ଚାଇନାକୁ ବାଇଡେନ୍‌ଙ୍କ ବାର୍ତ୍ତା: ଆମେରିକା ଇଜ୍ ବ୍ୟାକ୍‌

ୱାଶିଂଟନ,୫ ।୨: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରଥମଥର ଲାଗି ଗୁରୁବାର ତାଙ୍କର ରାଜନୈତିକ ଉଦ୍‌ବୋଧନ ଦେଇଛନ୍ତି । ଏହି ସମୟରେ ସେ ଚାଇନାକୁ ଏକ କଡା ବାର୍ତ୍ତା ଦେଇ କହିଛନ୍ତି ‘ଆମେରିକା ଇଜ୍ ବ୍ୟାକ୍‌’ । ସେ ଆହୁରି ମଧ୍ୟ କହିଛନ୍ତି ଚାଇନା ଦେଉଥିବା ଚ୍ୟାଲେଞ୍ଜକୁ ଆମେରିକା ସିଧାସଳଖ ସାମ୍ନା କରିବ । ଏହାସହ ଦେଶର ହିତ ଉଦ୍ଦେଶ୍ୟରେ ବେଜିଂ ସହ ମିଶି କାମ କରିବାରେ ବି କୁଣ୍ଠାବୋଧ କରିବ ନାହିଁ ଆମେରିକା । ବାଇଡେନ୍ ବୈଦେଶିକ ମନ୍ତ୍ରଣାଳୟର କର୍ମଚାରୀଙ୍କୁ ‘ଫଗି ବଟମ’ ମୁଖ୍ୟାଳୟରେ ସମ୍ବୋଧନ ଦେବା ସମୟରେ କହିଛନ୍ତି ଆମେ ଚାଇନା ଦ୍ୱାରା ଦିଆଯାଉଥିବା ଆର୍ଥିକ ଶୋଷଣର ମୁକାବିଲା କରିବୁ । ଆମେ ଆମର ସହଯୋଗୀଙ୍କ ସହ କାମ କରି ଅନ୍ତରାଷ୍ଟ୍ରୀୟ ସଂସ୍ଥାରେ ନିଜ ଭୂମିକାକୁ ନୂଆ ରୂପ ଦେବୁ, ଆମର ବିଶ୍ୱାସ ଓ ନୈତିକ ଅଧିକାରକୁ ପୁଣିଥରେ ପାଇବାକୁ ଚେଷ୍ଟା କରିବୁ ଓ ଦେଶର ସ୍ଥିତି ସୁଧାରିବାକୁ କାମ କରିବୁ ବୋଲି ବାଇଡେନ୍ ତାଙ୍କ ଉଦ୍‌ବୋଧନରେ କହିଛନ୍ତି । ।

Share