ଛାତ୍ରଙ୍କୁ ନଗ୍ନ ଭିଡିଓ ପଠାଇ ଫସିଲେ ଶିକ୍ଷୟିତ୍ରୀ

ଓ୍ବାଶିଂଟନ୍‌,୨୭।୧୦: ଆମେରିକାର ମିସୋରି ପ୍ରଦେଶରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୨୫ ବର୍ଷୀୟ ଶିକ୍ଷୟିତ୍ରୀ ୧୬ ବର୍ଷୀୟ ଛାତ୍ରଙ୍କୁ ନଗ୍ନ ଫଟୋ ପଠାଇ ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ମିଳିଥିବା ସୂଚନା ମୁତାବକ, ଶିକ୍ଷୟିତ୍ରୀ ଜଣକ ଛାତ୍ରଙ୍କ ସହ ସମ୍ପର୍କ ରଖିବାକୁ ଉଦ୍ୟମ କରିଥିଲେ। ହେଲେ ଛାତ୍ର ଜଣକ ସମ୍ପର୍କ ରଖିବାକୁ ଚାହୁଁ ନ ଥିଲେ। ଏନେଇ ଶିକ୍ଷୟିତ୍ରୀ ଛାତ୍ରଙ୍କୁ ନଗ୍ନ ଫଟୋ ଏବଂ ଭିଡିଓ ଶେୟାର କରିବାକୁ କହିଥିଲେ। ଫଳରେ ଛାତ୍ର ଜଣକ ସୋସିଆଲ ମିଡ଼ିଆ ମାଧ୍ୟମରେ ଶିକ୍ଷୟିତ୍ରୀଙ୍କ ପାଖକୁ ନଗ୍ନ ଫଟୋ ଏବଂ ଭିଡିଓ ପଠାଇଥିଲେ। ଏପରିକି ଶିକ୍ଷୟିତ୍ରୀ ମଧ୍ୟ ଛାତ୍ରଙ୍କ ପାଖକୁ ନଗ୍ନ ଫଟୋ ଏବଂ ଭିଡିଓ ପଠାଇଥିଲେ। ସ୍କୁଲରେ ଏହି କଥା ପ୍ରଘଟ ହେବା ପରେ ଶିକ୍ଷୟିତ୍ରୀ ଫଟୋ ଏବଂ ଭିଡିଓ ‘ଡିଲିଟ୍‌’ କରିବାକୁ ଛାତ୍ରଙ୍କୁ କହିଥିଲେ।

ପରବର୍ତ୍ତୀ ସମୟରେ ଗୋଇନ୍ଦା ବିଭାଗ ଅଧିକାରୀ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏପରିକି ଗୋଇନ୍ଦା ବିଭାଗ ଅଧିକାରୀମାନେ ଛାତ୍ରଙ୍କୁ ପଚରାଉଚରା ପରେ ଶିକ୍ଷୟିତ୍ରୀଙ୍କ ନିକଟକୁ ନଗ୍ନ ଫଟୋ ଏବଂ ଭିଡିଓ ପଠାଇଥିବା ସ୍ବୀକାର କରିଥିଲେ। ଏପରିକି ଗୋଇନ୍ଦା ଅଧିକାରୀ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ଜେରା କରିଥିଲେ। ସେ ଜେରା ବେଳେ ଛାତ୍ରଙ୍କ ସହିତ ବାର୍ତ୍ତାଲାପ କରୁଥିବା କଥା ସ୍ବୀକାର କଲେ। ସେ କହିଲେ, ଛାତ୍ର ଜଣକ ନାବାଳକ ବୋଲି ସେ ଜାଣି ନ ଥିଲେ। କାରଣ ମିସୋରିରେ ଯୌନ ସମ୍ପର୍କ ପାଇଁ ସମ୍ମତି ଦେବାର ବିଧିବଦ୍ଧ ବୟସ ୧୭ ବର୍ଷ। ଅଭିଯୋଗ ଆଧାରରେ ୨୫ ବର୍ଷୀୟ ଶିକ୍ଷୟିତ୍ରୀଙ୍କ ନାମରେ ୬ଟି ଆପରାଧିକ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି। କୋର୍ଟର ଦଲିଲ ଅନୁଯାୟୀ, ଜେଲରୁ ମୁକୁଳିବାକୁ ହେଲେ ଶିକ୍ଷୟିତ୍ରୀଙ୍କୁ ଜରିମାନା ବାବଦକୁ ୧୦୦,୦୦୦ ଡଲାର ଦେବାକୁ ପଡିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ସଙ୍କେତ ଟପିଲା ବୈତରଣୀ, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ପାଟଣା,୧୩।୮(ବୀର କିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଅପରାହ୍ନରେ ପାଟଣା ଅଞ୍ଚଳରେ ବୈତରଣୀ ନଦୀ…

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ, କାଲିମେଳାରୁ ମହାରାଷ୍ଟ୍ରର ଯାଉଥିବା ବେଳେ ମାଡ଼ି ବସିଲା ପୋଲିସ

କାଲିମେଳା,୧୩।୮: ରୋଗୀ ବୁହା ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ଖବର ସାମ୍ନାକୁ ଆସିଛି। କାଲିମେଳା ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗଞ୍ଜେଇ…

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ କାରାଦଣ୍ଡ, ଜାଣନ୍ତୁ କାରଣ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ…

ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି। ଜଣେ ୪୦ ବର୍ଷର ବିବାହିତ ଯୁବକ ତାଙ୍କ ସାଙ୍ଗର ୪ ବର୍ଷର…

‘ମୁଁ ବି RSSକୁ ସୁରକ୍ଷା ଦେବି…’, ରାହୁଲ ଗାନ୍ଧୀଙ୍କ ଏମିତି ବୟାନକୁ ନେଇ ଉଠିଲାଣି ରାଜନୈତିକ ଝଡ଼!

ନୂଆଦିଲ୍ଲୀ,୧୩।୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସମ୍ପର୍କରେ ଦିଆଯାଇଥିବା ଏକ ବିବୃତ୍ତି ଏକ ନୂତନ ରାଜନୈତିକ…

ଅଟୋ ଦୁର୍ଘଟଣାରେ ରବୀନ୍ଦ୍ରଙ୍କ ମୃତ୍ୟୁ, ସହାୟତାର ହାତ ବଢ଼ାଇଲେ ଉପଜିଲାପାଳ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ରାମନାଗୁଡ଼ା ନିକଟସ୍ଥ ପରୀକ୍ଷିତି ଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅପରାହ୍ନ ସମୟରେ ଏକ ଦ୍ରୁତ ଗତିରେ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

ଖାର୍ଗେଙ୍କ ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ଗର୍ଜିଲେ ପ୍ରିୟଙ୍କା ଗାନ୍ଧୀ, ଦେଶବ୍ୟାପୀ ସତ୍ୟାଗ୍ରହ କରିବ କଂଗ୍ରେସ

ନୂଆଦିଲ୍ଲୀ,୧୩।୮: ଉତ୍ତରାଖଣ୍ଡର ହଲଦ୍ୱାନୀରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ‘ବିଜୟ ଶଙ୍ଖନାଦ’ ରାଲିରେ ଯେଉଁ ମଞ୍ଚରେ ଭାଷଣ ଦେଇଥିଲେ, ସେହି ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ବିବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri