ଅଧିକ ସମୟ ସ୍ମାର୍ଟ ଫୋନ୍‌ ବ୍ୟବହାର କରୁଥିଲେ

ଏବେ ତ ହାଇଟେକ୍‌ ଯୁଗ। ଇଲେକଟ୍ରୋନିକ୍‌ ଜିନିଷର ବ୍ୟବହାର ବର୍ତ୍ତମାନ ବହୁଳ ଭାବରେ କରାଯାଉଛି। ତା’ ସହ ଯୋଗାଯୋଗର ଅନ୍ୟତମ ପ୍ରମୁଖ ମାଧ୍ୟମ ପାଲଟିଛି ସ୍ମାର୍ଟ ଫୋନ୍‌। କେବଳ କଥାବାର୍ତ୍ତା ହେବା ନୁହେଁ, ଇଣ୍ଟରନେଟ ବ୍ୟବହାର, ଅନଲାଇନ୍‌ ବ୍ୟାଙ୍କିଙ୍ଗ ପରି ଅନେକ କାମକୁ ବେଶ୍‌ ସୁରୁଖୁରୁରେ ଏହା ମାଧ୍ୟମରେ ସମ୍ପାଦନ କରିହେଉଛି। ଏପରି କି ଭିଡିଓଗେମ୍‌ ଖେଳିବାର ଅନ୍ୟତମ ପ୍ଲାଟଫର୍ମ ମଧ୍ୟ ପାଲଟିଛି। ହେଲେ ଆବଶ୍ୟକତାଠାରୁ ଅଧିକ ସ୍ମାର୍ଟଫୋନ୍‌ ବ୍ୟବହାର କଲେ ତାହାର ପ୍ରଭାବ ସ୍ମରଣ ଶକ୍ତି ଉପରେ ପଡିଥାଏ ବୋଲି ସଦ୍ୟତମ ଗବେଷଣାରୁ ଜଣାପଡିଛି। କେବଳ ସେତିକି ନୁହେଁ, ଏହାଦ୍ୱାରା ଶରୀରରେ ସୁଗାର ପରିମାଣ ଅସନ୍ତୁଳିତ ହେବାର ଆଶଙ୍କା ରହିଛି ବୋଲି ସତର୍କ କରାଇ ଦେଇଛନ୍ତି ଟୋକିଓ ୟୁନିଭର୍ସିଟିର ବିଶେଷଜ୍ଞମାନେ। ସେମାନେ ଏପରି ବିଷୟକୁ ନେଇ ଏକ ସର୍ଭେରୁ ଏକଥା ଜାଣିପାରିଛନ୍ତି।