ମିଳିମିଶି ଚାଲିଛି ଖଣି ଲୁଟ୍‌

ନୟାଗଡ଼ ଅଫିସ,୧୩।୮(ଲୋକନାଥ ମିଶ୍ର)କୋମଣ୍ଡରେ ଖଣିଚୋର ଏକାଠି ହୋଇ ରାଜ୍‌ କରୁଛନ୍ତି । ରାତିରେ ପ୍ରାୟ ୮ ଘଣ୍ଟା କାମ କରି ଖଣିଚୋରମାନେ ମାସକରେ ୧କୋଟି ଟଙ୍କା ରୋଜଗାର କରି ପାରୁଛନ୍ତି ବୋଲି ଅଭିଯୋଗ ହୋଇଛି । ସରକାରଙ୍କୁ ରାଜସ୍ବ ଦେଉ ନ ଥିଲେ ମଧ୍ୟ ଏମାନଙ୍କ ଖଣି ଉପରେ ଚଢ଼ାଉ, ଧରପଗଡ଼ ନ ହେବା ପ୍ରଶାସନର ସ୍ବଚ୍ଛତାକୁ ପଦାରେ ପକାଇଛି। ଅନ୍ୟପକ୍ଷେ ଖଣିଚୋରମାନେ ନିଜର ବେଆଇନ ସାମ୍ରାଜ୍ୟକୁ ବଢ଼ାଇ ଚାଲିଛନ୍ତି ।
ନୟାଗଡ଼ ଜିଲା ଓଡ଼ଗଁା ତହସିଲ କୋମଣ୍ଡ ରାଜସ୍ବ ନିରୀକ୍ଷକ(ଆରଆଇ)ଙ୍କ କାର୍ଯ୍ୟାଳୟ ଅଧୀନରେ କୋମଣ୍ଡରେ ଚାଲିଛି ୧୫ରୁ ଊର୍ଦ୍ଧ୍ୱ ଖଣି । ୩ମାସ ହେଲା ବେଆଇନ ଭାବେ ମାଙ୍କଡା ପଥର ଖଣି ଓ ମୋରମ ଖଣି ଖନନ ଅବାଧରେ ଚାଲିଛି। ବେଆଇନ ଖଣି ଖନନ ଘଟଣାରେ ଗତ ଜାନୁୟାରୀ ୩ରେ କୋମଣ୍ଡ ତତ୍କାଳୀନ କୋମଣ୍ଡ ଆରଆଇ ସୁଧିର କୁମାର ପରିଡ଼ ନିଲମ୍ବିତ ହୋଇଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ତହସିଲଦାର ବିଜୟିତା ସାମନ୍ତସିଂହାର ବଦଳି ହୋଇଥିଲେ । ଆରଇଙ୍କ ନିିଲମ୍ବନ ଓ ତହସିଲଦାରଙ୍କ ବଦଳି ଏଠାରେ କିଛି ଫରକ ପଡିନି। ବେଆଇନ ପଥର ଖଣି ଖନନକୁ ରୋକାଯାଉ ନ ଥିବାରୁ ସରକାର ରାଜସ୍ବ ହରାଇ ଚାଲିଛନ୍ତି ।
ପ୍ରକାଶ ଯେ, କୋମଣ୍ଡ ମାଙ୍କଡା ପଥର ଓ ମୋରମ ଖଣି ବେଆଇନ ଭାବେ ଚାଲିଥିଲା । ବାରମ୍ବାର ଅଭିଯୋଗ ପରେ କିଛି ଫରକ ପଡୁ ନ ଥିଲା । ତେବେ ଗତ ଡିସେମ୍ବର ଓ ଜାନୁୟାରୀରେ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶନ ପରେ ନୟାଗଡ଼ ଜିଲାପାଳ ଚଢ଼ାଉ କରିଥିଲେ। ଚଢ଼ାଉ ପରେ ଅନିୟମିତତା ସାମ୍‌ନାକୁ ଆସିଥିଲା । ଗତ ଜାନୁୟାରୀ ୩ରେ ଜିଲାପାଳ ଆରଆଇଙ୍କୁ ନିଲମ୍ବିତ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଉପଜିଲାପାଳଙ୍କ ତଦନ୍ତ ନିର୍ଦ୍ଦେଶକୁ ଭିତ୍ତି କରି ଜିଲାପାଳ ତହସିଲଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅବଗତ କରାଇଥିଲେ । କିଛି ଦିନ ପରେ ଓଡ଼ଗଁାର ତତ୍‌କାଳୀନ ତହସିଲଦାର ବିଜୟିତା ସାମନ୍ତସିଂହାର ବଦଳି ହୋଇଥିଲେ । ତେବେ ତହସିଲଦାରଙ୍କୁ କେବଳ ବଦଳି କରିଦେବା ପରେ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ସେ ସମୟରେ ବେଆଇନ ଖଣିକୁ ଚଳାଇବା ପାଇଁ ତହସିଲଦାର, ଆରଆଇ, ରାଜନେତା, ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି କେତେଜଣ ଗଣମାଧ୍ୟମ ପ୍ରତିନିଧି ଲାଞ୍ଚ ନେଇଥିବାର ଅଭିଯୋଗ ଥିଲା । ପଥରଚୋରମାନେ ଜଣେ ଖବରଦାତାଙ୍କ ଜରିଆରେ ଲାଞ୍ଚ ଟଙ୍କା ଦେଉଥିବାର ଚର୍ଚ୍ଚା ହୋଇଥିଲା । ଏବେ ପୁଣି ଲାଞ୍ଚ କାରବାର ପୁରୁଣା ଢ଼ାଞ୍ଚାକୁ ଫେରିଛିି ବୋଲି ଅଭିଯୋଗ ଉଠିଛି । ଏନେଇ ଜଣେ ପଥର ବ୍ୟବସାୟୀ କହିଛନ୍ତି, ଆରଆଇଙ୍କ ନିଲମ୍ବନ ଓ ତହସିଲଦାରଙ୍କ ବଦଳି ପରେ ଟେନଶନ ବଢ଼ି ଯାଇଥିଲା । କିଛି ଦିନ ଖଣି କାମ ବନ୍ଦ ରହିଥିଲା । ପରେ ଭାଇଙ୍କ ପ୍ରତ୍ୟକ୍ଷ ଆଶିର୍ବାଦ ମିଳିଲା । ଖଣିଖନନ ଦିନବେଳା ନୁହେଁ ରାତିରେ କରିବାକୁ ମୌଖିକ ନିର୍ଦ୍ଦେଶ ମିଳଥିଲା। ଆମେ ଭାଇଙ୍କ କଥା ମାନି ୩ ମାସ ହେଲା ରାତିରେ ଖଣି ଖନନ କରୁଛୁ। ପ୍ରଶାସନିକସ୍ତରରେ ଓ ଗଣମାଧ୍ୟମର ସହଯୋଗ ମିଳୁଛି। ଆମକୁ ଯେପରି ସହଯୋଗ ମିଳୁଛି ଆମେ ସେପରି ସେମାନଙ୍କ କଥା ବୁଝିବାକୁ ପଡୁଛି । ଅନ୍ୟପକ୍ଷେ ଆମେ ସରକାରୀ ଜମିରେ ଖଣି ଖନନ କରୁନି । କିଛି ବ୍ୟକ୍ତିଗତ ଜମିରୁ ଖଣି ଖନନ କରୁଛୁ। ଏଣୁ ଆମକୁ ଅଯଥାରେ ହଇରାଣ କରନ୍ତୁ ନାହିଁ । ଆମେତ ପୁଣି ବଞ୍ଚିବୁ । ଏହି ଖଣିରୁ ପଥର ଚୋର, ଶ୍ରମିକ, ଅନେକ ଲୋକ ଉପକୃତ ହେଉଛନ୍ତି । ଦେଶରେ କେତେ କ’ଣ ହେଉଛି, ପଥର ଖଣି ଉପରୁ ନଜର ଛାଡିବାକୁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?