ଆମେରିକାରେ କରୋନାର ଦୋହରା ମାଡ଼: ୨୪ ଘଣ୍ଟାରେ ଲକ୍ଷେ ୭୭ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ

ଓ୍ବାଶିଂଟନ,୧୪।୧୧: ଆମେରିକାରେ କରୋନାର ଦୋହରା ମାଡ଼ ଆରମ୍ଭ ହୋଇଛି। ଗତ ୨୪ ଘଣ୍ଟାରେ ଏଠାରେ ଲକ୍ଷେ ୭୭ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଇଲିନୋଇସ୍‌, ଲୋଓ୍ବା, କାନସାସ୍‌ ଏବଂ ଓହିଓ ଆଦି ରାଜ୍ୟରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୁରକ୍ଷା ଦୃଷ୍ଟିରୁ ଓ୍ବେଷ୍ଟ ଭର୍ଜିନିଆରେ ମାସ୍କ୍‌ ପିନ୍ଧିବାକୁ ବାଧ୍ୟତା ମୂଳକ କରାଯାଇଛି। ସେହିପରି ନ୍ୟୁୟର୍କରେ କଡ଼ା କଟକଣା ଜାରି କରାଯାଇଛି। ବାର୍‌ ଏବଂ ରେଷ୍ଟୁରାଣ୍ଟ୍‌ରେ ଭିଡ଼ଠାରୁ ଦୂରେଇ ରହିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। କରୋନା ସଂକ୍ରମଣରେ ଲଗାମ ଲଗାଇବା ସମ୍ଭବ ହେଇ ନ ଥିବାରୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

Share