Posted inଜାତୀୟ

ସରକାରୀ ବିଭାଗରେ ହ୍ୱାଟ୍ସଆପ୍‌ ଉପରେ ଲାଗିଲା କଟକଣା, ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୫।୮: ଜମ୍ମୁ ଓ କଶ୍ମିର ସରକାର ସମସ୍ତ ବିଭାଗରେ ପେନ୍‌ ଡ୍ରାଇଭ୍‌ ବ୍ୟବହାର ଏବଂ ସରକାରୀ ଯୋଗାଯୋଗ ପାଇଁ ହ୍ୱାଟ୍ସଆପ୍‌ ମେସେଜିଂ ସେବା ଉପରେ କଟକଣା ଜାରି କରିଛନ୍ତି।

ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ହମଲାରେ ୨୬ ଜଣଙ୍କ ମୃତ୍ୟୁ ପରେ ଭାରତର ପ୍ରତିଆକ୍ରମଣ ‘ଅପରେସନ୍‌ ସିନ୍ଦୁର’ ସମୟରେ ହୋଇଥିବା ସାଇବର ଆକ୍ରମଣ ଆଶଙ୍କା ମଧ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିର୍ଦ୍ଦେଶ ଆଜି ସାଧାରଣ ପ୍ରଶାସନ ବିଭାଗର କମିଶନର ସେକ୍ରେଟାରୀ ଏମ୍‌ ରାଜୁଙ୍କ ଦ୍ୱାରା ଜାରି କରାଯାଇଛି।

ସରକାର କହିଛନ୍ତି ଯେ, ଏହି ପଦକ୍ଷେପ ଜମ୍ମୁ ଓ କଶ୍ମିର କେନ୍ଦ୍ରଶାସିତ ଅଞ୍ଚଳର ସାଇବର ସୁରକ୍ଷା ମଜବୁତ କରିବା, ସମ୍ବେଦନଶୀଳ ସରକାରୀ ତଥ୍ୟ ସୁରକ୍ଷା ଓ ଡାଟା ଉଲ୍ଲଂଘନ, ମାଲୱେର ସଂକ୍ରମଣ ଏବଂ ଅନଧିକୃତ ପ୍ରବେଶର ବିପଦ ହ୍ରାସ କରିବା ଲକ୍ଷ୍ୟରେ ନିଆଯାଇଛି।

ଆଦେଶ ଅନୁସାରେ, “ଜମ୍ମୁ ଓ ଶ୍ରୀନଗରର ସିଭିଲ ସେକ୍ରେଟାରିଆଟ ଏବଂ ସମସ୍ତ ଜିଲାର ଡେପୁଟି କମିଶନର କାର୍ଯ୍ୟାଳୟ ସମେତ ସମସ୍ତ ପ୍ରଶାସନିକ ବିଭାଗରେ ସରକାରୀ ଡିଭାଇସ୍‌ରେ ପେନ୍‌ ଡ୍ରାଇଭ୍‌ ବ୍ୟବହାର ନିଷିଦ୍ଧ କରାଯାଇଛି।”

ଏହା ସହିତ ଜମ୍ମୁ ଓ କଶ୍ମିରରେ ସରକାରୀ ଯୋଗାଯୋଗ ପାଇଁ ହ୍ୱାଟ୍ସଆପ୍‌ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମର ବ୍ୟବହାରକୁ ମଧ୍ୟ “କଡାଭାବେ ନିଷିଦ୍ଧ” କରାଯାଇଛି।

ଆଦେଶରେ କୁହାଯାଇଛି, “ସରକାରୀ କିମ୍ବା ଗୋପନୀୟ ସାମଗ୍ରୀ ପ୍ରକ୍ରିୟାକରଣ, ଶେୟାର କିମ୍ବା ସଂରକ୍ଷଣ ପାଇଁ ହ୍ୱାଟ୍ସଆପ୍‌ ଭଳି ପବ୍ଲିକ ମେସେଜିଂ ପ୍ଲାଟଫର୍ମ ଅନଲାଇନ ସେବାର ବ୍ୟବହାର ଡାଟା ସାର୍ବଭୌମତ୍ୱ ରକ୍ଷା ଏବଂ ସୁରକ୍ଷା ଉଲ୍ଲଂଘନ ରୋକିବା ପାଇଁ କଡାଭାବେ ନିଷିଦ୍ଧ।”

ମେ’ ମାସରେ ‘ଅପରେସନ୍‌ ସିନ୍ଦୁର’ ସମୟରେ ଜମ୍ମୁ ଓ କାଶ୍ମୀରରେ ଅଧିକାଂଶ ସରକାରୀ ସାଇଟ୍‌, ବିଶେଷତ ବିଦ୍ୟୁତ କ୍ଷେତ୍ର, ସାଇବର ଆକ୍ରମଣର ଶିକାର ହୋଇଥିଲା ଏବଂ କିଛି ଏପର୍ଯ୍ୟନ୍ତ ପୁନଃସ୍ଥାପନ ପାଇଁ ସଂଘର୍ଷ କରୁଛି। ଏହି ଆକ୍ରମଣ ଜନସାଧାରଣ ସେବା ଏବଂ ବିଭିନ୍ନ ବିଭାଗର ସରକାରୀ କାର୍ଯ୍ୟକୁ ପ୍ରଭାବିତ କରିଥିଲା।‘

ଅପରେସନ୍‌ ସିନ୍ଦୁର’ ପରେ କେନ୍ଦ୍ର ବିଦ୍ୟୁତ ମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି ଯେ, ଭାରତରେ ବିଦ୍ୟୁତ କ୍ଷେତ୍ରରେ ଦୁଇ ଲକ୍ଷ ସାଇବର ଆକ୍ରମଣ ହୋଇଛି। “ଦୁଇ ଲକ୍ଷ ସାଇବର ଆକ୍ରମଣ ହୋଇଛି, ସମସ୍ତ ଆକ୍ରମଣକୁ ବିଫଳ କରାଯାଇଛି,” ଖଟ୍ଟର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ମାଇଲଷ୍ଟୋନ ହାସଲ କଲେ ବୈଭବ ସୂର୍ଯ୍ୟବଂଶୀ: ବିଶ୍ୱର ସବୁଠୁ କନିଷ୍ଠ କ୍ରିକେଟର୍‌ ଭାବେ କଲେ…

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ୍‌ର ଉଦୀୟମାନ ତାରକା ତଥା ‘ୱଣ୍ଡରକିଡ’ ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ଯୋଡ଼ି ହୋଇଛି ଆଉ ଏକ ବଡ଼ ସଫଳତା। ମାତ୍ର ୧୫ ବର୍ଷ ବୟସରେ…

୦,୦,୦,୦,୦,୦… ଭାରତ ବିପକ୍ଷରେ ଶ୍ରୀଲଙ୍କାର ଲଜ୍ଜାଜନକ ରେକର୍ଡ, ଅଧା ଖେଳାଳି….

ନୂଆଦିଲ୍ଲୀ,୧।୧୦ : ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍‌ର ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କାକୁ ଏକତରଫା ଭାବେ ହରାଇ ଫାଇନାଲରେ ପହଞ୍ଚିଛି ଭାରତ । ଭାରତୀୟ ଦଳ ଶ୍ରୀଲଙ୍କାକୁ…

କେମିତି କରିବେ ସଞ୍ଚୟ ଆଉ କେମିତି ବଢ଼ିବ ଧନ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜିର ସମୟରେ ବି ଅତ୍ୟନ୍ତ ଲୋକପ୍ରିୟ। ବିଶେଷକରି ଯୁବବର୍ଗଙ୍କ ପାଇଁ ଏହାକୁ ଜାଣିବା ଏବଂ ଜୀବନରେ ଆପଣାଇବା ଅତ୍ୟନ୍ତ ଆବଶ୍ୟକ। ମୌର୍ଯ୍ୟ ସାମ୍ରାଜ୍ୟର…

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବଡ଼ ଅଘଟଣ; ଲିଫ୍ଟରେ ଫସିଲେ ପୂର୍ବତନ ଏମପିଙ୍କ ପରିବାର, ଚେତାଶୂନ୍ୟ ହୋଇଗଲେ…

ନୂଆଦିଲ୍ଲୀ,୧।୧୦ : ରାଜଧାନୀ ଦିଲ୍ଲୀସ୍ଥିତ ଝାଡ଼ଖଣ୍ଡ ଭବନର ଲିଫ୍ଟରେ ବଡ଼ ଅଘଟଣ ଘଟିଛି । ପୂର୍ବତନ ଏମପି ଘୂରନ ରାମଙ୍କ ପରିବାର ଯାଉଥିବା ବେଳେ ଲିଫ୍ଟ ହଠାତ୍…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପୂର୍ବରୁ CJPର ବଡ଼ ବୟାନ, ଆମେ କାହାକୁ….

ନୂଆଦିଲ୍ଲୀ,୧।୧୦ : ଦେଶରେ ପରିବର୍ତ୍ତନ ସେତେବେଳେ ସମ୍ଭବ, ଯେତେବେଳେ ପ୍ରତ୍ୟେକ ନାଗରିକ ନିଜ ଭୂମିକା ନିଭାଇବେ । ଏଭଳି ମତ ରଖିଛନ୍ତି କକ୍ରୋଚ୍ ଜନତା ପାର୍ଟି (CJP)ର…

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

କ୍ୟାପଟେନ ସ୍ମିତ ମଚ୍ଛରଙ୍କ ପରିବାର ସହ କଥା ହେଲେ ମୋଦି, ବଡ଼ ଘୋଷଣା କରି….

ନୂଆଦିଲ୍ଲୀ,୧।୧୦ : ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇ FZ1073 ବିମାନରେ ଘଟିଥିବା ଘଟଣାରେ ଆହତ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?