ଟେନ୍‌ସନ୍‌ରେ ଅଛନ୍ତି ଆମେରିକାର ଉପରାଷ୍ଟ୍ରପତି: କହିଲେ, ମୁଁ ଭୟଭୀତ

ଓ୍ବାଶିଂଟନ୍‌,୧୮।୧: ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ ଭୟଭୀତ ଅଛନ୍ତି। ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସକୁ ଫେରିପାରନ୍ତି। ତାଙ୍କ ବିରୋଧରେ ସମସ୍ତେ ଏକ ହେବା ଆବଶ୍ୟକ ବୋଲି ଡେମୋକ୍ରାଟିକ ପାର୍ଟିର ସମର୍ଥକମାନଙ୍କୁ କମଲା ହାରିସ ନିବେଦନ କରଛନ୍ତି। କମଲା ହାରିସଙ୍କ ଏହି ବିବୃତ୍ତି ଆଓ୍ବା କକସର ଫଳାଫଳ ଘୋଷଣା ହେବା ପରେ ଆସିଛି। ଏହି କକ୍‌ସରେ ଡୋନାଲ୍ଡ ଟ୍ରମ୍ପ ଜିତିଛନ୍ତି।
ହାରିସ କହିଛନ୍ତ, ମୁଁ ବହୁତ ଭୟଭୀତ ଏବଂ ଆମେ ସମସ୍ତେ ମଧ୍ୟ ଭୟଭୀତ ହେବା ଉଚିତ୍‌। ଏହି କାରଣରୁ ମୁଁ ଦେଶ ଭ୍ରମଣ କରୁଛି ଏବଂ ପାର୍ଟି ପାଇଁ ପ୍ରଚାର କରୁଛି। ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ନିରନ୍ତର ମଜଭୁତ ସ୍ଥିତିକୁ ନେଇ ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ନିକଟରେ ସେ କହିଥିଲେ, ଜଣେ ପୂର୍ବତନ ରାଷ୍ଟ୍ରପତି ଯିଏ ଦୁଇଥର ମହାଭିଯୋଗର ସମ୍ମୁଖୀନ ହୋଇଥିଲେ, ତାଙ୍କ ବିରୋଧରେ ୯୧ଟି ଆପରାଧିକ ମାମଲା ବିଚାରାଧୀନ ଅଛି, ସେ ଆମେରିକାର ଗଣତନ୍ତ୍ର ପାଇଁ ବିପଦ।
ସୂଚନାଯୋଗ୍ୟ ଯେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପୂର୍ବତନ ପ୍ରଥମ ଲେଡି ମିସେଲ ଓବାମା ମଧ୍ୟ ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକାର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବାର ସମ୍ଭାବନାକୁ ଭୟାନକ ବୋଲି ବର୍ଣ୍ଣନା କରିଛନ୍ତି।

Share