ରୁଷିଆର ତୈଳକ୍ଷେତ୍ର ଉପରେ ଆମେରିକାର କଟକଣା

ଭୁବନେଶ୍ୱର,୨୪ା୧(ଅନୁରାଧା ମହାରଣା): ରୁଷିଆର ତୈଳ କ୍ଷେତ୍ର ଉପରେ ଆମେରିକାର ବ୍ୟାପକ କଟକଣା ଭାରତକୁ ଅଶୋଧିତ ତୈଳ ପ୍ରବାହକୁ ପ୍ରଭାବିତ କରିବାରେ ଲାଗିଛି। ପବ୍ଲିକ୍‌ ସେକ୍ଟର ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌ (ବିପିସିଏଲ୍‌) କହିଛି, ମାର୍ଚ୍ଚ ଯୋଗାଣ ପାଇଁ ପର୍ଯ୍ୟାପ୍ତ ପରିମାଣର ମାଲ ଉପଲବ୍ଧ ନାହିଁ। ଯେଉଁ ସମୟରେ ଭାରତର ତୈଳ ବିଶୋଧନ କମ୍ପାନୀଗୁଡ଼ିକ ମାର୍ଚ୍ଚ ମାଲ ପରିବହନ ପାଇଁ ଆଲୋଚନା ଆରମ୍ଭ କରିଥିଲେ ସେହି ସମୟରେ ଏହି କଟକଣା ଘୋଷଣା କରାଯାଇଥିଲା। ଜାନୁଆରୀ ୧୦ରେ ଆମେରିକା ରୁଷିଆର ତୈଳ କ୍ଷେତ୍ରରେ ବ୍ୟାପକ କଟକଣା ଲଗାଇଥିଲା। ରୁଷିଆର ଶକ୍ତି କ୍ଷେତ୍ରକୁ ଟାର୍ଗେଟକରି ଆମେରିକା ବ୍ୟାପକ କଟକଣା ଲାଗୁ କରିବାକୁ ଘୋଷଣା କରିଥିଲା। ଏଥିମଧ୍ୟରେ ରୁଷିଆର ତୈଳ ଉତ୍ପାଦକ ଗାଜପ୍ରୋମ ନେଫ୍ଟ ଏବଂ ସର୍ଗୁଟନେଫ୍ଟଗାସ ଉପରେ କଟକଣା ଜାରି କରାଯିବା ସହ ରୁଷିଆର ଶକ୍ତି ରପ୍ତାନି ସହ ଜଡ଼ିତ ୧୮୩ ଜାହାଜକୁ କଳା ତାଲିକାଭୁକ୍ତ କରାଯାଇଥିଲା। ଏହାସହ ତୈଳ ବ୍ୟବସାୟୀ, ତୈଳ କ୍ଷେତ୍ର ସେବା ପ୍ରଦାନକାରୀ ସଂସ୍ଥା, ଟ୍ୟାଙ୍କର ମାଲିକ ଏବଂ ପରିଚାଳକ, ବୀମା କମ୍ପାନୀ ଏବଂ ଶକ୍ତି ଅଧିକାରୀଙ୍କ ଉପରେ କଟକଣା ଜାରି କରାଯାଇଛି। ବିପିସିଏଲ୍‌ ନିର୍ଦ୍ଦେଶକ (ଅର୍ଥ) ଭି. ରାମକୃଷ୍ଣ ଗୁପ୍ତା ଗୁରୁବାର ବିଶ୍ଳେଷକମାନଙ୍କୁ କହିଛନ୍ତି, ଗତ ୨ ମାସ ମଧ୍ୟରେ ଜାନୁଆରୀ ଏବଂ ଫେବୃଆରୀ ପାଇଁ ରୁଷିଆର ତୈଳକୁ ବୁକିଂ କରାଯାଇଥିଲା । ମାତ୍ର ମାର୍ଚ୍ଚ ଯୋଗାଣ ପାଇଁ ପର୍ଯ୍ୟାପ୍ତ ପରିମାଣର ମାଲ ପରିବହନ ଉପଲବ୍ଧ ନ ଥିଲା। ସେ କହିଛନ୍ତି, ଅଶୋଧିତ ତୈଳ ଯୋଗାଣରେ ରୁଷିଆର ଅଂଶ ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ୩୧%ରୁ ମାର୍ଚ୍ଚ ତ୍ରୈମାସରେ ୨୦ ପ୍ରତିଶତକୁ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ୨୦୨୪ ଏପ୍ରିଲରେ ଚଳିତ ଆର୍ଥିକ ବର୍ଷ ଆରମ୍ଭରେ, ବିପିସିଏଲ୍‌ ଦ୍ୱାରା ବିଶୋଧିତ ମୋଟ ତୈଳରେ ରୁଷିଆର ଅଂଶ ୩୪-୩୫% ଥିଲା। ରୁଷିଆର ତୈଳ ଯୋଗାଣରେ ବାଧାପ୍ରାପ୍ତ ହେବା ନେଇ ଆଶଙ୍କା କରାଯାଉଥିବାବେଳେ ରାମକୃଷ୍ଣ ଗୁପ୍ତା କହିଛନ୍ତି, ବଜାରରେ ପର୍ଯ୍ୟାପ୍ତ ତୈଳ ଉପଲବ୍ଧ ଅଛି ଏବଂ ଏହି କ୍ଷତି ପୂରଣ ପାଇଁ କମ୍ପାନୀ ପଶ୍ଚିମ ଏସୀୟ ଦେଶକୁ ଯାଇପାରିବ। ସୂଚନା ଥାଉକି, ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଆରମ୍ଭ ହେବା ପରେ ଆମେରିକା ଏବଂ ଅନ୍ୟ ପାଶ୍ଚାତ୍ୟ ଦେଶଗୁଡ଼ିକ ରୁଷିଆର ତୈଳ ଆମଦାନୀ ଉପରେ ଅନେକ ପ୍ରତିବନ୍ଧକ ଲଗାଇଥିଲେ। ଏଭଳି ପରିସ୍ଥିତିରେ ଭାରତୀୟ କମ୍ପାନୀଗୁଡିକ ବହୁ ପରିମାଣରେ ଶସ୍ତା ମୂଲ୍ୟରେ ଉପଲବ୍ଧ ରୁଷିଆ ତୈଳ ଆମଦାନୀ କରିବା ଆରମ୍ଭ କରିଥିଲେ। କିଛି ବର୍ଷ ମଧ୍ୟରେ ଦେଶର ମୋଟ ତୈଳ କ୍ରୟରେ ରୁଷିଆର ଅଂଶ ପ୍ରାୟ ୪୦%କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri