କିଛି ସପ୍ତାହ ମଧ୍ୟରେ ଆସିବ କରୋନା ଟିକା: ଟ୍ରମ୍ପ

ଓ୍ବାଶିଂଟନ୍‌,୨୩।୧୦:ଚୁ ନଭେମ୍ବର ୩ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତିଙ୍କ ପାଇଁ ଦ୍ୱିତୀୟ ତଥା ଶେଷ ବିତର୍କ ଶୁକ୍ରବାର ଦିନ ନାଶଭିଲରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଡେମୋକ୍ରାଟ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ଅଂଶଗ୍ରହଣ କରିଥିଲେ। ସମୁଦାୟ ୯୦ ମିନିଟର ବିତର୍କକୁ ୧୫-୧୫ ମିନିଟର ୬ ଭାଗରେ ବିଭକ୍ତ କରାଯାଇଥିଲା। ଶୁକ୍ରବାର ଅନୁଷ୍ଠିତ ବିତର୍କରେ ଦୁଇ ପ୍ରାର୍ଥୀ କରୋନା ଟିକା, ଜାତିଭେଦ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ତୀବ୍ର ବିତର୍କ କରିଥିଲେ। ବିଡେନ କହିଛନ୍ତି ଯେ ଲକ୍ଷ ଲକ୍ଷ ଆମେରିକୀୟଙ୍କୁ ହତ୍ୟା କରିଥିବା ବ୍ୟକ୍ତି ତାଙ୍କର କାର୍ଯ୍ୟ ଜାରି ରଖିବାର ଅଧିକାର ନାହିଁ। ଟ୍ରମ୍ପଙ୍କ ଯୋଗୁ ଲକ୍ଷ ଲକ୍ଷ ଆମେରିକୀୟ ପ୍ରାଣ ହରାଇଲେ ବୋଲି ସେ କହିଛନ୍ତି। ଏହି ଅଭିଯୋଗ ଭିତ୍ତିହୀନ ଏବଂ ଆମେ ଟିକା ନେଇ ଶୀଘ୍ର ଆସୁଛୁ। ମାତ୍ର କିଛି ସପ୍ତାହରେ ଏହା ଆସିଯିବ। ତେବେ ନଭେମ୍ବର ୩ ନିର୍ବାଚନ ପୂର୍ବରୁ ଏହି ଟିକା ଆସିବାର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି। ଏହାପୂର୍ବରୁ ଗତ ମାସରେ ଉଭୟଙ୍କ ମଧ୍ୟରେ ତୀବ୍ର ବିତର୍କ ହୋଇଥିଲା। ଯେଉଁଥିରେ ଉଭୟ ନିଜ ନିଜ ବିଜୟ ଦାବି କରିଥିଲେ।

Share