୨୨୨ ଆମେରିକୀୟଙ୍କୁ ମୁକ୍ତ କଲା ନିକାରଗୁଆ, ବୈଦେଶିକ ମନ୍ତ୍ରଣାଳୟ କହିଲା ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତାର ରାସ୍ତା ଖୋଲିଲା

ୱାଶିଂଟନ,୧୦ ।୨: ମଧ୍ୟ ଆମେରିକା ଦେଶ ନିକାରଗୁଆ ଆମେରିକାର ୨୨୨ ଲୋକଙ୍କୁ ବନ୍ଦୀ ମୁକ୍ତ କରିଛି । ଆମେରିକା ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ନେଡ ପ୍ରାଇସ ବନ୍ଦୀଙ୍କ ମୁକ୍ତିକୁ ନେଇ କହିଛନ୍ତି, ଆଜି ଆମେରିକା ସେହି ୨୨୨ ଲୋକଙ୍କ ସ୍ୱାଗତ କରୁଛି, ଯେଉଁମାନଙ୍କୁ ନିଗାରଗୁଆ ସରକାର ନିଜର ମୌଳିକ ସ୍ୱତନ୍ତ୍ରତାର ପ୍ରୟୋଗ କରି ବନ୍ଦୀ କରିଥିଲେ ଓ ଦୀର୍ଘ ସମୟ ପର୍ଯ୍ୟନ୍ତ ଅନ୍ୟାୟ ଭାବେ ବନ୍ଦ କରି ରଖିଥିଲେ । ସେ କହିଛନ୍ତି, ଏମାନଙ୍କ ମୁକ୍ତି ମାନବାଧିକାର ଚିନ୍ତାକୁ ଦୂର କରି ଦେଶ ପାଇଁ ଏକ ରଚନାତ୍ମକ ପଦକ୍ଷେପ ସୃଷ୍ଟି କରିଛି ।

ନେଡ ପ୍ରାଇସ କହିଛନ୍ତି, ଏସବୁ ୨୨୨ ବ୍ୟକ୍ତିଙ୍କ ମୁକ୍ତି ଆମେରିକା ଓ ନିକାରଗୁଆ ମଧ୍ୟରେ ଚିନ୍ତିତ ପ୍ରସଙ୍ଗ ମଧ୍ୟରେ ଆଗକୁ କଥାବାର୍ତ୍ତାର ବାଟ ଖୋଲିବ । ଆମେରିକା ସେମାନଙ୍କ ଆଗମନକୁ ସୁବିଧାଜନକ କରିବାକୁ ଚିକିତ୍ସା ଓ ଆଇନ ସହାୟତା ପ୍ରଦାନ କରୁଛି ।

Share