Categories: ଜାତୀୟ

ଆମେରିକା ସେନା ବିମାନ ପ୍ରଥମଥର ଭାରତୀୟ ଏୟାର ବେସ୍‌ରେ ଭରିଲା ଇନ୍ଧନ

ନୂଆଦିଲ୍ଲୀ,୩ ।୧୦: ଗୋଟିଏ ପଟେ ପୂର୍ବ ଲଦ୍ଦାଖରେ ଭାରତ-ଚାଇନା ସୀମା ବିବାଦ ଲାଗି ରହିଥିବା ବେଳେ ଅନ୍ୟପଟେ ଆମେରିକାର ସେନା ବିମାନ ପ୍ରଥମଥର ଲାଗି ଆଣ୍ଡାମାନ ନିକୋବର ଦ୍ୱୀପରେ ଇନ୍ଧନ ଭରିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଶୁକ୍ରବାର ଆମେରିକାର ପି-୮ ପୋସିଡନ ବିମାନ ସେପ୍ଟେମ୍ବର ୨୫ରେ ଇନ୍ଧନ ଭରିବା ପାଇଁ କିଛିଘଣ୍ଟା ଲାଗି ପୋର୍ଟ ବ୍ଲେୟାରରେ ଅବତରଣ କରିଥିଲା । ଏହି ଆମେରିକା ବିମାନ ଶତ୍ରୁଙ୍କ ବୁଡାଜାହାଜ ଓ ଯୁଦ୍ଧ ଜାହାଜକୁ ଟାର୍ଗେଟ କରିବା ପାଇଁ ରାଡାର ଓ କ୍ଷେପଣାସ୍ତ୍ରଠାରୁ ଶକ୍ତିଶାଳୀ । ସୂଚନାଯୋଗ୍ୟ, ଭାରତ ଓ ଆମେରିକା ୨୦୧୬ରେ ପାରସ୍ପରିକ ସୈନ୍ୟ ସନ୍ଧି, ଲଜିଷ୍ଟିକ୍ସ ଏକ୍ସଚେଞ୍ଜ ମେମୋରେଣ୍ଡମ ଅଫ୍ ଏଗ୍ରିମେଣ୍ଟ ଆଧାରରେ ପରସ୍ପରର ଯୁଦ୍ଧ ଜାହାଜରେ ଇନ୍ଧନ ଭରିବା ଓ ପରିଚାଳନାରେ ସାହାଯ୍ୟ କରୁଛନ୍ତି । ହେଲେ ପ୍ରଥମଥର ଲାଗି ଆମେରିକାର ବିମାନ ଆଣ୍ଡାମାନ ନିକୋବରରେ ଅବତରଣ କରିଥିଲା । ଏହା ଏଥିପାଇଁ ବି ମହତ୍ୱପୂର୍ଣ୍ଣ କାରଣ ଭାରତ-ଆମେରିକା ହିନ୍ଦ ମହାସାଗରରେ ଆଣ୍ଡାମାନ ନିକଟରେ ଅଭ୍ୟାସରେ ପରସ୍ପରକୁ ସହଯୋଗ କରୁଛନ୍ତି ।

Share