ଲଦାଖରେ ଚାଇନାର କାର୍ଯ୍ୟକଳାପ ଉପରେ ଆମେରିକା ନଜର…

ଓ୍ବାଶିଂଟନ,୩।୧୧ : କେବଳ ଭାରତ ନୁହେଁ ଆମେରିକା ମଧ୍ୟ ଲଦାଖରେ ଚାଇନାର କାର୍ଯ୍ୟକଳାପ ଉପରେ ତୀକ୍ଷ୍‌ଣ ନଜର ରଖିଛି। ଆମେରିକାର ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ  ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ନୂଆଦିଲ୍ଲୀ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରି ଲଦାଖ ସେକ୍ଟରରେ ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲଏସି) ଉପରେ ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ସୀମା ବିବାଦ ମଧ୍ୟରେ ଆମେରିକା ନଜର ରଖିଛି। ରିୟର ଆଡମିରାଲ ମାଇକେଲ ଏଲ ବେକର କହିଛନ୍ତି। ଏହା ନିଶ୍ଚିତ ଭାବରେ ଆମେରିକା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର।

ସେ କହିଛନ୍ତି, ଆମେ ସଜାଗ ରହିଛୁ। ଏଠାରେ କଣ ଘଟୁଛି ନିଶ୍ଚିତ କରିବାକୁ ଏହି କ୍ଷେତ୍ର ଉପରେ ଆମର ମତ ବିନିମୟ ପାଇଁ ଆମେ ଭାରତ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛୁ। ମୁଁ ଭାବୁଛି ଏହା ଏକ ସ୍ଥାନ ଯେଉଁଠାରେ ଉଭୟ ଭାରତ ଏବଂ ଆମେରିକା ନଜର ରଖିଛନ୍ତି। ଆଞ୍ଚଳିକ ସୁରକ୍ଷା ପ୍ରସଙ୍ଗରେ ଆମେ ଆଖି ବନ୍ଦ କରିପାରିବୁ ନାହିଁ।

Share