ଆମେରିକା- ଦକ୍ଷିଣ କୋରିଆ ଉଡ଼ାଇଲେ ୨୦ ଯୁଦ୍ଧ ବିମାନ, କିମ୍‌ଙ୍କ ଚିନ୍ତା ବଢ଼ିଲା …

ଓ୍ବାଶିଂଟନ/ସିଓଲ, ୮।୬ : ଉତ୍ତର କୋରିଆ ସହ ତିକ୍ତତା ମଧ୍ୟରେ ଆମେରିକା ଏବଂ ଦକ୍ଷିଣ କୋରିଆର ୨୦ଟି ଯୁଦ୍ଧ ବିମାନ ମଙ୍ଗଳବାର ଦକ୍ଷିଣ କୋରିଆର ପଶ୍ଚିମ ଉପକୂଳରେ ଉଡ଼ି ବୁଲିଛି। ଏହି ଯୁଦ୍ଧ ବିମାନଗୁଡ଼ିକର ଉଡ଼ାଣ ପଛର ଉଦ୍ଦେଶ୍ୟ ଥିଲା ଯଦି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ କୌଣସି ପ୍ରତିକ୍ରିୟା ପ୍ରକାଶ କରନ୍ତି ତେବେ ଏହାର ପ୍ରତିଶୋଧ ନିଆଯିବ।

ଦକ୍ଷିଣ କୋରିଆର ଚିଫ୍‌ ଅଫ୍‌ ଷ୍ଟାଫ୍‌ କହିଛନ୍ତି ଯେ ଏଫ -୩୫ ଷ୍ଟିଲଥ୍‌ ଯୁଦ୍ଧ ବିମାନ ସମେତ ୧୬ ଟି ଦକ୍ଷିଣ କୋରିଆ ଯୁଦ୍ଧ ବିମାନ ଉଡ଼ାଣ ଭରିଥିବାବେଳେ ଚାରିଟି ଆମେରିକୀୟ ଏଫ୍‌-୧୬ ଯୁଦ୍ଧ ବିମାନ ମଧ୍ୟ ଏଥିରେ ସାମିଲ ଥିଲେ। ଉତ୍ତେଜନାମୂଳକ କାର୍ଯ୍ୟକଳାପ ପରେ ଉତ୍ତର କୋରିଆ ସମ୍ମୁଖରେ ଦକ୍ଷତା ପ୍ରଦର୍ଶନ କରିବା ସେମାନଙ୍କର ଉଦ୍ଦେଶ୍ୟ ଥିଲା ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଉତ୍ତର କୋରିଆର କ୍ଷେପଣାସ୍ତ୍ର ପରୀକ୍ଷଣର ଜବାବରେ ସୋମବାର ଆମେରିକା ଏବଂ ଦକ୍ଷିଣ କୋରିଆ ବାହିନୀ ସମୁଦ୍ର ଭିତରକୁ ଆଠଟି ବାଲିଷ୍ଟିକ କ୍ଷେପଣାସ୍ତ୍ର ଉତକ୍ଷେପଣ କରିଛନ୍ତି। ଆକ୍ରମଣର ଶୀଘ୍ର ଏବଂ ସଠିକ ଜବାବ ଦେବା ପାଇଁ ଉତ୍ତର କୋରିଆର ଦକ୍ଷତା ପ୍ରଦର୍ଶନ କରିବାକୁ ଏହି ଉତକ୍ଷେପଣ ଉଦ୍ଦିଷ୍ଟ ଥିଲା ବୋଲି କୁହାଯାଉଛି।

ସେହିପରି ଆମେରିକାର ଡେପୁଟି ସେକ୍ରେଟେରୀ ୱେଣ୍ଡି ଶେରମାନ ମଙ୍ଗଳବାର ଚେତାବନୀ ଦେଇଛନ୍ତି ଯେ ଯଦି କିମ୍‌ ପୁଣି ଆଣବିକ ପରୀକ୍ଷା କରନ୍ତି ତେବେ ଏହାର କଡ଼ା ଜବାବ ଦିଆଯିବ। ୱେଣ୍ଡି ବର୍ତ୍ତମାନ ଦକ୍ଷିଣ କୋରିଆରେ ଅଛନ୍ତି, ଯେଉଁଠାରେ ସେ ଜାପାନ ଏବଂ ଦକ୍ଷିଣ କୋରିଆର ନେତାମାନଙ୍କୁ ଭେଟି ସାମ୍ପ୍ରତିକ ଉତ୍ତେଜନା ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଜାରି ରଖିଛନ୍ତି। ମାତ୍ର ଏହାକୁ ଅଣଦେଖା କରି ଉତ୍ତର କୋରିଆ ଏହାର ଉତ୍ତର-ପୂର୍ବ ସହର ପୁଙ୍ଗୟେ-ରିରେ ଆଉ ଏକ ଆଣବିକ ପରୀକ୍ଷଣ କରିବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri