‘କ୍ଲାସମେଟ୍‌ଙ୍କୁ କିପରି ହତ୍ୟା କରିବେ’! ଛାତ୍ରଙ୍କୁ ରଚନା ଲେଖିବାକୁ ଦେଇ ବିବାଦରେ ଶିକ୍ଷକ

ଓ୍ବାଶିଂଟନ୍‌,୧୬।୨: ପିଲାବେଳେ ସ୍କୁଲରେ ରଚନା ଲେଖିବାକୁ ଦିଆଯାଇଥାଏ। ପିଲାମାନେ ସେ ବିଷୟ ଉପରେ ସୁନ୍ଦର ସୁନ୍ଦର ବର୍ଣ୍ଣନା କରି ସ୍କୁଲ ଶିକ୍ଷକଙ୍କୁ ଦେଇଥାନ୍ତି। ହେଲେ କେବେ କ୍ଲାସମେଟ୍‌କୁ କିପରି ମାରିବା ଏସମ୍ପର୍କରେ ରଚନା ଲେଖିଛନ୍ତି। ଆଶ୍ଚର୍ଯ୍ୟ ଲାଗୁଛି ନା। ଯୁକ୍ତରାଷ୍ଟ୍ରର ଜଣେ ସ୍କୁଲ ଶିକ୍ଷକ ଛାତ୍ରଙ୍କୁ ସହପାଠୀଙ୍କୁ କିପରି ହତ୍ୟା କରାଯିବ ସେ ସମ୍ପର୍କରେ ରଚନା ଲେଖିବାକୁ ଦେଇଛନ୍ତି।

ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ୟୁଏସ ଭର୍ଜିନିଆର କ୍ରେଷ୍ଟଉଡ ମିଡିଲ ସ୍କୁଲର ଇଂରାଜୀ ଶିକ୍ଷକ ତାଙ୍କ କ୍ଲାସ ଛାତ୍ରଙ୍କୁ ଏପରି ରଚନା ଲେଖିବାକୁ ହୋମଓ୍ବର୍କ ଦେଇଛନ୍ତି। ତେବେ କିଛି ଛାତ୍ର ଏହି ହୋମଓ୍ବର୍କ କରି ମଧ୍ୟ ଆସିଥିଲେ। ଯେଉଁଥିରେ ସେମାନେ ନିଜ କ୍ଲାସମେଟ୍‌ଙ୍କୁ ଜିଅନ୍ତା ଜାଳିବା, କାଟିବା, ଝରକା ବାହାରକୁ ଫିଙ୍ଗିବା ଏବଂ ହତ୍ୟା କରି କୁକୁରକୁ ଖାଇବାକୁ ଦେବା ବିଷୟରେ ଲେଖିଛନ୍ତି। କିନ୍ତୁ ତନ୍ମଧ୍ୟରୁ ଜଣେ ଛାତ୍ର ତାଙ୍କ ପିତାମାତାଙ୍କୁ ଏହି ଘଟଣା ବିଷୟରେ କହିଥିଲେ। ପରେ ସେମାନଙ୍କ ଅଭିଭାବକ ପୋଲିସକୁ ସୂଚନା ଦେଇଥିଲେ। ପରେ ସେହି ଶିକ୍ଷକଙ୍କୁ ଗିରଫ କରାଯାଇଛି।
ପୋଲିସ ଯାଞ୍ଚରେ କହିଛି କି, ଯେତେବେଳେ ଶିକ୍ଷକଙ୍କୁ ଏସମ୍ପର୍କରେ ପଚରାଯାଇଥିଲା, ସେ ଏହାକୁ ବିଷୟବସ୍ତୁ ଅନ୍ତର୍ଭୁକ୍ତ ବୋଲି କହିଛନ୍ତି। କିନ୍ତୁ ପରେ ସ୍ବୀକାର କରିଛନ୍ତି ଯେ, ଦେଇଥିବା ପାଠ ଉପଯୁକ୍ତ ନୁହେଁ ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ପ ଦଂଶନରେ ୨ ମାସର ଶିଶୁ ପୁତ୍ର ମୃତ, ବାପା ଅସୁସ୍ଥ: ଚିକିତ୍ସା ନ କରାଇ ଶିଶୁକୁ ପୋତିଦେଲେ…

ଦେବଗଡ,୧୦ା୮(ଶଶାଙ୍କ ଶେଖର ଝାଙ୍କର): ସର୍ପ ଦଂଶନରେ ୨ ମାସର ଶିଶୁପୁତ୍ର ମୃତ, ବାପା ଅସୁସ୍ଥ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିିଛି ଦେବଗଡ ଜିଲାର…

ନକଲି ଆଇଏଏସ୍‌ ଅଫିସର ଗିରଫ

ନୂଆଦିଲ୍ଲୀ, ୧୦ା୮: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ଗୁପ୍ତ ଏଜେଣ୍ଟ ବୋଲି ପରିଚୟ ଦେଉଥିବା ଜଣେ ନକଲି ଆଇଏଏସ୍‌ ଅଫିସରଙ୍କୁ ପୋଲିସ ସୋମବାର ଗିରଫ…

ଶକ୍ତିଶାଳୀ ଭୂକମ୍ପ ଅନୁଭୂତ: ଭୟରେ ଘର ଛାଡ଼ି ପଳାଇଲେ ଲୋକେ

ବୋଗୋଟା, ୧୦।୮: ପଶ୍ଚିମ କୋଲମ୍ବିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ୭.୬ ତୀବ୍ରତାର ଏହି ଭୂକମ୍ପ ଯୋଗୁ ଆମେରିକୀୟ ଦେଶ କୋଲମ୍ବିଆ ଏବଂ ଏହାର…

ରାଜ୍ୟଗୋଷ୍ଠୀ ଫେନ୍‌ସିଂରେ ଭାରତ ଜିତିଲା ୧୭ ପଦକ

ନୂଆଦିଲ୍ଲୀ,୧୦ା୮: ନାଇଜେରିଆର ଲାଗୋସରେ ଚାଲିଥିବା ୨୩ ବର୍ଷରୁ କମ୍‌ ରାଜ୍ୟଗୋଷ୍ଠୀ ଫେନ୍‌ସିଂ ଚାମ୍ପିୟନଶିପ୍‌ରେ ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ଆଧିପତ୍ୟ ବିସ୍ତାର କରିଛି। ଇଭେଣ୍ଟର…

ଶକ୍ତିଶ୍ରୀ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ: ଛାତ୍ରୀମାନଙ୍କୁ ସଚେତନ କରାଇଲେ…

ଦିଗପହଣ୍ଡି, ୧୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ କଲେଜ ଶକ୍ତିଶ୍ରୀ ସଶକ୍ତିକରଣ ସେଲ ପକ୍ଷରୁ ଗତ ଜୁଲାଇ ୩୦…

ଅଚାନକ ଚଢାଉ କଲା ଅବକାରୀ ବିଭାଗ: ଜବତ ହେଲା ଏତେ ପରିମାଣର ମହୁଲି ଫୁଲ ସହ…

ମୋହନା,୧୦।୮( ମନ୍ମଥ ମିଶ୍ର ): ଗଜପତି ଜିଲାରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ। ଅଡବା ଥାନା ଅନ୍ତର୍ଗତ କଟାମା ଗାଁରୁ ୯୦୦ କିଲୋଗ୍ରାମ ମହୁଲି ଫୁଲ…

ପୈତୃକ ଗାଁରେ ଘର କାମ ଆରମ୍ଭ କଲେ ରିଷଭ ପନ୍ତ

ପିଥୋରାଗଡ଼(ଉତ୍ତରାଖଣ୍ଡ),୧୦ା୮: ରିଷଭ ପନ୍ତଙ୍କ ମା’ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାରେ ନିଜ ପୈତୃକ ଗାଁକୁ ଫେରିବା ପରେ ସେମାନଙ୍କ ଘରର ପୁନଃ ନିର୍ମାଣ କାମ ଆରମ୍ଭ ହୋଇଛି। ଏହାକୁ…

ଜିଲାପାଳଙ୍କ ବଡ଼ ଆହ୍ବାନ: ପାଳନ ହେବ ‘ଘରେ ଘରେ ତ୍ରିରଙ୍ଗା’ କାର୍ଯ୍ୟକ୍ରମ

ଛତ୍ରପୁର,୧୦।୮୯(ଦିଲ୍ଲୀପ ସାମଲ/ଦାରିକା ପଟ୍ଟନାୟକ): ପବିତ୍ର ସ୍ବାଧୀନତା ଦିବସ ଏବଂ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ’ର ୧୫୦ତମ ବର୍ଷପୂର୍ତ୍ତି ଅବସରରେ ଦେଶରେ ‘ଘରେ ଘରେ ତ୍ରିରଙ୍ଗା-୨୦୨୬’ କାର୍ଯ୍ୟକ୍ରମ ପାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri