‘ଇଣ୍ଡୋ-ପାସିଫିକ୍‌ କମାଣ୍ଡ’ ନାଁରୁ ‘ଇଣ୍ଡୋ’ ହଟାଇଲା ଆମେରିକା

ୱାଶିଂଟନ/ନୂଆଦିଲ୍ଲୀ, ୧୮।୬(ପି.ଟି.): ପ୍ରତିରକ୍ଷା ଓ ସାମରିକ ରଣନୀତି କ୍ଷେତ୍ରରେ ଆମେରିକା ବଡ଼ ପଦକ୍ଷେପ ଗ୍ରହଣ କରିଛି। ୮ ବର୍ଷ ତଳର ଏକ ନିଷ୍ପତ୍ତିକୁ ବଦଳାଇ ଆମେରିକା ସରକାର ନିଜର ସବୁଠାରୁ ପ୍ରଭାବଶାଳୀ ସାମରିକ ୱିଙ୍ଗ୍‌ ‘ୟୁଏସ୍‌ ଇଣ୍ଡୋ-ପାସିଫିକ୍‌ କମାଣ୍ଡ’ର ନାମକୁ ପୁନର୍ବାର ‘ୟୁଏସ୍‌ ପାସିଫିକ୍‌ କମାଣ୍ଡ’ ଭାବେ ନାମିତ କରିଛନ୍ତି। ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ (ପେଣ୍ଟାଗନ) ପକ୍ଷରୁ ମଙ୍ଗଳବାର ଏହି ଘୋଷଣା କରାଯାଇଛି। ଉକ୍ତ ମନ୍ତ୍ରଣାଳୟ ଅନୁଯାୟୀ, ୧୯୪୭ରେ ତତ୍କାଳୀନ ରାଷ୍ଟ୍ରପତି ହ୍ୟାରୀ ଟ୍ରୁମ୍ୟାନ୍‌ଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି କମାଣ୍ଡର ଗୌରବମୟ ଐତିହାସିକ ପୃଷ୍ଠଭୂମିକୁ ସମ୍ମାନ ଜଣାଇ ଏହି ପୁରୁଣା ନାମକୁ ପୁନଃ ସ୍ଥାପିତ କରାଯାଇଛି। ଅନ୍ୟପକ୍ଷରେ ଏହି ନାମ ପରିବର୍ତ୍ତନ ପ୍ରକ୍ରିୟା ମଧ୍ୟରେ ‘ୟୁଏସ୍‌ ପାସିଫିକ କମାଣ୍ଡ’ ପକ୍ଷରୁ ଭାରତର ଏକ ଭୁଲ୍‌ ମାନଚିତ୍ର ବ୍ୟବହାର କରାଯାଇଥିବା ଅଭିଯୋଗ କରି ଭାରତରେ ରାଜନୀତି ଗରମ ହୋଇଛି। ଏହାକୁ ନେଇ ବିରୋଧୀ ଦଳ କଂଗ୍ରେସ ବୁଧବାର କେନ୍ଦ୍ରର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛି।
ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ୧ ଜାନୁଆରୀ ୧୯୪୭ରେ ପ୍ରତିଷ୍ଠା ହେବା ପରଠାରୁ ପ୍ରାୟ ୭୦ ବର୍ଷରୁ ଅଧିକ ସମୟ ଧରି ଏହି ସାମରିକ ଗୋଷ୍ଠୀ ‘ୟୁଏସ୍‌ପିଏସିଓଏମ୍‌’ ବ୍ୟାନର ଅଧୀନରେ କାର୍ଯ୍ୟ କରୁଥିଲା। ଏହା ଆମେରିକାର ସବୁଠାରୁ ପୁରୁଣା ଏବଂ ସର୍ବବୃହତ୍‌ ମିଳିତ ସାମରିକ କମାଣ୍ଡ। ୨୦୧୮ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ଏହାର ନାମ ବଦଳାଇ ‘ୟୁଏସ୍‌ ଇଣ୍ଡୋ-ପାସିଫିକ୍‌ କମାଣ୍ଡ’ କରାଯାଇଥିଲା। ଭାରତ ମହାସାଗର ଏବଂ ପ୍ରଶାନ୍ତ ମହାସାଗର ମଧ୍ୟରେ ବଢ଼ୁଥିବା ରଣନୈତିକ ସମ୍ପର୍କକୁ ସ୍ବୀକୃତି ଦେବା ପାଇଁ ସେତେବେଳେ ପ୍ରତିରକ୍ଷା ସଚିବ ଜେମ୍ସ ମାଟିସ୍‌ ଏହି ନାମକରଣ କରିଥିଲେ। ଆମେରିକାର ପଶ୍ଚିମ ଉପକୂଳଠାରୁ ଆରମ୍ଭ କରି ଭାରତର ପଶ୍ଚିମ ସୀମା ପର୍ଯ୍ୟନ୍ତ ଏହି ପ୍ରତିରକ୍ଷା କମାଣ୍ଡର ସାମରିକ କ୍ଷେତ୍ର ପରିବ୍ୟାପ୍ତ। ପେଣ୍ଟାଗନ ସ୍ପଷ୍ଟ କରିଛି ଯେ, ପୁରୁଣା ନାମ ‘ୟୁଏସ୍‌ପିଏସିଓଏମ୍‌’କୁ ଫେରାଇ ଆଣିବା ଦ୍ୱାରା ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ କାର୍ଯ୍ୟରତ ସୈନ୍ୟମାନଙ୍କ ମଧ୍ୟରେ ଗର୍ବ ଓ ସାମୂହିକ ଭାବନା ଜାଗ୍ରତ ହେବ। ନାମ ବଦଳିଲେ ମଧ୍ୟ ଏହି ଅଞ୍ଚଳର ସହଯୋଗୀ ରାଷ୍ଟ୍ରମାନଙ୍କ ସହ ମିଶି ଏକ ମୁକ୍ତ, ଅବାଧ ଓ ସୁରକ୍ଷିତ ସାମରିକ ବାତାବରଣ ବଜାୟ ରଖିବା ପାଇଁ ଆମେରିକାର ପ୍ରତିବଦ୍ଧତା ଏବଂ ମୂଳ ଲକ୍ଷ୍ୟ ଅପରିବର୍ତ୍ତିତ ରହିବ।
ଏହି ନାମ ପରିବର୍ତ୍ତନକୁ ନେଇ କଂଗ୍ରେସର ଗଣମାଧ୍ୟମ ଏବଂ ପ୍ରଚାର ବିଭାଗ ମୁଖ୍ୟ ପବନ ଖେଡ଼ା ‘X’ରେ ଏକ ପୋଷ୍ଟ ଶେୟାର କରିଛନ୍ତି। ସେଥିରେ ଦର୍ଶାଯାଇଛି ଯେ, ଆମେରିକାର ପାସିଫିକ୍‌ କମାଣ୍ଡ ଭାରତର ଏକ ଭୁଲ୍‌ ମାନଚିତ୍ର ବ୍ୟବହାର କରିଛି, ଯେଉଁଥିରୁ ଜମ୍ମୁ-କଶ୍ମୀରକୁ ବାଦ୍‌ ଦିଆଯାଇଛି ଏବଂ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)କୁ ପାକିସ୍ତାନର ଅଞ୍ଚଳ ଭାବେ ଦେଖାଯାଇଛି। ଖେଡ଼ା କହିଛନ୍ତି, ‘ମୋଦିଙ୍କ ବନ୍ଧୁମାନଙ୍କର ଭାରତ, ଭାରତର ସ୍ବାର୍ଥ ଏବଂ ଭାରତର ମିତ୍ରମାନଙ୍କ ବିରୋଧରେ କାର୍ଯ୍ୟ କରିବାର ଏକ ଅଦ୍ଭୁତ ଅଭ୍ୟାସ ରହିଛି। ଏହାର ସଦ୍ୟତମ ଉଦାହରଣ ହେଉଛି ୟୁଏସ୍‌ ପାସିଫିକ୍‌ କମାଣ୍ଡ ଦ୍ୱାରା ଭାରତର ଭୁଲ୍‌ ମାନଚିତ୍ରର ବ୍ୟବହାର।’ ସେ ଆହୁରି କହିଛନ୍ତି, ‘ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ ନିଜ ଦେଶକୁ ଏଭଳି ଏକ ଶୋଷଣମୂଳକ ବନ୍ଧୁତା (ଏକ୍ସପ୍ଲୋଇଟେଟିଭ ଫ୍ରେଣ୍ଡଶିପ୍‌ସ) ମଧ୍ୟକୁ ଠେଲି ଦେଇଛନ୍ତି, ସେତେବେଳେ କୌଣସି ଦେଶ ପାଇଁ ଶତ୍ରୁର କ’ଣ ଆବଶ୍ୟକତା ଅଛି?

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

ଭଞ୍ଜନଗର,୧୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)…

ବିରାଟ କୋହଲିଙ୍କ କ୍ରେଜ ଦେଖିଛନ୍ତି? ମାତ୍ର ୨୪ ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଥିଲା ପ୍ରଥମ ଦିନିକିଆ ମ୍ୟାଚ ପାଇଁ ୫୦,୦୦୦ ଟିକେଟ

ନୂଆଦିଲ୍ଲୀ,୧୯।୯: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ତିନୋଟି ODI (ଏକଦିବସୀୟ) ଏବଂ ପାଞ୍ଚୋଟି T20I ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତ ଗସ୍ତ କରୁଛି। ଏହି ଗସ୍ତ ସେପ୍ଟେମ୍ବର…

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

AIର ଅଗ୍ରଗତି ଯୋଗୁ ୨୦୩୦ ସୁଦ୍ଧା ବିଶ୍ୱର ଅନ୍ତ ଘଟିବ? ଏକ ବହୁରାଷ୍ଟ୍ରୀୟ କମ୍ପାନୀର ସିଇଓ ଜେନସେନ ହୁଆଙ୍ଗଙ୍କ ବଡ଼ ଦାବି

ଓ୍ବାଶିଂଟନ,୧୯।୯: ଆଜିର ବିଶ୍ୱରେ AI ଉନ୍ନତିର ଦ୍ରୁତ ଗତିକୁ ନେଇ ଲୋକମାନେ ବିଭକ୍ତ; କେତେକ ଏହାକୁ ଧୀର କରିବାକୁ ଚାହୁଁଥିବା ବେଳେ, ଅନ୍ୟ ବିଶେଷଜ୍ଞମାନେ ଯୁକ୍ତି ବାଢ଼ନ୍ତି…

ଆମେରିକୀୟ ଗଣମାଧ୍ୟମ ବିରୋଧରେ ଟ୍ରମ୍ପଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ଲଗାଇଲେ କଟକଣା

ଓ୍ବାଶିଂଟନ,୧୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ CNN, Politico ଏବଂ MSNBC ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି। ‘ଟ୍ରୁଥ ସୋସିଆଲ’ (Truth Social)…

କଦଳୀ ଭେଳାରେ ମା’ ମନସାଙ୍କୁ ପୂଜା କରନ୍ତି ବଙ୍ଗୀୟ ସମ୍ପ୍ରଦାୟ, ଏହା ପଛର କାରଣ ଜାଣିଲେ…

ମହାକାଳପଡ଼ା, ୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଧି ଓ ପରମ୍ପରା ଅନୁସାରେ ବଙ୍ଗୀୟ ଶ୍ରଦ୍ଧାଳୁମାନେ କଦଳୀ ଭେଳାରେ ମା’ ମନସା ଦେବୀଙ୍କୁ ପୂଜା କଲେ ସନ୍ତୁଷ୍ଟ ହୋଇ ସର୍ପ…

ନୂଆ ଆଇନରେ ସ୍ବାକ୍ଷର କଲେ ଟ୍ରମ୍ପ: ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୯।୯: ରୁଷିଆ ଓ ଇରାନ ବିରୋଧରେ ଆମେରିକାର ନୂଆ ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?