ଆମେରିକାର କଡ଼ା ଚେତାବନୀ, ୟୁକ୍ରେନ୍‌ ସମସ୍ୟା ମଧ୍ୟରେ ତାଇଓ୍ବାନଠାରୁ ଦୂରେଇ ରହୁ ଚାଇନା…

ଓ୍ବାଶିଂଟନ, ୨୪।୧ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ବୃଦ୍ଧି ପାଉଥିବା ଯୁଦ୍ଧ ଆଶଙ୍କା ମଧ୍ୟରେ ଆମେରିକା ଚାଇନାକୁ ଚେତାବନୀ ଦେଇଛି। ତାଇୱାନ ମାମଲାରେ ହସ୍ତକ୍ଷେପ ନ କରି ଦୂରେଇ ରହିବାକୁ ଆମେରିକା ପକ୍ଷରୁ କୁହାଯାଇଛି। ୟୁକ୍ରେନ୍‌ ସମସ୍ୟାର ସୁଯୋଗ ନ ନେବାକୁ ଆମେରିକା ଚାଇନା ଉଦ୍ଦେଶ୍ୟରେ କହିଛି।

ତାଇୱାନ ସମ୍ବନ୍ଧରେ ଚାଇନା ଉଦ୍ଦେଶ୍ୟ ଭଲ ନୁହେଁ। ଆମେରିକା ଏବଂ ଅନ୍ୟାନ୍ୟ ଦେଶ ପକ୍ଷରୁ ନିରନ୍ତର ଚେତାବନୀ ଦିଆଯାଉଥିବାବେଳେ ଚାଇନା ଏହାକୁ ଶୁଣିବାକୁ ନା ରାଜ। ଏହାକୁ ନେଇ ଆମେରିକା ଦୁଇଟି ପରମାଣୁ ସଶସ୍ତ୍ର ଯୁଦ୍ଧ ଜାହାଜ ନିୟୋଜିତ କରିଛି।

ଗୋଟିଏ ଫିଲିପାଇନ୍ସର ସମୁଦ୍ରରେ ଏବଂ ଅନ୍ୟଟି ଜାପାନର ୟୋକୋସୁକାରେ। ଏହା ମାଧ୍ୟମରେ ସେ ଚାଇନାକୁ ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରଶାସନ ପ୍ରତିପକ୍ଷ ଶି ଜିନ୍‌ ପିଙ୍ଗ୍‌ ସରକାରଙ୍କୁ ଏକ କଡ଼ା ଚେତାବନୀ ଦେଇଛନ୍ତି ଯେ ତାଇୱାନଠାରୁ ଦୂରେଇ ରହିବା ଆବଶ୍ୟକ।

ଅପରପକ୍ଷରେ ଚାଇନା ଏହାର ପିପୁଲ୍ସ ଲିବରେସନ ଆର୍ମି (ପିଏଲ୍‌ଏ) ନିୟୋଜନ ମାଧ୍ୟମରେ ଆମେରିକାକୁ ମଧ୍ୟ ଜବାବ ଦେଇଛି। ରବିବାର ପିଏଲ୍‌ଏ ୩୯ଟି ଯୁଦ୍ଧ ବିମାନ ତାଇୱାନର ଦକ୍ଷିଣ-ପଶ୍ଚିମ ବାୟୁ ପ୍ରତିରକ୍ଷା ଜୋନକୁ ପଠାଇଛି। ଏଥିମଧ୍ୟରେ ଜେ-୧୦ ଏବଂ ଜେ-୧୬ ପରି ଯୁଦ୍ଧ ବିମାନକୁ ସାମିଲ କରାଯାଇଛି।

ଏହାକୁ ନେଇ ସୁରକ୍ଷା ସୃଷ୍ଟିରୁ ତାଇୱାନର ବାୟୁସେନା ପିଏଲ୍‌ଏର କୌଣସି ଆକ୍ରୋଶ ମୂଳକ ପଦକ୍ଷେପ ଲାଗି ଏୟାରୁ ପାଟ୍ରୋଲିଂ ଏବଂ ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର ପ୍ରଣାଳୀକୁ ସକ୍ରିୟ କରିଛି।

 

Share