ମଶା ପାଇଁ ଡ୍ରୋନ୍‌ ନୁହେଁ, ରାଫେଲ ବ୍ୟବହାର କରନ୍ତୁ: ସୁନୀତି ମୁଣ୍ଡ

ଭୁବନେଶ୍ୱର, ୧୩।୮ (ବନ୍ଦନା ସେଠୀ)ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଡେଙ୍ଗୁ ବ୍ୟାପିବା ଘଟଣାରେ ଭାଜପା ନେତ୍ରୀ ସୁନୀତି ମୁଣ୍ଡ ବିଏମ୍‌ସି ମେୟରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ମେୟର ଜନସାଧାରଣଙ୍କୁ ମୌଳିକ ସେବା ଯୋଗାଇଦେବାରେ ବିଫଳ ହେବା ସହ ଡେଙ୍ଗୁ ବ୍ୟାପିବା ପାଇଁ ଜନସାଧାରଣଙ୍କ ନିକଟରୁ ଜରିମାନା ଆଦାୟ କରିବାକୁ ଯେଉଁଭଳି ନିଷ୍ପତ୍ତି ନେଇଛନ୍ତି ତାହା ଜିଜିଆ କର ଭଳି ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି। ବିଏମ୍‌ସି କର୍ତ୍ତୃପକ୍ଷ ନିଜ ଅସଫଳତା ଲୁଚାଇବାକୁ ଲୋକଙ୍କଠାରୁ କର ଆଦାୟ କରିବା କେତେଦୂର ଯୁକ୍ତିଯୁକ୍ତ ତାହା ଜନସାଧାରଣ ବିଚାର କରିବା ଆବଶ୍ୟକ। ଏକ ପ୍ରେସ ବିବୃତି ଜରିଆରେ ବିଏମ୍‌ସି ଉପରେ ଆକ୍ରମଣ କରି ସୁନୀତି କହିଛନ୍ତି, ବର୍ଷକ ତଳେ ମଶା ମାରିବାକୁ ଡ୍ରୋନ୍‌ ଉଡାଇଥିଲେ। ଏଥିରେ କେତେ ମଶା ଧରାଗଲା ଏବଂ କେତେ ମଶାଙ୍କୁ ମରାଗଲା ନିଗମ ତାହାର ତଥ୍ୟ ଦିଅନ୍ତୁ। ସହରରେ ମୁକୁଳା ନାଳ ସହିତ ଅନେକ ସ୍ଥାନରେ ଅପରିଷ୍କାର ପରିବେଶ ସୃଷ୍ଟି ହୋଇଥିବାବେଳେ ଡ୍ରୋନ ଦ୍ୱାରା ମଶାମରା ଅଭିଯାନ ଆରମ୍ଭ କରିବା ଅତ୍ୟନ୍ତ ହାସ୍ୟାସ୍ପଦ। ଡ୍ରୋନ ନ ଉଡାଇ ମେୟର୍‌ ବରଂ ରାଫେଲ ବିମାନ ଉଡାଇ ମଶା ବଂଶ ନିପାତ କରନ୍ତୁ। ଏହାଦ୍ୱାର ହୁଏତ ମଶାବଂଶ ଲୋପ ପାଇଯିବ ବୋଲି ସୁନୀତି କହିଛନ୍ତି। ସେହିପରି ଲୋକଙ୍କ ଟଙ୍କାକୁ ଅଯଥାରେ ବ୍ୟୟ ନ କରି ମଶା ଦୂର କରିବା ପାଇଁ ଅଞ୍ଚଳ ପରିଷ୍କାର ରଖିବା ସହିତ ନାଳ, ନର୍ଦ୍ଦମାର ନିୟମିତ ସଫେଇ କରାଯିବା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଯଦି ଜଣେ ବି ବ୍ୟକ୍ତି, ପରିବାର ବା କୌଣସି ବ୍ୟବସାୟିକ ପ୍ରତିଷ୍ଠାନରୁ ଜରିମାନା ଆଦାୟ କରାଯାଏ ତେବେ ବିଏମ୍‌ସିକୁ ଗମ୍ଭୀର ପରିଣତି ଭୋଗିବାକୁ ପଡିବ। ଭାରତୀୟ ଜନତା ପାର୍ଟି ବିଏମ୍‌ସିର ଏହି ନିଷ୍ପତି ବିରୋଧରେ ଜୋରଦାର ଆନ୍ଦୋଳନ ଆରମ୍ଭ କରିବ ବୋଲି ସୁନୀତି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri