ଆମେରିକାର ଚିନ୍ତା ବଢ଼ାଉଛି ତୁର୍କୀ, ନାଟୋ ସଦସ୍ୟ ହୋଇ ରୁଷିଆକୁ କରୁଛି ସହାୟତା…

ଓ୍ବାଶିଂଟନ, ୫।୯ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନା ଧରୁନି। ଏହା ଯୋଗୁ ୟୁରୋପରେ ମଧ୍ୟ ସଙ୍କଟ ସୃଷ୍ଟି ହୋଇଛି। ଆମେରିକା ଏବଂ ପାଶ୍ଚାତ୍ୟ ଦେଶଗୁଡିକର ପ୍ରତିବନ୍ଧକ ବିରୁଦ୍ଧରେ ରୁଷିଆ ୟୁରୋପକୁ ତୈଳ ଓ ଗ୍ୟାସ ଯୋଗାଣକୁ ମଧ୍ୟ ବନ୍ଦ କରି ଦେଇଛି।

ଏପରିସ୍ଥଳେ ତୁର୍କୀ ଏବଂ ରୁଷିଆ ମଧ୍ୟରେ ସହଯୋଗ ଗତ ୬ ମାସ ମଧ୍ୟରେ ମଜବୁତ ହୋଇଛି। କେବଳ ଏତିକି ନୁହେଁ, ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ତୁର୍କୀ ସଚ୍ଚୋଟ ଏବଂ ନିରପେକ୍ଷ ମଧ୍ୟସ୍ଥି ଭାବରେ ଉଭା ହୋଇଛି। ଯେତେବେଳେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଯୋଗୁ ବିଶ୍ୱ ସ୍ତରୀୟ ଖାଦ୍ୟ ସଙ୍କଟ ଗୁରୁତର ହେଲା, ତୁର୍କୀ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥି ଭୂମିକା ଗ୍ରହଣ କରିଥିଲା। ପାଶ୍ଚାତ୍ୟ ଦେଶମାନେ ଏହା ମଧ୍ୟ ଦେଖିଥିଲେ ଯେ ଯୁଦ୍ଧ ମଧ୍ୟରେ ତୁର୍କୀ ଏହାର ବନ୍ଦର ମାଧ୍ୟମରେ ରୁଷିଆର ମଧ୍ୟସ୍ଥତା କରି ୟୁକ୍ରେନର ଶସ୍ୟ ଭଣ୍ଡାରକୁ ବିଶ୍ୱବାସୀଙ୍କ ପାଇଁ ଖୋଲିଥିଲା।

ତୁର୍କୀର ଏହି ମନୋଭାବ ହଠାତ ସୃଷ୍ଟି ହୋଇନାହିଁ। ଜାତିସଂଘର ପ୍ରତିବନ୍ଧକ ଅନୁଯାୟୀ କାର୍ଯ୍ୟ କରିବାରେ ତୁର୍କୀର ଏକ ସ୍ବତନ୍ତ୍ର ଏବଂ ଦୀର୍ଘ ଅଭିଜ୍ଞତା ଅଛି। ଦେଶର ଅର୍ଥନୀତିର ବିକାଶ ପାଇଁ ୟୁକ୍ରେନ-ରୁଷ ଯୁଦ୍ଧ ଦ୍ୱାରା ସୃଷ୍ଟି ହୋଇଥିବା ପରିସ୍ଥିତିର ସୁଯୋଗ ନେବାକୁ ତୁର୍କୀ ଯୋଜନା କରିଛି। ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପି ଏର୍ଡୋଗାନ୍‌ ବାରମ୍ବାର କହିଛନ୍ତି ଯେ ସେ ରୁଷିଆ ଉପରେ ଲଗାଯାଇଥିବା ପାଶ୍ଚାତ୍ୟ ପ୍ରତିବନ୍ଧକକୁ କାର୍ଯ୍ୟକାରୀ କରିବେ ନାହିଁ। ତୁର୍କୀ ଏକ ନାଟୋ ସଦସ୍ୟ ଦେଶ। ଏହା ସତ୍ତ୍ୱେ ତୁର୍କୀ ରୁଷିଆ ପାଇଁ ନିଜର ଆକାଶ ମାର୍ଗ ସୀମାକୁ ବନ୍ଦ କରିନାହିଁ। ଏହାବ୍ୟତୀତ ଏହା ରୁଷୀୟମାନଙ୍କୁ ତୁର୍କୀ ବ୍ୟାଙ୍କଗୁଡ଼ିକରେ ଆକାଉଣ୍ଟ ଖୋଲିବାକୁ ଅନୁମତି ଦେଇଛି।

ନିକଟ ଅତୀତରେ ରୁଷିଆ ସହିତ ତୁର୍କୀର ବଢୁଥିବା ଘନିଷ୍ଠତା ଆମେରିକାର ଚିନ୍ତାକୁ ବୃଦ୍ଧି କରିଛି। ବାସ୍ତବରେ ତୁର୍କୀ ହେଉଛି ଆମେରିକାର ନାଟୋ ସହଯୋଗୀ। ଏହା ସତ୍ତ୍ୱେ ରୁଷିଆ ଉପରେ ପ୍ରତିବନ୍ଧକ ଲଗାଇବା ପରିବର୍ତ୍ତେ ତୁର୍କୀ ବାଣିଜି୍ୟକ ସମ୍ପର୍କକୁ କ୍ରମାଗତ ଭାବରେ ବୃଦ୍ଧି କରିଛି। ଏଥିସହ ମସ୍କୋ ତୁର୍କୀର ପ୍ରଥମ ଆଣବିକ କାରଖାନାକୁ ୨୦ ବିଲିୟନ ଡଲାରର ଅର୍ଥ ପ୍ରଦାନ କରୁଛି।


ତଥ୍ୟ ଦର୍ଶାଉଛି ଯେ ରୁଷିଆରୁ ତୁର୍କୀର ରପ୍ତାନି ପୂର୍ବ ଦିନ ତୁଳନାରେ ୬୦ପ୍ରତିଶତ ବୃଦ୍ଧି ହୋଇଛି। ଅପରପକ୍ଷରେ ବହୁ ଦେଶ ରୁଷିଆକୁ ରପ୍ତାନି ହ୍ରାସ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri