମଚାରୀଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରୁଥିବା ସାଧାରଣରେ ଆଲୋଚିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri