ଆମେରିକାରେ ନୂଆ ବ୍ୟାଙ୍କିଙ୍ଗ ସଙ୍କଟ, ସିଲିକନ ଭ୍ୟାଲି ବ୍ୟାଙ୍କରେ ଲାଗିଲା ତାଲା

କାଲିଫର୍ନିଆ,୧୧ ।୩: ଆମେରିକାରେ ଆରମ୍ଭ ହୋଇଯାଇଛି ନୂଆ ବ୍ୟାଙ୍କିଙ୍ଗ ସଙ୍କଟ । ସେଠାକାର ୧୬ଟି ଶୀର୍ଷ ବ୍ୟାଙ୍କର ତାଲିକାରେ ଥିବା ସିଲିକନ ଭ୍ୟାଲି ବ୍ୟାଙ୍କ(ଏସଭିବି)କୁ ତତ୍କାଳ ବନ୍ଦ କରି ଦିଆଯାଇଛି । ଟେକନିକ ଷ୍ଟାର୍ଟଅପକୁ ଋଣ ଦେବାପାଇଁ ପ୍ରସିଦ୍ଧ ଏଭିବି ଫାଇନାନସିୟାଲ ଗ୍ରୁପରେ ହୋଇଥିବା ସଙ୍କଟ, ବ୍ୟାଙ୍କିଙ୍ଗ ସେକ୍ଟର ଷ୍ଟକ ହ୍ରାସ ପାଇ ଶୁକ୍ରବାର ସାରା ଦିନ ଷ୍ଟକ ମାର୍କେଟରେ ହ୍ରାସ ହୋଇଛି ।
ସୂଚନାଯୋଗ୍ୟ, ଆମେରିକାର କାଲିଫର୍ନିଆରେ ଆର୍ଥିକ ସଙ୍କଟ ଆରମ୍ଭ ହେବା ପରେ ସିଲିକନ ଭ୍ୟାଲି ବ୍ୟାଙ୍କ ବି ସଙ୍କଟକୁ ଆସିଯାଇଛି । ଜମାକାରୀଙ୍କ ଧନକୁ ସୁରକ୍ଷିତ ରଖିବାକୁ ରାଜ୍ୟର ବ୍ୟାଙ୍କିଙ୍ଗ ନିୟାମକ ବୁଡିଯାଇଥିବା ଏସଭିବିକୁ ତୁରନ୍ତ ବନ୍ଦ କରିଦେଇଛନ୍ତି ।

Share