ସମଲିଙ୍ଗି ବିବାହ ବିଲ ପାସ୍‌, ବାଇଡେନ କହିଲେ ‘ପ୍ରେମ- କେବଳ ପ୍ରେମ ହୋଇଥାଏ…’

ୱାଶିଂଟନ,୩୦ ।୧୧: ଶେଷର ଆମେରିକାରେ ସମଲିଙ୍ଗି ବିବାହ(ସେମ ସେକ୍ସ ମ୍ୟାରେଜ ବିଲ)କୁ ମଞ୍ଜୁରୀ ଦେବାକୁ ଥିବା ବିଧେୟକ ମଙ୍ଗଳବାର ପାରିତ ହୋଇଛି ବା ଏହି ବିଲ ପାସ୍ ହୋଇଛି । କିଛି ଦଶକ ହେବ ଆମେରିକାରେ ସମଲିଙ୍ଗି ବିବାହ ବିବାଦର ବିଷୟ ହୋଇ ରହିଥିଲା ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶାସକ ଡେମୋକ୍ରେଟିକ ପାର୍ଟି ଓ ବିରୋଧି ରିପବ୍ଲିକନ ପାର୍ଟି ଉଭୟର ସମର୍ଥନ ଏହି ବିଧେୟକକୁ ମିଳିଛି । ଏହି ବିଧେୟକ ପାସ ହେବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ପ୍ରେମ-କେବଳ ପ୍ରେମ ହୋଇଥାଏ…’ । ଉଭୟ ଦଳ ଏଥିରେ ଏଇଥିପାଇଁ ସହମତି ପ୍ରକାଶ କଲେ କାରଣ ଆମେରିକାର ରୁଢିବାଦୀ ସୁପ୍ରିମକୋର୍ଟ ଗର୍ଭପାତ ଆଇନ ଭଳି ସମଲିଙ୍ଗୀ ବିବାହ ଅଧିକାର ଉପରେ ପ୍ରତିବନ୍ଧକ ଲଗାଇବାର ସମ୍ଭାବନା ଥିଲା ।

Share