ଇମ୍ରାନଙ୍କ ଗିରଫଦାରୀ ରୋକିବା ଲାଗି ହେଉଛି ଗିଲଗିଟ୍‌-ବଲ୍ଟିସ୍ତାନ ଫୋର୍ସର ବ୍ୟବହାର: ସୂଚନା ମନ୍ତ୍ରୀ…

ଇସଲାମାବାଦ,୧୬।୩ : ପାକିସ୍ତାନର ସୂଚନା ମନ୍ତ୍ରୀ ମରିୟମ ଔରଙ୍ଗଜେବ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀକୁ ରୋକିବା ପାଇଁ ପଞ୍ଜାବ ପୋଲିସ ବିରୋଧରେ ଗିଲଗିଟ-ବଲ୍ଟିସ୍ତାନ ଫୋର୍ସର ବ୍ୟବହାର କରାଯାଉଛି।

ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମରିୟମ କହିଛନ୍ତି , ପୋଲିସ ଉପରେ ଆକ୍ରମଣ ପାଇଁ ଜାଣିଶୁଣି ଯୋଜନାବଦ୍ଧ ଭାବେ ଏହି ଷଡ଼ଯନ୍ତ୍ର କରାଯାଇଛି। ସେ କହିଛନ୍ତି ଯେ ଏହି ଅପରେଶନ ସମୟରେ ଆଇନ ଶୃଙ୍ଖଳା ଅଧିକାରୀମାନେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଥିଲେ। ତାଙ୍କ ବିବୃତ୍ତ ଆଧାରରେ ପାକିସ୍ତାନ ସରକାର ଗିଲଗିଟ-ବଲ୍ଟିସ୍ତାନ ପୋଲିସର ଇନ୍ସପେକ୍ଟର ଜେନେରାଲ ମହମ୍ମଦ ସଇଦଙ୍କୁ ସ୍ଥାନାନ୍ତର କରିଛନ୍ତି।

ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଗିଲଗିଟ-ବଲ୍ଟିସ୍ତାନରେ କ୍ଷମତାରେ ଅଛି। ଇମ୍ରାନ ଦେଶରେ ଅଶାନ୍ତି ଏବଂ ଅରାଜକତା ବିସ୍ତାର କରିଥିବା ଅଭିଯୋଗ ମରିୟମ କରିଛନ୍ତି। ପୋଲିସ ସହ ସଂଘର୍ଷରେ ସେ ମହିଳା ଏବଂ ଶିଶୁଙ୍କୁ ମାନବ ଢାଲ ଭାବରେ ବ୍ୟବହାର କରିଥିବା ମରିୟମ ଅଭିଯୋଗ ଆଣିଛନ୍ତି।

 

Share