ଚାଇନା ବିରୋଧରେ ଆମେରିକା-ବ୍ରିଟେନ୍‌-ଅଷ୍ଟ୍ରେଲିଆର ସାମରିକ ମେଣ୍ଟ, ନିର୍ମାଣ ହେଉଛି ପରମାଣୁ ସବ୍‌ମେରାଇନ୍‌…

ଓ୍ବାଶିଂଟନ,୧୬।୯: ଚାଇନାକୁ ଘେରିବା ପାଇଁ ଆମେରିକା, ବିଟ୍ରେନ୍‌ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସାମରିକ ମେଣ୍ଟ ଗଠନ ହୋଇଛି। ଏହା ଅନ୍ତର୍ଗତ ଆମେରିକା ଓ ବ୍ରିଟେନ୍‌ର ସହାୟତାରେ ଅଷ୍ଟ୍ରେଲିଆ ପରମାଣୁ ସବ୍‌ ମେରାଇନ୍‌ ନିର୍ମାଣ କରିବାକୁ ଯୋଜନା କରିଛି।

ଫ୍ରାନ୍ସ ମଧ୍ୟ ଏଥିରେ ଆବଶ୍ୟକ ସହାୟତା କରୁଛି। ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ ଏବଂ ବିଟ୍ରେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ମଧ୍ୟରେ ଏକ ବୈଠକ ଭିଡ଼ିଓ କନଫରେନ୍ସିଂରେ ଅନୁଷ୍ଠିତ ହୋଇଯାଇଛି।

ଏହି ପ୍ରକଳ୍ପକୁ ଔକୁସ(ଏୟୁକେୟୁଏସ୍‌) ଭାବେ ନାମିତ କରାଯାଇଛି। ଏହାକୁ ନେଇ ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି। ଓ୍ବାଶିଂଟନ ଦୂତାବାସରେ ଅବସ୍ଥାପିତ ଥିବା ଚାଇନାର ପ୍ରବକ୍ତା କହିଛନ୍ତି ଯେ, କେତେକ ଦେଶକୁ ଶୀତଳ ଯୁଦ୍ଧ ଭଳି ମାନସିକତାଠାରୁ ଦୂରେଇ ରହିବା ଆବଶ୍ୟକ। ଏହାଦ୍ୱାରା ଚାଇନା ବିରୋଧରେ ଅନ୍ତର୍ଜାତୀୟସ୍ତରରେ ଏକ ସାମରିକ ଧ୍ରୁବୀକରଣ ପ୍ରକିୟା ଆରମ୍ଭ ହୋଇଥିବା ନେଇ ଚର୍ଚ୍ଚା ହେଉଛି।

Share