ତୈଳ ନେଇ ଆମେରିକା-ସୌଦି ଆରବ ମୁହାଁମୁହିଁ…

ଓ୍ବାଶିଂଟନ,୨୭।୧୦ : ତୈଳ ଉତ୍ପାଦନ ହ୍ରାସ କରିବାର ନିଷ୍ପତ୍ତି ନେଇ ଆମେରିକା ଏବଂ ଓପେକ ପ୍ଲସ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୌଦି ଆରବର ଶକ୍ତି ମନ୍ତ୍ରୀ ଅବଦୁଲ ଅଜିଜ ବିନ ସଲମାନ ଆମେରିକାକୁ ସିଧାସଳଖ ଚେତାବନୀ ଦେଇଛନ୍ତି। ସଲମାନ କହିଛନ୍ତି ଯେ ଆମେରିକାର ରିଜର୍ଭ ତୈଳ ଭଣ୍ଡାରରୁ ତେଲ ବିକ୍ରୟ କରିବା ବିପଜ୍ଜନକ ହେବ।

ଆମେରିକା ଏବଂ ସୌଦି ଆରବ ମଧ୍ୟରେ ସମ୍ପର୍କ ବନ୍ଧୁତ୍ୱପୂର୍ଣ୍ଣ ଥିଲା। କିନ୍ତୁ ତୈଳ ମୂଲ୍ୟ ଏବଂ ଉତ୍ପାଦନ ହ୍ରାସ କରିବାକୁ ଓପେକର ନିଷ୍ପତ୍ତିରେ ଆମେରିକା ବିବ୍ରତ ହୋଇଛି। ଆମେରିକା ଚାହୁଁଛି ସୌଦି ଆରବ ଏବଂ ଅନ୍ୟାନ୍ୟ ତୈଳ ଉତ୍ପାଦନକାରୀ ଦେଶ ଉତ୍ପାଦନ ବୃଦ୍ଧି କରନ୍ତୁ ଏବଂ ତୈଳ ମୂଲ୍ୟରେ ଅପ୍ରତ୍ୟାଶିତ ବୃଦ୍ଧି କରନ୍ତୁ ନାହିଁ। କିନ୍ତୁ, ଓପେକ ଆମେରିକାର ଚାପରେ ଆସି ନଥିଲା। ଯେଉଁ କାରଣରୁ ଆମେରିକା ବଜାରରେ ଥିବା ରିଜର୍ଭ ତୈଳ ଭଣ୍ଡାରରୁ ତେଲ ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଥିଲା।

ଆମେରିକାର ଜରୁରୀକାଳୀନ ତୈଳ ଭଣ୍ଡାରରୁ ୧୫ ମିଲିୟନ ବ୍ୟାରେଲ ତେଲ ବିକ୍ରି କରିବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗତ ସପ୍ତାହରେ ଘୋଷଣା କରିଥିଲେ। ନଭେମ୍ବର ୮ ରେ ହେବାକୁ ଥିବା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ତୈଳ ମୂଲ୍ୟକୁ ନିୟନ୍ତ୍ରଣ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି।

Share