Posted inଖେଳ

ସ୍ବିଟେକ୍‌ ବିଦା, କ୍ୱାର୍ଟରରେ ଜୋକୋଭିଚ୍‌

ନ୍ୟୁୟର୍କ,୫ା୯: ଟେନିସ୍‌ ଗ୍ରାଣ୍ଡସ୍ଲାମ ୟୁଏସ୍‌ ଓପନ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌। କ୍ୱାଲିଫାୟର ଖେଳି ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଥିବା ବୋର୍ନା ଗୋଜୋଙ୍କୁ ୬-୨, ୭-୫ ଓ ୬-୪ର ସିଧାସଳଖ ସେଟ୍‌ରେ ପରାସ୍ତ କରିଛନ୍ତି ଜୋକୋଭିଚ୍‌। ୫ ସେଟ୍‌ ବିଶିଷ୍ଟ ମୁକାବିଲା ଖେଳି ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଥିବା ଜୋକୋଭିଚ୍‌ ରବିବାର ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ସତର୍କତା ଓ ନିୟନ୍ତ୍ରଣର ସହିତ ଖେଳିଥିବା ବେଳେ ମାତ୍ର ୧୨ଟି ଅନ୍‌ଫୋର୍ସଡ ଏରର୍‌ କରିଥିଲେ। ଗୋଜୋ ଏହି ମ୍ୟାଚରେ ୪୦ ଅନଫୋର୍ସଡ ଏରର କରିଥିଲେ। ଏହି ବିଜୟ ସହିତ ଆସନ୍ତା ସପ୍ତାହର ଏଟିପି ର଼୍ୟାଙ୍କିଙ୍ଗରେ ଜୋକୋଭିଚ୍‌ ପ୍ରଥମ ସ୍ଥାନକୁ ଫେରିବାକୁ ଯାଉଛନ୍ତି। କ୍ୱାର୍ଟର ଫାଇନାଲରେ ଜୋକୋଭିଚ୍‌ ୨୫ ବର୍ଷୀୟ ଟେଲର ଫ୍ରିଟ୍‌ଜଙ୍କୁ ଭେଟିବେ। ପୂର୍ବରୁ ୭ ଥର ସେ ଟେଲରଙ୍କୁ ଭେଟିଥିବା ବେଳେ ପ୍ରତ୍ୟେକ ଥର ବିଜୟୀ ହୋଇଛନ୍ତି। ୟୁଏସ୍‌ ଓପନରେ ଏହା ଜୋକୋଭିଚ୍‌ଙ୍କର ୧୩ତମ କ୍ୱାର୍ଟର ଫାଇନାଲ ହୋଇଥିବା ବେଳେ ଟେଲର ପ୍ରଥମ ଥର ପାଇଁ କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ଅନ୍ୟ ଦୁଇ ଆମେରିକୀୟ ଖେଳାଳି ଫ୍ରାନ୍ସିସ୍‌ ଟିଆଫୋ ଓ ବେନ୍‌ ଶେଲ୍‌ଟନ୍‌ ମଧ୍ୟ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶେଷ ଥର ପାଇଁ ୨୦୦୫ରେ ଆନ୍ଦ୍ରେ ଆଗାସୀ, ଜେମ୍ସ ବ୍ଲେକ୍‌ ଓ ରବି ଗିନେପ୍ରି ଏହି କୃତିତ୍ୱ ହାସଲ କରିଥିଲେ। ଜୋକୋଭିଚ୍‌-ଟେଲରଙ୍କ ମ୍ୟାଚର ବିଜେତା ସେମି ଫାଇନାଲରେ ଫ୍ରାନ୍ସିସ୍‌ ଟିଆଫୋ ଓ ବେନ୍‌ ଶେଲ୍‌ଟନ୍‌ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ର ବିଜେତାକୁ ଭେଟିବେ।
ବିଦା ହେଲେ ସ୍ବିଟେକ୍‌: ମହିଳା ସିଙ୍ଗଲ୍ସରେ ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନରେ ଥିବା ଇଗା ସ୍ବିଟେକ୍‌ ଚତୁର୍ଥ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଡିଫେଣ୍ଡିଂ ଚାମ୍ପିୟନ ତଥା ଦେଢ ବର୍ଷ ଧରି ଏକ ନମ୍ବର ସ୍ଥାନରେ ରହିଥିବା ସ୍ବିଟେକ୍‌ ଜେଲେନା ଓଷ୍ଟାପେଙ୍କୋଙ୍କ ନିକଟରୁ ୩-୬, ୬-୩ ଓ ୬-୧ ସେଟ୍‌ରେ ପରାଜିତ ହୋଇଛନ୍ତି। ୨୦୧୭ ଫ୍ରେଞ୍ଚ ଓପନ ଚାମ୍ପିୟନ ଓଷ୍ଟାପେଙ୍କୋ ପ୍ରଥମ ସେଟ୍‌ ହାରିଥିଲେ ହେଁ ପରବର୍ତ୍ତୀ ଦୁଇ ସେଟ୍‌କୁ ଜିତି ନେଇଥିଲେ। ଏହା ସହିତ ସ୍ବିଟେକ୍‌ ଆସନ୍ତା ସପ୍ତାହର ର଼୍ୟାଙ୍କିଙ୍ଗରେ ଦୁଇ ନମ୍ବର ସ୍ଥାନକୁ ଖସିବା ସ୍ପଷ୍ଟ ହୋଇଛି। ୨ ନମ୍ବର ସ୍ଥାନରେ ଥିବା ଆରିନା ସାବାଲେଙ୍କା କ୍ୟାରିୟରରେ ପ୍ରଥମ ଥର ଏକ ନମ୍ବର ସ୍ଥାନ ହାସଲ କରିବାକୁ ଯାଉଛନ୍ତି। ରବିବାର ମ୍ୟାଚ୍‌ରେ ପ୍ରଥମ ସେଟ୍‌ରେ ପରାଜିତ ହେବା ପରେ ଦ୍ୱିତୀୟ ସେଟ୍‌ରେ ୪-୧ରେ ଆଗୁଆ ରହିଥିଲେ ଓଷ୍ଟାପେଙ୍କୋ। ତେବେ ପଏଣ୍ଟ ବ୍ରେକ୍‌ କରିବା ସହିତ ସ୍ବିଟେକ୍‌ ୪-୩କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ତେବେ ଏହାପରେ ଓଷ୍ଟାପେଙ୍କୋ ଆଉ ପ୍ରତ୍ୟାବର୍ତ୍ତନର ସୁଯୋଗ ଦେଇ ନ ଥିଲେ। ଅନ୍ୟ ଏକ ଚତୁର୍ଥ ରାଉଣ୍ଡ ମ୍ୟାଚ୍‌ରେ କାରୋଲିନ୍‌ ଓଜ୍‌ନିଆକିଙ୍କୁ ପରାସ୍ତ କରିଛନ୍ତି କୋକୋ ଗଫ୍‌। ୬-୩, ୩-୬, ୬-୧ ସେଟ୍‌ରେ ମ୍ୟାଚ୍‌କୁ ଜିତିବା ସହିତ ସେରେନା ଓ୍ବିଲିୟମ୍ସଙ୍କ ପରେ ଦ୍ୱିତୀୟ ଆମେରିକୀୟ ମହିଳା ଖେଳାଳି ଭାବରେ ଗଫ୍‌ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଓଷ୍ଟାପେଙ୍କୋ ଓ ଗଫ୍‌ ପରସ୍ପରକୁ ଦୁଇ ଥର ଲେଖାଏ ଭେଟିଥିବା ବେଳେ ଉଭୟ ଥରେ ଲେଖାଏ ବିଜୟୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL୨୦୨୬ ପୂର୍ବରୁ ଅଭିଷେକ ଶର୍ମାଙ୍କୁ ଚେତାବନୀ ଦେଲେ ଅନିଲ କୁମ୍ବଲେ,’ସେହ୍ବାଗଙ୍କଠୁ ଶିଖ’

ନୂଆଦିଲ୍ଲୀ,୨୦।୩: ପୂର୍ବତନ ଭାରତୀୟ ଅଧିନାୟକ ଏବଂ ପ୍ରଶିକ୍ଷକ ଅନିଲ କୁମ୍ବଲେ ବିଶ୍ୱାସ କରନ୍ତି ଯେ ଯୁବ ଓପନର ଅଭିଷେକ ଶର୍ମାଙ୍କୁ ଧୂଆଁଧାର ବ୍ୟାଟିଂ ଏବଂ କ୍ରିଜରେ ରହିବା…

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

BCCI ଆଗରେ ଏମିତି ଡିମାଣ୍ଡ ରଖିଲେ ଅଜିତ ଅଗରକର: ହେବ କି ପୂରଣ

ନୂଆଦିଲ୍ଲୀ,୧୯।୩: ଟି୨୦ ବିଶ୍ୱକପରେ ଭାରତର ବିଜୟ ପରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବିସିସିଆଇ ସାମ୍ନାରେ ଏକ ଡିମାଣ୍ଡ ରଖିଛନ୍ତି। ଅଗରକର ୨୦୨୭ ଏକଦିବସୀୟ ବିଶ୍ୱକପ ପର୍ଯ୍ୟନ୍ତ…

ଇଶାନ କିଷାନଙ୍କୁ ବଡ ଦାୟିତ୍ୱ ଦେଲା ସନରାଇଜର୍ସ ହାଇଦ୍ରାବାଦ, କମିନ୍ସଙ୍କ ଅନୁପସ୍ଥିତିରେ…

ହାଇଦ୍ରାବାଦ,୧୮।୩: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୬ ସିଜନ ଆରମ୍ଭ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ (SRH) ଏକ ବଡ଼ ଘୋଷଣା କରିଛି। ଦଳର ନିୟମିତ ଅଧିନାୟକ ପ୍ୟାଟ୍…

Video: କ୍ରିକେଟରରୁ ପାଇଲଟ ହେଲେ ଗ୍ଲେନ୍ ଫିଲିପ୍ସ, ଯଦି ଟଙ୍କା ଥା’ନ୍ତା….

ନୂଆଦିଲ୍ଲୀ,୧୮।୩: ନ୍ୟୁଜିଲାଣ୍ଡର ଷ୍ଟାର କ୍ରିକେଟର ଗ୍ଲେନ୍ ଫିଲିପ୍ସ କେବଳ କ୍ରିକେଟ୍ ପଡ଼ିଆରେ ଜଣେ ଅଲରାଉଣ୍ଡର ନୁହଁନ୍ତି, ବରଂ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ତାଙ୍କର ଅଲରାଉଣ୍ଡର କ୍ଷମତା ରହିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri