ରୁଷିଆ-ୟୁକ୍ରେନ୍‌ ଶାନ୍ତି ଚୁକ୍ତି ନେଇ ସ୍ପଷ୍ଟ ସଙ୍କେତ ନ ମିଳିଲେ ମଧ୍ୟସ୍ଥତାରୁ ଓହରିଯିବ ଆମେରିକା

ପ୍ୟାରିସ୍‌,୧୯ା୪:ପ୍ୟାରିସ୍‌ରେ ୟୁରୋପୀୟ ଏବଂ ୟୁକ୍ରେନୀୟ ନେତାଙ୍କ ସହ ବୈଠକ ପରେ ରୁବିଓ କହିଛନ୍ତି, ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଶେଷ ପାଇଁ ଆମେରିକା ଆଉ ଅନେକ ସପ୍ତାହ ଓ ମାସ ଧରି ଉଦ୍ୟମ ଜାରି ରଖିବ ନାହିଁ। ତେଣୁ ବର୍ତ୍ତମାନ ଜରୁରୀ ଭିତ୍ତିରେ ସବୁକିଛି ନିର୍ଦ୍ଧାରଣ କରିବାକୁ ପଡ଼ିବ। ରାଷ୍ଟ୍ରପତି ଟ୍ରମ୍ପ୍‌ ଶାନ୍ତି ଚୁକ୍ତି ନିମନ୍ତେ ବହୁ ସମୟ ଦେଲେଣି। ଏଥିରେ ବିଳମ୍ବ ହେଉଥିବାରୁ ସେ କ୍ଷୁବ୍ଧ। ଏହା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ବାସ୍ତବରେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି, ଯାହା ଉପରେ ଧ୍ୟାନ ଦିଆଯିବା ଆବଶ୍ୟକତା ରହିଛି। ରୁବିଓଙ୍କ ଏହି ଚେତାବନୀ ଏଭଳି ସମୟରେ ଆସିଛି, ଯେତେବେଳେ କି ୟୁକ୍ରେନ୍‌ ସହ ଆମେରିକାର ଆଲୋଚନାରେ କିଛିଟା ଅଗ୍ରଗତି ପରିଲକ୍ଷିତ ହୋଇଛି।
ଗୁରୁବାର ଟ୍ରମ୍ପ୍‌ କହିଥିଲେ, ଆସନ୍ତା ସପ୍ତାହରେ କିଭ୍‌ ସହ ଡିଲ୍‌ ହେବା ନେଇ ସେ ଆଶାବାଦୀ, ଯାହାକି ୟୁକ୍ରେନ୍‌ର ମିନେରାଲ୍ସ (ଖଣିଜ ସମ୍ପଦ) ପାଇବା ପାଇଁ ଆମେରିକାକୁ ସୁଯୋଗ ଦେବ। ଏହା ପୂର୍ବରୁ ଫେବୃଆରୀରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଓ୍ବାଶିଂଟନ୍‌ ଗସ୍ତ କରିଥିଲେ। ସେତେବେଳେ ହ୍ବାଇଟ୍‌ ହାଉସ୍‌ର ଓଭାଲ ଅଫିସରେ ଆମେରିକା ପ୍ରତିପକ୍ଷ ଟ୍ରମ୍ପ୍‌ ଓ ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କ ସହ ହୋଇଥିବା ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରିପାରି ନ ଥିଲା। ଓଲଟା ଜେଲେନ୍‌ସ୍କି ଓ ଟ୍ରମ୍ପ୍‌ଙ୍କ ମଧ୍ୟରେ କଥା କଟାକଟି ଓ ଯୁକ୍ତିତର୍କରୁ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଉପୁଜିଥିଲା।
ଟ୍ରମ୍ପ୍‌ଙ୍କ ଶାନ୍ତି ଉଦ୍ୟମ ଉପରେ ପ୍ୟାରିସ୍‌ରେ ହୋଇଥିବା ଉଚ୍ଚସ୍ତରୀୟ ଆଲୋଚନାରେ ୟୁରୋପୀୟ ଶକ୍ତିମାନେ ମଧ୍ୟ ସାମିଲ ହୋଇଥିଲେ। ବୈଠକରେ ରୁବିଓ କହିଥିଲେ, ଶାନ୍ତି ପାଇଁ ଆମେରିକା ପକ୍ଷରୁ ପ୍ରସ୍ତୁତ ରୂପରେଖ ‘ଉତ୍ସାହଜନକ ଗ୍ରହଣୀୟତା’ ହାସଲ କରିଛି। ଜେଲେନ୍‌ସ୍କିଙ୍କ ଅଫିସ ଆଲୋଚନାକୁ ଗଠନମୂଳକ ଓ ସକାରାମତ୍କ ବୋଲି ଅଭିହିତ କରିଛି। ଅନ୍ୟପକ୍ଷେ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ସମାଧାନ କରାଯିବାକୁ ଥିବା ଭୂରାଜନୈତିକ ଚ୍ୟାଲେଞ୍ଜଗୁଡ଼ିକୁ ଉପଯୁକ୍ତ ସମ୍ମାନ ମିଳୁ ନ ଥିବାରୁ ରୁବିଓଙ୍କ ଉପରୋକ୍ତ ମନ୍ତବ୍ୟକୁ ନୈରାଶ୍ୟର ପ୍ରତିଫଳନ ବୋଲି ମନେକରାଯାଉଛି। ଆସନ୍ତା କିଛିଦିନ ମଧ୍ୟରେ ଲଣ୍ଡନରେ ଏକ ଅନୁରୂପ ବୈଠକ ହେବ ବୋଲି ଫ୍ରାନ୍ସର ଅଧିକାରୀମାନେ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଯୁଦ୍ଧ ଶେଷ ପାଇଁ ଟ୍ରମ୍ପ୍‌ ପ୍ରଶାସନର ଅନେକ ଉଦ୍ୟମ ପରେ ମଧ୍ୟ ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଅସ୍ତ୍ରବିରତି ସଫଳ ହୋଇପାରି ନାହିଁ। ଟ୍ରମ୍ପ୍‌ଙ୍କ ଏ ସଂକ୍ରାନ୍ତ ପ୍ରସ୍ତାବକୁ ୟୁକ୍ରେନ୍‌ର ସମର୍ଥନ ମିଳିଥିଲେ ମଧ୍ୟ ମସ୍କୋ ଏହାକୁ ବିରୋଧ କରିଆସିଛି। ୟୁକ୍ରେନ୍‌ର ସାମରିକ କାର୍ଯ୍ୟକଳାପ ଏବଂ ପାଶ୍ଚାତ୍ୟର ଅସ୍ତ୍ର ଯୋଗାଣ ବନ୍ଦ ହେଲେ ଅସ୍ତ୍ରବିରତି ସମ୍ଭବ ବୋଲି ମସ୍କୋ ଯୁକ୍ତି ବାଢ଼ିଛି। ତେବେ ରୁଷିଆର ଏଭଳି ଦାବିକୁ ୟୁକ୍ରେନ୍‌ ପ୍ରତ୍ୟାଖ୍ୟାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri