Posted inଖେଳ

ୟୁଏସ୍‌ ଓପନ୍‌ ଟେନିସ୍‌: ଥିମ୍‌-ଜେଭେରେଭ ଫାଇନାଲ ଫାଇଟ୍‌

ନ୍ୟୁୟର୍କ, ୧୩।୯(ଏପି): ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ୟୁଏସ୍‌ ଓପନ୍‌ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ମହିଳା ସିଙ୍ଗଲ୍ସ ପରେ ଏବେ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ରବିବାର ଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରିଆର ଦ୍ୱିତୀୟ ସିଡ୍‌ ଖେଳାଳି ଡୋମିନିକ୍‌ ଥିମ୍‌ ଓ ପଞ୍ଚମ ସିଡ୍‌ ଜର୍ମାନୀ ତାରକା ଖେଳାଳି ଆଲେକ୍‌ଜାଣ୍ଡର ଜେଭେରେଭ ପରସ୍ପରକୁ ଭେଟିବେ। ଶୁକ୍ରବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ଜେଭରେଭ ୩-୬, ୨-୬, ୬-୩, ୬-୪, ୬-୩ ମାରାଥନ୍‌ ସେଟ୍‌ରେ ସ୍ପେନ୍‌ର ୨୦ତମ ସିଡ୍‌ ଖେଳାଳି ୨୯ ବର୍ଷୀୟ ପାବ୍ଲୋ କାରେନୋ ବୁଷ୍ଟାଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ମ୍ୟାଚ୍‌ ବେଶ୍‌ ରୋମାଞ୍ଚକ ହୋଇଥିଲା। ପ୍ରଥମ ଦୁଇଟି ସେଟ୍‌ରେ ଜେଭେରେଭ ପରାସ୍ତ ହୋଇ ପଛରେ ପଡିଥିଲେ। ତେବେ ଏହାପରେ ଦମ୍‌ଦାର ପ୍ରଦର୍ଶନ କରି ଜେଭରେଭ ପ୍ରତ୍ୟାବର୍ତ୍ତନ କରିଥିଲେ ଓ ବାକି ୩ଟି ସେଟ୍‌ ଜିତି ନେଇ ବାଜି ମାରିଥିଲେ। ବିଜୟୀ ହେବାକୁ ବେଶ୍‌ କଷ୍ଟ କରିବାକୁ ପଡିଥିଲା ବୋଲି ୨୩ ବର୍ଷୀୟ ଜେଭରେଭ ସ୍ବୀକାର କରିଛନ୍ତି। ବିଜୟୀ ହୋଇଥିବାରୁ ନିଜ ପ୍ରଦର୍ଶନରେ ସେ ଖୁସି ଜାହିର କରିଛନ୍ତି।
ସେହିପରି ଦ୍ୱିତୀୟ ସେମିଫାଇନାଲରେ ଥିମ୍‌ ୬-୨, ୭-୬, ୭-୬ ସେଟ୍‌ରେ ରୁଷିଆର ତୃତୀୟ ସିଡ୍‌ ମାନ୍ୟତାପ୍ରାପ୍ତ ଖେଳାଳି ଡାନିଲି ମେଡ୍‌ଭେଡେଭଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ବିଜୟୀ ହେବା ପାଇଁ ୨୭ ବର୍ଷୀୟ ଥିମ୍‌ଙ୍କୁ ୨ ଘଣ୍ଟା ୫୬ ମିନିଟ୍‌ ସମୟ ଆବଶ୍ୟକ ହୋଇଥିଲା। ମ୍ୟାଚ୍‌ରେ ଜବରଦସ୍ତ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ମେଡଭେଡେଭ ଗତବର୍ଷ ୟୁଏସ୍‌ ଓପନ୍‌ରେ ରନର୍ସଅପ୍‌ ହୋଇଥିଲେ। ସେ ମଧ୍ୟ ଗତ ଦୁଇବର୍ଷ ହେବ ଫ୍ରେଞ୍ଚ୍‌ ଓପନ୍‌ରେ ସ୍ପେନ୍‌ର ରାଫାଲ ନାଡାଲଙ୍କଠାରୁ ପରାସ୍ତ ହୋଇଥିଲେ। ସେହିପରି ଫେବୃୟାରୀରେ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ନୋଭାକ ଜୋକୋଭିକଙ୍କଠାରୁ ମଧ୍ୟ ପରାସ୍ତ ହୋଇଥିଲେ। ଥିମ୍‌ଙ୍କୁ ଭେଟିବା ପୂର୍ବରୁ ମେଡଭେଡେଭ୍‌ ସାରା ଟୁର୍ନାମେଣ୍ଟରେ ଗୋଟିଏ ହେଲେ ବି ସେଟ୍‌ ଡ୍ରପ୍‌ କରି ନ ଥିଲେ। ଜବରଦସ୍ତ ଫର୍ମରେ ଥିଲେ ମଧ୍ୟ ମେଡଭେଡେଭ୍‌ଙ୍କୁ ଥ୍‌ମ୍‌ କୌଣସି ସୁଯୋଗ ଦେଇ ନ ଥିଲେ।

ଦୀର୍ଘ ୧୬ ବର୍ଷ ପରେ କୌଣସି ଗ୍ରାଣ୍ଡସ୍ଲାମ ସେମିଫାଇନାଲରେ ୩ଜଣ ବଡ଼ ଖେଳାଳି ନୋଭାକ ଜୋକୋଭିଚ୍‌, ରୋଜର ଫେଡେରର କିମ୍ବା ରାଫାଲ ନାଡାଲଙ୍କୁ ଦେଖିବାକୁ ମିଳି ନ ଥିଲା। କୋଭିଡ୍‌-୧୯ ମହାମାରୀ ପାଇଁ ନାଡ଼ାଲ ଏଥର ୟୁଏସ୍‌ ଓପନ୍‌ରେ ଅଂଶଗ୍ରହଣ ନ କରିବାକୁ ନିଷ୍ପତ୍ତି ନେଇଥିଲେ। ସେହିପରି ଫେଡରର ଆଣ୍ଠୁରେ ଅସ୍ତ୍ରୋପଚାର କରାଇଥିବା କାରଣରୁ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିପାରି ନ ଥିଲେ। ସେହିପରି ଏକ ବିବାଦୀୟ ଢଙ୍ଗରେ ଜୋକୋଭିଚ୍‌ ବୁଷ୍ଟାଙ୍କ ବିପକ୍ଷ ଚତୁର୍ଥ ରାଉଣ୍ଡ ମ୍ୟାଚ୍‌ ଖେଳୁଥିବା ବେଳେ ଅଜାଣତରେ ବଲ୍‌ରେ ଲାଇନ୍‌ ଜଜ୍‌ଙ୍କୁ ଆଘାତ ଦେଇ ପ୍ରତିଯୋଗିତାରୁ ବାଦ୍‌ ପଡିଥିଲେ।
ଏହାପୂର୍ବରୁ ଜେଭରେଭ ଜାନୁୟାରୀରେ ଅଷ୍ଟ୍ରେଲିଆନ ଓପନ୍‌ ସେମିଫାଇନାଲରେ ପ୍ରବେଶ କରିଥିଲେ ଓ ଏହା ତାଙ୍କର ପ୍ରଥମ ମେଜର ସେମିଫାଇନାଲ ଥିଲା। ଅବଶ୍ୟ ସେ ଥିମ୍‌ଙ୍କଠାରୁ ପରାସ୍ତ ହୋଇଥିଲେ। ଶନିବାର ମହିଳା ସିଙ୍ଗଲ୍ସ ଫାଇନାଲରେ ନାଓମି ଓସାକା ଓ ଭିକ୍ଟୋରିଆ ଆଜାରେଙ୍କା ଟାଇଟଲ ପାଇଁ ପରସ୍ପରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri