ଭାରତ ଯାତ୍ରାକୁ ଆମେରିକାର ମନା, ବଳାତ୍କାର-ଆତଙ୍କବାଦ ଘଟଣା ବଢୁଥିବା କହିଲା…

ଓ୍ବାଶିଂଟନ, ୨୬।୧ : ଆମେରିକାର ଜୋ ବାଇଡେନ ପ୍ରଶାସନ ଏହାର ନାଗରିକମାନଙ୍କୁ ଜମ୍ମୁ-କଶ୍ମୀରରେ କରୋନା, ବଳାତ୍କାର ଏବଂ ଆତଙ୍କବାଦ ଘଟଣା ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ଭାରତକୁ ଯାତ୍ର କରିବା ନେଇ ମନା କରିଛନ୍ତି। ଭାରତ ଯାତ୍ରା ଉପରେ ପୁନର୍ବିଚାର କରିବାକୁ ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି।
ପୂର୍ବରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆମେରିକା ଭାରତ ଯାତ୍ରା ନେଇ ଲେବୁଲ-୩ସ୍ତରୀୟ ସ୍ବାସ୍ଥ୍ୟ ନୋଟିସ୍‌ ଜାରି କରିଥିଲା।

ଆମେରିକା କହିଛି ଯେ, ଆତଙ୍କବାଦ ଏବଂ ଅଶାନ୍ତି ଦୃଷ୍ଟିରୁ ଆମେରିକାର ନାଗରିକମାନେ ଜମ୍ମୁ-କଶ୍ମୀରର ପୂର୍ବ ଲଦାଖ ଅଞ୍ଚଳ ଏବଂ ଏହାର ରାଜଧାନୀ ଲେହ ବ୍ୟତୀତ ଅନ୍ୟ ଅଞ୍ଚଳକୁ ଯାତ୍ରା କରିବା ଉଚିତ ନୁହେଁ। ଭାରତ-ପାକିସ୍ଥାନ ସୀମାର ୧୦ କିଲୋମିଟର ମଧ୍ୟରେ ଯାତ୍ରା କରିବାକୁୂ ଆମେରିକା ଏହାର ନାଗରିକଙ୍କୁ ବାରଣ କରିଛି। ଏସବୁ ଅଞ୍ଚଳରେ ସଶସ୍ତ୍ର ସଂଘର୍ଷର ଆଶଙ୍କା ରହିଥିବା ଆମେରିକାର ଯାତ୍ରା ପରାମର୍ଶ ସତର୍କ ସୂଚନାରେ ଉଲ୍ଲେଖ କରାଯାଇଛି।

ଆମେରିକା ପାକିସ୍ତାନ ଯାତ୍ରାକୁ ପରାମର୍ଶ ବେୁଲ-୩ସ୍ତରରେ ରଖିଛି। ଆମେରିକା କହିଛି ଯେ ପାକିସ୍ତାନରେ ଆତଙ୍କବାଦ ଏବଂ ବିଚ୍ଛିନ୍ନତାବାଦୀ ହିଂସା ବଢ଼ିବାରେ ଲାଗିଛି। କେବଳ ଏତିକି ନୁହେଁ ପାକିସ୍ତାନର କିଛି ଅଞ୍ଚଳରେ ଜୀବନ ଉପରେ ବିପଦ ଯଥେଷ୍ଟ ବୃଦ୍ଧି ପାଇଛି।

ସେହିପରି ଆମେରିକା ଏହାର ନାଗରିକମାନଙ୍କୁ ବାଲୁଚିସ୍ତାନ ଏବଂ ଖାଇବର ପାସ୍ତୁତନଖୱା ପ୍ରଦେଶକୁ ନ ଯିବାକୁ କହିଛି। ଏହି ଅଞ୍ଚଳରେ ଆତଙ୍କବାଦ ଏବଂ ଅପହରଣ ଘଟଣା ଘଟୁଛି।

Share