ନ୍ୟୁୟର୍କ ବଫେଲୋ ସୁପରମାର୍କେଟରେ ଗୁଳିକାଣ୍ଡ: ୧୦ ମୃତ

ନ୍ୟୁୟର୍କ,୧୫ ।୫: ଆମେରିକା ନ୍ୟୁୟର୍କର ବଫେଲୋ ସ୍ଥିତ ଏକ ସୁପରମାର୍କେଟରେ ଶନିବାର କେତେଜଣ ଲୋକଙ୍କୁ ଗୁଳିକରି ହତ୍ୟା କରାଯାଇଛି । ପୋଲିସ କହିଛି ଆକ୍ରମଣକାରୀଙ୍କୁ ଗିରଫ କରାଯାଇଛି । ଟପ ଫ୍ରେଣ୍ଡଲି ମାର୍କେଟରେ ହୋଇଥିବା ଏହି ଗୁଳିକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗଭର୍ନର କୈଥି ହୋଚୁଲ ଟୁଇଟ କରି କହିଛନ୍ତି ତାଙ୍କ ହୋମ ଟାଉନ ବଫେଲୋରେ ଥିବା ଏକ ଦୋକାନରେ ହୋଇଥିବା ଏହି ଘଟଣାକୁ ନେଇ ସେ ଅଧିକାରୀଙ୍କ ସହ ସମ୍ପର୍କ କରିଛନ୍ତି ।
ବଫେଲୋର ପୋଲିସ କମିଶନର ଜୋସେଫ ଗ୍ରେକଗ୍ଲିୟା କହିଛନ୍ତି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେ ହେଲମେଟ ପିନ୍ଧି ଏଭଳି ଘଟଣା ଘଟାଇଛନ୍ତି । ପୋଲିସର ସୂଚନା ଅନୁଯାୟୀ ଏହି ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହେବା ସହ ୩ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଧିକାଂଶ ଅଣଶ୍ୱେତାଙ୍ଗ । ବନ୍ଧୁକଧାରୀ ପ୍ରଥମେ ସୁପରମାର୍କେଟର ପାର୍କିଂରେ ଗୁଳି ଚଳାଇବାରୁ ସେଠାରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ପରେ ଭିତରକୁ ଆସି ସେ ପୁଣିଥରେ ଗୁଳି ଚଳାଇଥିଲେ । ପୋଲିସ ତାଙ୍କୁ କାବୁ କରିବାକୁ ଯିବା ସମୟରେ ସେ ପୋଲିସ ଉପରକୁ ବି ଗୁଳି ଚଳାଇବାକୁ ଚେଷ୍ଟା କରିଥିଲେ ହେଲେ ପରେ ଆତ୍ମ ସମର୍ପଣ କରିଥିଲେ ।

Share