ଏସିଆରେ ଚାଇନା ପ୍ରତି ଥିବା ସମର୍ଥନ ହ୍ରାସ କରିବାକୁ ଉଦ୍ୟମ କରୁଛି ଆମେରିକା…

ବେଜିଂ, ୧୨।୬ : ଚାଇନା ପ୍ରତିରକ୍ଷା ମନ୍ତ୍ରୀ ଆମେରିକା ବିରୋଧରେ ବଡ଼ ଧରଣର ଅଭିଯୋଗ କରିଛି। ଆମେରିକା ଜାଣିଶୁଣି ଚାଇନାର ସାମ୍ରଦିକ ସୀମାରେ ପାଟ୍ରୋଲିଂ ସହିତ ଆମ ଅଞ୍ଚଳର କାର୍ଯ୍ୟରେ ହସ୍ତକ୍ଷେପ ଏବଂ ଦକ୍ଷିଣ ଚୀନ ସାଗରରେ ଯୁଦ୍ଧ ଜାହାଜ ଏବଂ ଯୁଦ୍ଧ ବିମାନ ପଠାଇ ଉତ୍ତେଜନା ସୃଷ୍ଟି କରୁଛି ବୋଲି ସିଙ୍ଗାପୁରରେ ଶାଙ୍ଗରି-ଲା ଆଲୋଚନା ସମୟରେ ଚାଇନା ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ୱେଇ ଫେଙ୍ଗେ ରବିବାର ଅଭିଯୋଗ କରିଛନ୍ତି।

ଏସିଆ-ପ୍ରଶାନ୍ତ ମହାସାଗରରେ ଥିବା ଦେଶଗୁଡିକର ଚାଇନା ପ୍ରତି ସମର୍ଥନକୁ ହ୍ରାସ କରିବାରେ ଆମେରିକା ଯୋଜନାବଦ୍ଧ ଭାବେ କାର୍ଯ୍ୟ କରୁଥିବା ସେ କହିଛନ୍ତି। ଆମେରିକା ପ୍ରତିରକ୍ଷା ସଚିବ ଓଲିଉଡ ଅଷ୍ଟିନ ଚାଇନା ବିରୋଧରେ ଦେଇଥିବା ଅନ୍ତବ୍ୟ ଆପତ୍ତିଜନକ ବୋଲି ଫେଙ୍ଗେ କହିଛନ୍ତି।

ଇଣ୍ଡୋ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଥିବା ଦେଶମାନଙ୍କ ସହ ବହୁପକ୍ଷୀୟ ସହଭାଗୀତାର ଆବଶ୍ୟକତା ଉପରେ ଅଷ୍ଟିନ ଗୁରୁତ୍ୱାରୋପ କରିଥିଲେ, ଯାହା ଚାଇନାକୁ ଏକ ଘରିକିଆ କରିବାକୁ ଏକ ପ୍ରୟାସ ବୋଲି ଫେଙ୍ଗେ କହିଛନ୍ତି। ଫେଙ୍ଗେ କହିଛନ୍ତି ଯେ କୌଣସି ଦେଶ ଅନ୍ୟମାନଙ୍କ ଉପରେ ନିଜର ଦାବି ଜୋର ଜବରଦସ୍ତ ଲଦିଦେବା ଉଚିତ ନୁହେଁ କିମ୍ବା ବହୁପକ୍ଷୀୟତା ନାମରେ ଅନ୍ୟମାନଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେବା ଉଚିତ ନୁହେଁ।

ଆମ ଅଞ୍ଚଳର ଦେଶଗୁଡ଼ିକୁ ହାଇଜାକ୍‌ କରିବା ଏବଂ ଏକ ନିର୍ଦ୍ଦିଷ୍ଟ ଦେଶକୁ ଟାର୍ଗେଟ କରିବା ପାଇଁ ମୁକ୍ତ ଏବଂ ଖୋଲା ଇଣ୍ଡୋ-ପାସିଫିକ ନାମରେ ଏକ ସ୍ବତନ୍ତ୍ର ଗୋଷ୍ଠୀ ଗଠନ ପାଇଁ ରଣନୀତି କରିବା ଠିକ୍‌ ନୁହେଁ ବୋଲି ଫେଙ୍ଗେ କହିଛନ୍ତି। ଗତ ବର୍ଷ ଚାଇନା ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷା କରୁଥିବା ନେଇ ଅଷ୍ଟିନ ଅଭିଯୋଗ କରିଥିଲେ।

ରବିବାର ପରୀକ୍ଷା ବିଷୟରେ ଏକ ପ୍ରଶ୍ନର ଉତ୍ତର ଦେଇ ଫେଙ୍ଗେ କହିଛନ୍ତି ଯେ, ଏପର୍ଯ୍ୟନ୍ତ ହାଇପରସୋନିକ କ୍ଷେପଣାସ୍ତ୍ର ସମ୍ପୂର୍ଣ୍ଣ ମିଥ୍ୟା। ସେ କହିଥିଲେ ଯେ ହାଇପରସୋନିକ ଅସ୍ତ୍ରଶସ୍ତ୍ର ପାଇଁ ଅନେକ ଦେଶ ଅସ୍ତ୍ରଶସ୍ତ୍ର ବିକଶିତ କରୁଛନ୍ତି ଏବଂ ମୁଁ ଭାବୁଛି ଚାଇନା ମଧ୍ୟ ସେପରି କରୁଛି। ଚାଇନା ଏହାର ସାମରିକ ବିକାଶ କରିବା ନିଶ୍ଚିତ। ମୁଁ ଭାବୁଛି ଏହା ଏକ ସ୍ବାଭାବିକ ପଦକ୍ଷେପ।

Share