Posted inଜାତୀୟ

‘ଲାଉଡ୍‌ସ୍ପିକରକୁ ମସ୍‌ଜିଦ ଭିତର ଲଗାଅ’

ବେଙ୍ଗାଲୁରୁ,୪।୪: ମସ୍‌ଜିଦରେ ଲାଉଡ୍‌ସ୍ପିକରର ବ୍ୟବହାରକୁ କିଛି ଦକ୍ଷିଣ ପନ୍ଥୀ ଗୋଷ୍ଠୀ ବିରୋଧ କରୁଥିବା ବେଳେ ସମାଧାନ ଲାଗି ଏକ ଉପାୟ ଦେଇଛନ୍ତି କର୍ନାଟକର ବରିଷ୍ଠ ମନ୍ତ୍ରୀ କେ ଏସ୍‌ ଇଶାଓ୍ବାରାପ୍ପା। ଗତ ସପ୍ତାହରେ ମସ୍‌ଜିଦରୁ ଲାଉଡ୍‌ସ୍ପିକର ହଟାଇବା ପାଇଁ ମହାରାଷ୍ଟ୍ରର ନବର୍ନିମାଣ ସେନା ମୁଖ୍ୟ ରାଜ ଠାକରେ ଦାବି କରିଥିଲେ।

“ମସ୍‌ଜିଦରେ ଲାଉଡ୍‌ ସ୍ପିକର ବ୍ୟବହାର କରିବାକୁ ବିରୋଧ କରିବା ପାଇଁ ରାଜ ଠାକରେ ଏବଂ ଶ୍ରୀ ରାମ ସେନା ପକ୍ଷରୁ କରାଯାଉଥିବା ଉଦ୍ୟମ ସ୍ବାଭାବିକ। ମୁସଲିମ ସମ୍ପ୍ରଦାୟ ଦୀର୍ଘ ବର୍ଷ ହେଲା ଲାଉଡ୍‌ସ୍ପିକର ପରମ୍ପରା ପାଳନ କରୁଛନ୍ତି। କିନ୍ତୁ ବହୁ ସ୍ଥାନରେ ଦୀର୍ଘ ସମୟ ଧରି ଲାଉଡ୍‌ ସ୍ପିକର ଲଗାଯାଉଥିବାରୁ ସକାଳେ ଏବଂ ସନ୍ଧ୍ୟାରେ ଛାତ୍ରୀଛାତ୍ର ଏବଂ ରୋଗୀଙ୍କୁ ଏହା ବିଚଳିତ କରୁଛି। ଏହା ଆମ ପାଇଁ ପ୍ରତିଦ୍ୱନ୍ଦ୍ୱିତା ନୁହେଁ ଯେ, ତାହାକୁ କାଉଣ୍ଟର କରିବା ଲାଗି ଆମେ ଉଚ୍ଚ ସ୍ବରରେ ହନୁମାନ ଚାଳିସା ଲଗାଇବା। ମୁସଲିମମାନଙ୍କ ପ୍ରାର୍ଥନାରେ ମୋର କୌଣସି ଆପତ୍ତି ନାହିଁ। ମାତ୍ର ଯଦି ମନ୍ଦିର ଏବଂ ଚର୍ଚ୍ଚରେ ପୂଜା ବେଳେ ଲାଉଡ୍‌ ସ୍ପିକର ଲଗାଯାଏ, ତେବେ ଏହା ଦ୍ୱାରା ସମ୍ପ୍ରଦାୟ ମଧ୍ୟରେ ବିବାଦ ଉପୁଜିବା ନିଶ୍ଚିତ” ବୋଲି ସେ କହିଛନ୍ତି। ଏଥିସହିତ ମୁସଲିମ ନେତାଙ୍କୁ ଟିକେ ଚିନ୍ତା କରିବା ଭଲ ହେବ। ସ୍ପିକରର ସାଉଣ୍ଡକୁ ପୂଜାସ୍ଥଳରେ ସୀମିତ ରଖାଗଲେ, ଏହା ଅନ୍ୟମାନଙ୍କୁ ବିଚଳିତ କରିବ ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଭିତିରିଆ ଶକ୍ତି ଯୋଗାଉଛନ୍ତି ଏହି ୨ ଦେଶ, ଏହି କାରଣରୁ ଶେଷ ହେଉନାହିଁ ଯୁଦ୍ଧ! ଚାଞ୍ଚଲ୍ୟକର ଖୁଲାସା

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି, ତଥାପି ହର୍ମୁଜ ପ୍ରଣାଳୀ ଖୋଲିବା ନେଇ…

PL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

Iବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

ହାତକୁ ଦି’ ହାତ ହେଲେ IIT ବାବା: ଜାଣନ୍ତୁ କାହାକୁ ବାଛିଲେ ଜୀବନସାଥୀ

ଧର୍ମଶାଳା,୬।୪: ପ୍ରୟାଗରାଜ ମହାକୁମ୍ଭ ସମୟରେ ନିଜର ଅନନ୍ୟ ଶୈଳୀ ଏବଂ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ପାଇଁ ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ଆଇଆଇଟିଏନ ବାବା ଓରଫ୍‌ ଅଭୟ…

ପ୍ରଥମଥର ପାଇଁ ଅନୁଷ୍ଠିତ ହେବ ସାମାଜିକ ଅପେରା ଟୁର୍ନାମେଣ୍ଟ: ବୈଠକରେ ବଡ଼ ନିଷ୍ପତ୍ତି, ଏହି ଦିନ କରାଯିବା ନେଇ…

ଗଞ୍ଜାମ,୬।୩ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅଞ୍ଚଳରେ ପ୍ରଥମଥର ପାଇଁ ସାମାଜିକ ଅପେରା ନାଟକ ଟୁର୍ନାମେଣ୍ଟର ଆୟୋଜନ ହେବାକୁ ଯାଉଛି । ଏଥିପାଇଁ ଝାରେଡି ରାଧାଗୋବିନ୍ଦପୁର…

ନଡ଼ିଆ ଗଛରୁ ବାଘୁଆ ମହୁମାଛି ବାହାରି ହଠାତ କଲା ଆକ୍ରମଣ: ବୃଦ୍ଧ ଗୁରୁତର, ୪ ଯୁବକ…

ମୋହନା,୬।୪:(ମନ୍ମଥ ମିଶ୍ର): ବାଘୁଆ ମହୁମାଛି ଆକ୍ରମଣରେ ୪ ଆହତ ଜଣେ ବୃଦ୍ଧ ଗୁରୁତର। ଏଭଳି ଘଟଣା ଘଟିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ପାଣିଗଣ୍ଡା ଗାଁରେ।…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ପିସିଏସ ଅଧିକାରୀ ଜ୍ୟୋତି-ଆଲୋକଙ୍କ ବିବାଦରେ ନୂଆମୋଡ଼: ସ୍ତ୍ରୀ ଅଫିସର ହେବାପରେ ସଫେଇ କର୍ମଚାରୀ ସ୍ବାମୀଙ୍କୁ ଯାଇଥିଲେ ଭୁଲି, ଏବେ…

ଲକ୍ଷ୍ନୌ,୬।୪: ଉତ୍ତର ପ୍ରଦେଶର ବହୁଚର୍ଚ୍ଚିତ ପିସିଏସ ଅଧିକାରୀ ଜ୍ୟୋତି ମୌର୍ଯ୍ୟ ଏବଂ ତାଙ୍କ ସ୍ବାମୀ ଆଲୋକ ମୌର୍ଯ୍ୟ ନାମକ ଜଣେ ସଫେଇ କର୍ମଚାରୀଙ୍କ ମଧ୍ୟରେ ଦୀର୍ଘ ଦିନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri