ଆମେରିକା ସାଂସଦଙ୍କ ବଡ ବୟାନ: ଚାଇନା ବିରୋଧରେ ଆମେରିକାକୁ ଯେଉଁ ସହଯୋଗ ଦରକାର, ସେଥିପାଇଁ ଭାରତ ଏକଦମ ଠିକ୍‌

ୱାଶିଂଟନ,୨୮ ।୨: ଆମେରିକାର ବରିଷ୍ଠ ସିନେଟର ଚକ ଶୁମର କହିଛନ୍ତି, ଚାଇନା ବିରୋଧରେ ଆମେରିକାକୁ ଯେଉଁଭଳି ସହଯୋଗର ଆବଶ୍ୟକତା ରହିଛି ଭାରତ ସେହି ଭୂମିକା ପାଇଁ ଏକଦମ ଠିକ୍ । ଶୁମର ଦାବି କରିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନାର କମ୍ୟୁନିଷ୍ଟ ପାର୍ଟିର ଅଧିନାୟକବାଦ ବିରୋଧରେ ବିଶ୍ୱକୁ ୨ଟି ବଡ ଲୋକତନ୍ତ୍ର ସହ କାମ କରିବାର ଆବଶ୍ୟକତାକୁ କହି ସାରିଛନ୍ତି । ସୂଚନାଯୋଗ୍ୟ, ନିକଟରେ ଆମେରିକାର ସିନେଟର୍ସଙ୍କ ଏକ ପ୍ରତିନିଧିମଣ୍ଡଳ ଭାରତ, ପାକିସ୍ତାନ, ଜର୍ମାନୀ ଓ ଇସ୍ରାଏଲ ଗସ୍ତରେ ଆସି ଆମେରିକା ଚାଲି ଯାଇଥିଲେ । ଚକ ଶୁମର ହିଁ ଏହି ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଇଥିଲେ ।

ଚକ ଶୁମର କହିଛନ୍ତି, ଆମକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି, ଯେଉଁଥିରେ ଭାରତ ଓ ଆମେରିକାକୁ ଚାଇନା ବିରୋଧରେ ପରସ୍ପର ସହ ସହଯୋଗର ଆବଶ୍ୟକତା ରହିଛି । ଭାରତ ବିଶ୍ୱର ସବୁଠାରୁ ବଡ ଲୋକତନ୍ତ୍ର ଓ ଭାରତ ଏକ ଯୁବା ଦେଶ ଆଉ ଆଗାମୀ ଦିନରେ ଏହା ଦ୍ରୁତ ଗତିରେ ବିକାଶ କରିବ । ଶୁମର କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଲି, ଯଦି ଆମର ଲୋକତନ୍ତ୍ରକୁ ଚଳିତ ଶତାବ୍ଦିରେ ଏକାଠି ସମୃଦ୍ଧ ହେବାର ଅଛି ତେବେ ଆମକୁ ଏକାଠି ମିଶି କାମ କରିବାକୁ ପଡିବ । ଆମକୁ ନା ବେକଳ ଆମ ପ୍ରତିରକ୍ଷା ସହଯୋଗକୁ ମଜଭୁତ କରିବାକୁ ପଡିବ ବରଂ ଆମର ଆର୍ଥିକ ସମ୍ପର୍କ ଓ ବ୍ୟବସାୟ ସହଯୋଗକୁ ବଢାଇବାକୁ ପଡିବ ।
ଆମେରିକା ସାଂସଦ ବି ଟେକନିକରେ ଭାରତ ସହ ସହଯୋଗକୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ସେ କହିଛନ୍ତି ଉଭୟ ଦେଶ ଏକାଠି ମିଶି ଭବିଷ୍ୟତର ଟେକନିକର ନିୟମ ଓ ସର୍ତ୍ତ ନିର୍ଦ୍ଧାରିତ କରିବା ଦରକାର ।

Share