Posted inଜାତୀୟ

ସୁରକ୍ଷା ଦୃଷ୍ଟିରୁ ସ୍ପାଏଓ୍ବେର ବ୍ୟବହାର ଭୁଲ୍‌ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦ା୪:ଦେଶର ସୁରକ୍ଷା ଉଦ୍ଦେଶ୍ୟରେ ସ୍ପାଏଓ୍ବେର ବ୍ୟବହାର କରାଗଲେ କିଛି ଭୁଲ୍‌ ନାହିଁ, ତେବେ ସିଭିଲ୍‌ ସୋସାଇଟି ସଦସ୍ୟମାନଙ୍କର ପ୍ରିଭେସି ଅଧିକାର ରହିଛି, ଯାହା ସମ୍ବିଧାନ ଦ୍ୱାରା ସୁରକ୍ଷିତ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି। ଆତଙ୍କବାଦୀମାନଙ୍କ ବିରୋଧରେ ସ୍ବାଏଓ୍ବେର ବ୍ୟବହାରରେ ଭୁଲ୍‌ କେଉଁଠି ବୋଲି ସର୍ବୋଚ୍ଚ ଅଦାଲତ ବିସ୍ମୟ ପ୍ରକାଶ କରିଛନ୍ତି।
ସ୍ପାଏଓ୍ବେର ରଖିବା ଭୁଲ୍‌ ନୁହେଁ, କିନ୍ତୁ କାହା ବିରୋଧରେ ଏହାକୁ ବ୍ୟବହାର କରାଯାଉଛି, ତାହା ହେଉଛି ପ୍ରଶ୍ନ। ଆପଣ ଦେଶର ସୁରକ୍ଷାକୁ ଜଳାଞ୍ଜଳି ଦେଇପାରିବେ ନାହିଁ କିମ୍ବା ଏହା ସହ ସାଲିସ କରିପାରିବେ ନାହିଁ ବୋଲି ଖଣ୍ଡପୀଠ ପେଗାସସ୍‌ ବିବାଦ ସମ୍ପର୍କିତ କେତେକ ପିଟିଶନ୍‌ର ଶୁଣାଣି କରି କହିଛନ୍ତି। ଖବରଦାତା, ବିଚାରପତି, ସାମାଜିକ କର୍ମୀ, ରାଜନେତା ଓ ଅନ୍ୟମାନଙ୍କ ବିରୋଧରେ ଗୁପ୍ତଚରଗିରି ପାଇଁ କେନ୍ଦ୍ର ସରକାର ଇସ୍ରାଏଲୀ ସଫ୍ଟଓ୍ବେର ପେଗାସସ୍‌କୁ ବ୍ୟବହାର କରୁଥିବା ଅଭିଯୋଗ ଆସିଥିଲା। ଏହାର ସବିଶେଷ ତଦନ୍ତ ପାଇଁ ନିବେଦନ କରି ସୁପ୍ରିମକୋର୍ଟରେ ଅନେକ ପିଟିଶନ ଦାଏର ହୋଇଥିଲା। ଲୋକଙ୍କ ବ୍ୟକ୍ତିଗତ ଚିନ୍ତାକୁ ଦୂର କରାଯିବା ଆବଶ୍ୟକ, କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଉପରେ ରାସ୍ତାଘାଟରେ ଆଲୋଚନା ହୋଇପାରିବ ନାହିଁ। ଦେଶର ସୁରକ୍ଷା ଓ ସାର୍ବଭୌମତ୍ୱ ସହ ଜଡ଼ିତ ବିଷୟ ସର୍ବସାଧାରଣରେ ପ୍ରକାଶ କରା ନ ଯାଉ ବୋଲି ଖଣ୍ଡପୀଠ କହିଛନ୍ତି। ବୈଷୟିକ କମିଟି ରିପୋର୍ଟକୁ କେତେଦୂର ସର୍ବସାଧାରଣରେ ଶେୟାର କରାଯାଇପାରିବ, ତାହା ଅନୁଧ୍ୟାନ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ପ୍ରକୃତରେ ସରକାରଙ୍କ ପାଖରେ ସ୍ପାଏଓ୍ବେର ଥିଲା ଏବଂ ଏହାକୁ ବ୍ୟବହାର କରୁଥିଲେ କି ବୋଲି ଜଣେ ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଦୀନେଶ ଦ୍ୱିବେଦୀ ପ୍ରଶ୍ନ କରିଥିଲେ। ଯଦି ତାହା ଥାଆନ୍ତା, ତେବେ ଆଜି ପର୍ଯ୍ୟନ୍ତ ତାହାକୁ ବ୍ୟବହାର କରିବାରେ କେହି ରୋକିପାରି ନ ଥାନ୍ତେ ବୋଲି ଦ୍ୱିବେଦୀ କହିଥିଲେ। ସାମ୍ବାଦିକ ପରଞ୍ଜୟ ଗୁହା ଠାକୁର୍ତ୍ତାଙ୍କ ତରଫରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଆମେରିକା ଜିଲା ଅଦାଲତଙ୍କ ରାୟର ଉଦାହରଣ ରଖିଥିଲେ। ହ୍ୟାକ୍‌ ହେଉଥିବାର ହ୍ବାଟ୍ସଆପ୍‌ ନିଜେ ହିଁ ପ୍ରମାଣ, ଯାହାକି ସେତେବେଳେ ଅଦାଲତ ଦର୍ଶାଇ ନ ଥିଲେ କି ବିଶେଷଜ୍ଞମାନେ ମଧ୍ୟ କହି ନ ଥିଲେ ବୋଲି ସିବଲ କହିଛନ୍ତି। ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ଆତଙ୍କବାଦୀଙ୍କ ବିରୋଧରେ ସ୍ପାଏଓ୍ବେରର ବ୍ୟବହାର ଭୁଲ୍‌ ନୁହେଁ। ସେମାନେ ପ୍ରିଭେସି ଅଧିକାର ଦାବି କରିପାରିବେ ନାହିଁ। ଅନ୍ୟପକ୍ଷରେ ବୈଷିୟକ କମିଟି ରିପୋର୍ଟକୁ କାଟଛାଣ୍ଟ ନ କରି ଏହାକୁ ପ୍ରକାଶ କରାଯିବା ଉଚିତ ବୋଲି ବରିଷ୍ଠ ଆଇନଜୀବୀ ଶ୍ୟାମ ଦିଭାନ କହିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୩୦ରେ ହେବ।
ପେଗାସସ୍‌ର ବେଆଇନ ବ୍ୟବହାର ସମ୍ପର୍କରେ ତଦନ୍ତ ଲାଗି ସୁପ୍ରିମକୋର୍ଟ ୨୦୨୨ ଅଗଷ୍ଟ ୨୫ରେ ବୈଷୟିକ କମିଟି ଗଠନ କରିଥିଲେ। ଯାଞ୍ଚ କରାଯାଇଥିବା ୨୯ଟି ସେଲ୍‌ଫୋନ୍‌ରୁ ୫ଟିରେ ମାଲଓ୍ବେର ବ୍ୟବହୃତ ହୋଇଥିବା ଜଣାପଡ଼ିଥିଲେ ମଧ୍ୟ ପେଗାସସ୍‌ ବ୍ୟବହୃତ ହୋଇଥିବା ନେଇ ନିଷ୍କର୍ଷ ବାହାରିପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?