ମଶା ପାଇଁ ଡ୍ରୋନ୍‌ ନୁହେଁ, ରାଫେଲ ବ୍ୟବହାର କରନ୍ତୁ: ସୁନୀତି ମୁଣ୍ଡ

ଭୁବନେଶ୍ୱର, ୧୩।୮ (ବନ୍ଦନା ସେଠୀ)ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଡେଙ୍ଗୁ ବ୍ୟାପିବା ଘଟଣାରେ ଭାଜପା ନେତ୍ରୀ ସୁନୀତି ମୁଣ୍ଡ ବିଏମ୍‌ସି ମେୟରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ମେୟର ଜନସାଧାରଣଙ୍କୁ ମୌଳିକ ସେବା ଯୋଗାଇଦେବାରେ ବିଫଳ ହେବା ସହ ଡେଙ୍ଗୁ ବ୍ୟାପିବା ପାଇଁ ଜନସାଧାରଣଙ୍କ ନିକଟରୁ ଜରିମାନା ଆଦାୟ କରିବାକୁ ଯେଉଁଭଳି ନିଷ୍ପତ୍ତି ନେଇଛନ୍ତି ତାହା ଜିଜିଆ କର ଭଳି ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି। ବିଏମ୍‌ସି କର୍ତ୍ତୃପକ୍ଷ ନିଜ ଅସଫଳତା ଲୁଚାଇବାକୁ ଲୋକଙ୍କଠାରୁ କର ଆଦାୟ କରିବା କେତେଦୂର ଯୁକ୍ତିଯୁକ୍ତ ତାହା ଜନସାଧାରଣ ବିଚାର କରିବା ଆବଶ୍ୟକ। ଏକ ପ୍ରେସ ବିବୃତି ଜରିଆରେ ବିଏମ୍‌ସି ଉପରେ ଆକ୍ରମଣ କରି ସୁନୀତି କହିଛନ୍ତି, ବର୍ଷକ ତଳେ ମଶା ମାରିବାକୁ ଡ୍ରୋନ୍‌ ଉଡାଇଥିଲେ। ଏଥିରେ କେତେ ମଶା ଧରାଗଲା ଏବଂ କେତେ ମଶାଙ୍କୁ ମରାଗଲା ନିଗମ ତାହାର ତଥ୍ୟ ଦିଅନ୍ତୁ। ସହରରେ ମୁକୁଳା ନାଳ ସହିତ ଅନେକ ସ୍ଥାନରେ ଅପରିଷ୍କାର ପରିବେଶ ସୃଷ୍ଟି ହୋଇଥିବାବେଳେ ଡ୍ରୋନ ଦ୍ୱାରା ମଶାମରା ଅଭିଯାନ ଆରମ୍ଭ କରିବା ଅତ୍ୟନ୍ତ ହାସ୍ୟାସ୍ପଦ। ଡ୍ରୋନ ନ ଉଡାଇ ମେୟର୍‌ ବରଂ ରାଫେଲ ବିମାନ ଉଡାଇ ମଶା ବଂଶ ନିପାତ କରନ୍ତୁ। ଏହାଦ୍ୱାର ହୁଏତ ମଶାବଂଶ ଲୋପ ପାଇଯିବ ବୋଲି ସୁନୀତି କହିଛନ୍ତି। ସେହିପରି ଲୋକଙ୍କ ଟଙ୍କାକୁ ଅଯଥାରେ ବ୍ୟୟ ନ କରି ମଶା ଦୂର କରିବା ପାଇଁ ଅଞ୍ଚଳ ପରିଷ୍କାର ରଖିବା ସହିତ ନାଳ, ନର୍ଦ୍ଦମାର ନିୟମିତ ସଫେଇ କରାଯିବା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଯଦି ଜଣେ ବି ବ୍ୟକ୍ତି, ପରିବାର ବା କୌଣସି ବ୍ୟବସାୟିକ ପ୍ରତିଷ୍ଠାନରୁ ଜରିମାନା ଆଦାୟ କରାଯାଏ ତେବେ ବିଏମ୍‌ସିକୁ ଗମ୍ଭୀର ପରିଣତି ଭୋଗିବାକୁ ପଡିବ। ଭାରତୀୟ ଜନତା ପାର୍ଟି ବିଏମ୍‌ସିର ଏହି ନିଷ୍ପତି ବିରୋଧରେ ଜୋରଦାର ଆନ୍ଦୋଳନ ଆରମ୍ଭ କରିବ ବୋଲି ସୁନୀତି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri