ଅନ୍‌ଲାଇନ୍‌ରେ ପତାକା ମଗାଇଥିଲେ ମହିଳା, ପ୍ୟାକେଟ ଖୋଲିବା ପରେ ଯାହା ଦେଖିଲେ ଉଡିଗଲା ହୋସ୍‌

ମହାମାରୀ କରୋନା ସମୟରେ ଆମେରିକାରେ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ।
ଆମେରିକାର ଇଲିନୋଇସ ରାଜ୍ୟର ଏଣ୍ଡ୍ରିଆ ଏଲିସ ନାମକ ମହିଳା ତାଙ୍କ ଜେଜେ ମା’ଙ୍କ ବଗିଚାକୁ ସଜାଡିଥିଲେ। ପରେ ସେ ଅନ୍‌ଲାଇନ୍‌ରେ ଏକ ପତାକା ଅର୍ଡର୍‌ କରିଥିଲେ। କିନ୍ତୁ ଯେତେବେଳେ ଉକ୍ତ ପ୍ୟାକେଟ ତାଙ୍କ ଘରେ ପହଞ୍ଚିଲା ତାହାକୁ ଖୋଲି ଦେଖିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଉକ୍ତ ପ୍ୟାକେଟରେ ପତାକା ସାଙ୍ଗକୁ ଏକ ଏନ୍‌ଭଲପ୍‌ରେ କରୋନା ସ୍ବାବ୍‌ ପରୀକ୍ଷଣର ନମୁନା ମିଳିଥିଲା। ପତାକା ଲଫାପା ଭିତରେ ଥିବା ବେଳେ କୋଭିଡ୍‌ ୧୯ ପରୀକ୍ଷଣ ନମୁନାଗୁଡିକ ଏକ ବାୟୋ-ହାର୍ଡ ବ୍ୟାଗ ଭିତରେ ରହିଥିଲା।
ଏ ନେଇ ଏଲିସ କୁହନ୍ତି, ସେ ଯେତେବେଳେ ପ୍ୟାକେଟ ଖୋଲିଲେ ପତାକାକୁ ଦେଖିବା ପରେ ବହୁତ ଖୁସି ହୋଇଯାଇଥିଲେ। ଏହାର କିଛି ସମୟ ପରେ ପ୍ୟାକେଟ ଭିତରେ ଆଉ ଏକ ପ୍ୟାକେଟ ଦେଖିଥିଲେ। ତାହାକୁ ଖୋଲିବା ପରେ କୋଭିଡ୍‌-୧୯ ପରୀକ୍ଷା ନମୁନା ଦେଖିବାକୁ ପାଇଥିଲେ।

Share