ଲବଙ୍ଗଦୂର କରେ ଏସବୁ ରୋଗ

ସମସ୍ତଙ୍କ ରୋଷେଇ ଘରେ ଲବଙ୍ଗର ବ୍ୟବହାର ହେଉଥିବା ଦେଖାଯାଏ । ହେଲେ ଏହି ଲବଙ୍ଗ ଆମକୁ ଅନେକ ଛୋଟ ବଡ ରୋଗଠାରୁ ଦୂରେଇ ରଖିଥାଏ ଏକଥା ଅଧିକାଂଶ ଲୋକେ ଜାଣି ନ ଥାଆନ୍ତି । ଲବଙ୍ଗରେ ରହିଛି ପ୍ରୋଟିନ, ଆଇରନ୍‌, କାବ୍ରୋହାଇଡ୍ରେଟ୍ସ, କ୍ୟାଲସିୟମ, ଫସ୍‌ଫରସ୍‌, ପୋଟାସିୟମ୍‌, ସୋଡିୟମ ଓ ହାଇଡ୍ରୋକ୍ଲୋରିକ ଏସିଡ ।
ହଜମ, ଗ୍ୟାସ, କୋଷ୍ଠକାଠିନ୍ୟ ଭଳି ସମସ୍ୟା ଭୋଗ କରୁଥିବା ଲୋକେ ଖାଲି ପେଟରେ ସକାଳୁ ଏକ ଗ୍ଲାସ ପାଣିରେ ୨/୩ ଟୋପା ଲବଙ୍ଗ ତେଲ ପକାଇ ପିଇଲେ ଲାଭ ମିଳିଥାଏ ।
ସର୍ଦ୍ଦି, ଥଣ୍ଡା ହୋଇଥିଲେ କିଛି ସମୟ ଲବଙ୍ଗ କଳରେ ଜାକିଲେ ଆରାମ ମିଳିବା ସହ ଗଳା ମଧ୍ୟ ପରିଷ୍କାର ହୋଇଥାଏ ।
ମୁଖ ଦୁର୍ଗନ୍ଧ ହେଉଥିଲେ ଲଗାତାର ଭାବେ ୪୦-୪୫ ଦିନ ପାଟିରେ ଲବଙ୍ଗ ଜାକିଲେ ଲାଭ ମିଳିଥାଏ ।
ମୁହଁର ଦାଗ ଦୂର କରିବା ପାଇଁ ଲବଙ୍ଗ ପାଉଡରକୁ ଫେସ୍‌ପ୍ୟାକ ସହ ମିଶାଇ ଲଗାଇଲେ ଲାଭ ମିଳିଥାଏ । ହେଲେ ଖାଲି ଲବଙ୍ଗ ପାଉଡର ମୁହଁରେ ଲଗାଇବା ଅନୁଚିତ ।