Posted inଫୁରସତ

ଚର୍ଚ୍ଚାରେ ଏହି ଗ୍ରାମ: ପ୍ରତି ଘରେ ଆଇଏଏସ୍‌, ଆଇପିଏସ୍‌

ଲକ୍ଷ୍ନୌ:ସମ୍ପ୍ରତି ସରକାରୀ ଚାକିରି ପାଇବା ଅନେକଙ୍କ ପାଇଁ କାଠିକର ହୋଇପଡ଼ିଛି। ଆଇଏଏସ୍‌ ଏବଂ ଆଇପିଏସ୍‌ ହେବାକୁ ବହୁ ଛାତ୍ରୀଛାତ୍ର ସ୍ବପ୍ନ ଦେଖୁଥିଲେ ମଧ୍ୟ ପ୍ରତିଯୋଗିତାର ସ୍ତର ଦିନକୁ ଦିନ ବଢ଼ୁଥିବାରୁ ଅଧିକାଂଶ ଛାତ୍ରୀଛାତ୍ର ନିଜର ସ୍ବପ୍ନ ପୂରଣ କରିବାରେ ବିଫଳ ହେଉଛନ୍ତି। ତେବେ ଉତ୍ତରପ୍ରଦେଶର ଯୌନପୁର ଜିଲା ମାଧୋପଟ୍ଟି ଗ୍ରାମ ଏଥିରେ ବ୍ୟତିକ୍ରମ ସାଜିଛି। ଆଇଏଏସ୍‌ ଓ ଆଇପିଏସ୍‌ଙ୍କ ଫ୍ୟାକ୍ଟ୍ରି କୁହାଯାଇଥିବା ଏହି ଗ୍ରାମରେ ପ୍ରାୟ ୧୦୦ ପରିବାର ରହୁଥିବାବେଳେ ସେଥିମଧ୍ୟରୁ ୫୧ ଜଣ ଆଇଏଏସ୍‌, ଆଇପିଏସ୍‌, ଆଇଆରଏସ୍‌ ଅଫିସର ଭାବେ ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଅଛନ୍ତି।
ରାଜଧାନୀ ଲକ୍ଷ୍ନୌରୁ ୩୦୦ କିଲୋମିଟର ଏବଂ ଯୌନପୁର ଜିଲା ମୁଖ୍ୟାଳୟରୁ ପ୍ରାୟ ୧୧ କିମି ଦୂରରେ ମାଧୋପଟ୍ଟି ଗ୍ରାମ ଅବସ୍ଥିତ। ୧୯୫୨ରେ ଡ. ଇନ୍ଦୁପ୍ରକାଶ ଏହି ଗ୍ରାମରେ ପ୍ରଥମ ଥର ପାଇଁ ଆଇଏଏସ୍‌ ପାଇଥିଲେ।
ସେ ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ସ୍ଥାନ ଅଧିକାର କରି ଗାଁର ନାଁ ଗୌରବମୟ କରିଥିଲେ। ଇନ୍ଦୁପ୍ରକାଶ ଫ୍ରାନ୍ସ ସମେତ ଅନେକ ଦେଶର ରାଷ୍ଟ୍ରଦୂତ ଭାବରେ ରୂପେ କାର୍ଯ୍ୟ କରିଥିଲେ। ୧୯୬୪ରେ ଗ୍ରାମର ଛତ୍ରସାଲ ସିଂ ଆଇଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ସେ ପରବର୍ତ୍ତୀ ସମୟରେ ତାମିଲନାଡୁର ମୁଖ୍ୟ ସଚିବ ମଧ୍ୟ କାର୍ଯ୍ୟ କରିଥିଲେ। ୧୯୯୫ରେ ଏହି ଗ୍ରାମର ବିନୟ ସିଂ ଆଇଏଏସ୍‌ ପାଇଲେ। ସର୍ବଭାରତୀୟ ସ୍ତରରେ ତାଙ୍କୁ ୧୩ତମ ର଼୍ୟାଙ୍କ୍‌ ମିଳିଥିଲା। ପରେ ସେ ବିହାରର ମୁଖ୍ୟ ସଚିବ ଭାବେ ମଧ୍ୟ ନିଯୁକ୍ତ ହୋଇଥିଲେ। ତେବେ କିଛି ବର୍ଷ ପରେ ବିନୟଙ୍କ ପରିବାରରୁ ୪ ଭାଇ ଆଇଏଏସ୍‌ ପାଇ ରେକର୍ଡ ସୃଷ୍ଟି କରିଥିଲେ । ତେବେ ଶିକ୍ଷା କ୍ଷେତ୍ରରେ ମାଧୋପଟ୍ଟି ଗ୍ରାମରେ କେବଳ ପୁରୁଷ ନୁହନ୍ତି ମହିଳାମାନେ ବେଶ୍‌ ସଫଳତା ଅର୍ଜନ କରିଛନ୍ତି। ଗ୍ରାମର ଏକାଧିକ ମହିଳା ସିଭିଲ ସର୍ଭିସ୍‌ ପରୀକ୍ଷାରେ ସଫଳତା ପାଇଛନ୍ତି। ଗ୍ରାମର ଜଣେ ବୟସ୍କଙ୍କ କହିବା ଅନୁଯାୟୀ, ଏଠାକାର ଲୋକମାନଙ୍କର ବିଶେଷ ଜମିବାଡି ନ ଥିବାରୁ ସେମାନେ ଚାଷ ଅପେକ୍ଷା ପଢ଼ାପଢ଼ିରେ ଅଧିକ ଧ୍ୟାନ କେନ୍ଦ୍ରିତ କରିଥାନ୍ତି। ଏହି ଗ୍ରାମକୁ ଦେବୀ ସରସ୍ବତୀଙ୍କର କୃପା ରହିଛି, ତେଣୁ ଏଠାକାର ପ୍ରତ୍ୟେକ ପିଲା ବଡ଼ ହୋଇ ଆଇଏଏସ୍‌, ଆଇପିଏସ୍‌ ଏବଂ ଡାକ୍ତର ହେବାନେଇ ସ୍ବପ୍ନ ଦେଖିଥାନ୍ତି ବୋଲି ସେ କହିଛନ୍ତି। କେବଳ ଆଇଏଏସ୍‌, ଆଇପିଏସ୍‌ ଏବଂ ଆଇଆର୍‌ଏସ୍‌ ନୁହେଁ ମାଧୋପଟ୍ଟି ଗ୍ରାମରୁ ଅନେକ ବୈଜ୍ଞାନିକ ମଧ୍ୟ ସୃଷ୍ଟି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?