ନୂଆଦିଲ୍ଲୀ,୧୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫ୍ରାନ୍ସର ଏଭିଆନଠାରେ ଆୟୋଜିତ ଜି-୭ (G-7) ସମିଟ ଅବସରରେ ଆଜି ବୁଧବାର (୧୭ ଜୁନ, ୨୦୨୬) ଦ୍ୱିପାକ୍ଷିକ ବୈଠକ କରିବାକୁ ଯାଉଛନ୍ତି। ଦୁଇ ଦେଶର ଶୀର୍ଷ ନେତାଙ୍କ ମଧ୍ୟରେ ଏହି ମୁହାଁମୁହିଁ ବୈଠକ ୧୬ ମାସର ବ୍ୟବଧାନ ପରେ ହେବାକୁ ଯାଉଛି। ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ସେ ପିଏମ ମୋଦିଙ୍କୁ ତାରିଫ କରି କହିଛନ୍ତି ଯେ ପିଏମ ମୋଦି ହେଉଛନ୍ତି କାମ୍ (ଶାନ୍ତ), କୁଲ (ଧୀରସ୍ଥିର) ଏବଂ ଟୋଟାଲ କିଲର୍ ନେତା, ମୁଁ ତାଙ୍କ ଭଳି ନୁହେଁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହେବାକୁ ଥିବା ଏହି ଦ୍ୱିପାକ୍ଷିକ ବୈଠକ ୧୬ ମାସର ବ୍ୟବଧାନ ପରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଦୁଇ ଦେଶର ନେତା ଭାରତ ଏବଂ ଆମେରିକାର ସମ୍ପର୍କ ଉପରେ ବିସ୍ତୃତ ଆଲୋଚନା କରିବେ। ଏହା ସହିତ, ମୋଦି ଏବଂ ଟ୍ରମ୍ପଙ୍କ ମଧ୍ୟରେ ପ୍ରତିରକ୍ଷା, ବାଣିଜ୍ୟ ଏବଂ ପଶ୍ଚିମ ଏସିଆର ସଂଘର୍ଷ (ଯୁଦ୍ଧ) ସମ୍ପର୍କିତ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।