ଉତ୍ତର କୋରିଆକୁ ସିଗାରେଟ ବିକ୍ରି କରିବାରୁ ରାଗିଲା ଆମେରିକା, ଏହି କମ୍ପାନୀ ଉପରେ ଲଗାଇଲା ୫୨ ହଜାର କୋଟି ଜରିମାନା

ଓ୍ବାଶିଂଟନ,୨୬।୪: ଆମେରିକା ଓ ଉତ୍ତର କୋରିଆର ଶତ୍ରୁତାକୁ ନେଇ ଭିନ୍ନ ଭିନ୍ନ ସମୟରେ ଖବର ଆସୁଛି। ଏହି ଦୁଇ ଦେଶ ପରସ୍ପରକୁ ଆଦୌ ସହ୍ୟ କରିପାରୁ ନାହାନ୍ତି। ଏମିତିକି ଏମାନଙ୍କ ମିତ୍ର ଦେଶ ଯଦି ଏମାନଙ୍କ ଇଚ୍ଛା ବିରୋଧରେ କିଛି କରୁଛନ୍ତି ତେବେ ବି ଏମାନଙ୍କୁ ଖରାପ ଲାଗୁଛି। ଏବେ ଆମେରିକା ଏହାର ମିତ୍ର ରାଷ୍ଟ୍ର ବ୍ରିଟେନର ଏକ କମ୍ପାନୀ ଉପରେ ଏଥିପାଇଁ ହଜାର ହଜାର କୋଟି ଟଙ୍କାର ଜରିମାନା ଲଗାଇଛି, କାରଣ ଏହି କମ୍ପାନୀ ଉତ୍ତର କୋରିଆକୁ ସିଗାରେଟ ବିକ୍ରି କରିଛି।

ଆମେରିକା ବିଶ୍ୱର ସବୁଠାରୁ ବଡ ଟବାକୋ କମ୍ପାନୀରେ ସାମିଲ ବ୍ରିଟିଶ-ଆମେରିକାନ ଟବାକୋ କମ୍ପାନୀ(ବ୍ୟାଟ) ଉପରେ ୫୨ ହଜାର କୋଟି ଟଙ୍କାର ଜରିମାନା ଲଗାଇଛି। ଆମେରିକା ଏଭଳି କାର୍ଯ୍ୟାନୁଷ୍ଠାନ ସେତିକି ବେଳେ ନେଇଛି ଯେତେବେଳେ ବ୍ୟାଟର ଜଣେ ସହାୟକ ଏକଛତ୍ରବାଦୀ ଶାସକ କିମଙ୍କ ଦେଶକୁ ସିଗାରେଟ ବିକ୍ରି କରିଥିବା କଥା ସ୍ବୀକାର କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏହି ଡିଲ ୨୦୦୭ରୁ ୨୦୧୭ ମଧ୍ୟରେ ହୋଇଥିଲା। ୟୁଏସ ଡିପାର୍ଟମେଣ୍ଟ ଅଫ ଜଷ୍ଟିସ କହିଛି କି ବ୍ୟାଟ ଉତ୍ତର କୋରିଆ ସଂସ୍ଥାକୁ ସିଗାରେଟ ବିକ୍ରି ପାଇଁ କିଛି ଆର୍ଥିକ ଘୋଟାଲା ବି କରିଛି।

Share