ଆମେରିକାର ବଡ଼ ଚେତାବନୀ: ଇରାନ୍‌ ସହ ତୈଳ କାରବାର କଲେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ

ଓ୍ୱାଶିଂଟନ୍‌,୧୪ା୪: କୌଣସି ଦେଶ ଇରାନୀୟ ତୈଳ କିଣାବିକା କଲେ ସମ୍ପୃକ୍ତ ରାଷ୍ଟ୍ର ଉପରେ ଆମେରିକା କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଚେତାବନୀ ଦେଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ବନ୍ଦ ଘୋଷଣା କରିବା ପରେ ନ୍ୟାୟ ବିଭାଗର ବରିଷ୍ଠ ଅଧିକାରୀମାନେ ଏନେଇ ସ୍ପଷ୍ଟ କରିଛନ୍ତି।

ଫେବୃଆରୀ ୨୮ରୁ ଚାଲିଥିବା ଯୁଦ୍ଧ ବନ୍ଦ ପାଇଁ ଇସ୍‌ଲାମାବାଦରେ ଆମେରିକା-ଇରାନ୍‌ ଶାନ୍ତି ଆଲୋଚନା ରବିବାର ବିଫଳ ହୋଇଥିଲା। ଏହା ପରେ ଟ୍ରମ୍ପ୍‌ ହର୍ମୁଜ୍‌ ବ୍ଲକେଡ୍‌ର ଚେତାବନୀ ଦେଇଥିଲେ, ଯାହାକ ସୋମବାର ରାତିରୁ ଲାଗୁ ହୋଇଛି। ଇତିମଧ୍ୟରେ Xରେ ଜଷ୍ଟିସ୍‌ ଡିପାର୍ଟମେଣ୍ଟ କାର୍ଯ୍ୟକାରୀ ଆଟର୍ନି ଜେନେରାଲ ଟୋଡ୍‌ ବ୍ଲାନ୍‌ଚେ କହିଛନ୍ତି, ଆମେରିକା ରାଷ୍ଟ୍ରପତି ତଥା କମାଣ୍ଡର ଇନ୍‌ ଚିଫ୍‌ ଓ ଆମ ସେନାକୁ ନ୍ୟାୟ ବିଭାଗ ପୂର୍ଣ୍ଣ ସମର୍ଥନ କରୁଛି। ଯିଏ ଇରାନୀୟ ତୈଳ କିଣିବ କିମ୍ୱା ବିକ୍ରି କରିବ ତା’ ବିରୋଧରେ ଆମେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବୁ।

Share