ଆଖିବୁଜିଲେ ଘୁଷୁରି ହାର୍ଟ ଲାଗିଥିବା ବ୍ୟକ୍ତି

ବାଲ୍ଟିମୋର,୧୦।୩: ପ୍ରାୟ ଦୁଇମାସ ପୂର୍ବେ ଆମେରିକାରେ ଏକ ବିରଳ ପରୀକ୍ଷଣ ହୋଇଥିଲା। ଏହି ପରୀକ୍ଷଣରେ ପ୍ରଥମଥର ପାଇଁ ମଣିଷ ଶରୀରରେ ଘୁଷୁରି ହାର୍ଟ ପ୍ରତିରୋପଣ କରାଯାଇଥିଲା। ତେବେ ୨ମାସ ପରେ ପ୍ରତିରୋପଣ ହୋଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଅସ୍ତ୍ରୋପଚାର କରିଥିବା ମେରିଲ୍ୟାଣ୍ଡ ହସ୍ପିଟାଲ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଡେଭିଡ ବେନେଟ (୫୭)ଙ୍କ ମେରିଲ୍ୟାଣ୍ଡ ୟୁନିଭରସିଟି ମେଡିକାଲରେ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁର କାରଣ ଡାକ୍ତରମାନେ ଦେଇନାହାଁନ୍ତି, କିନ୍ତୁ ତାଙ୍କ ଅବସ୍ଥା କିଛି ଦିନ ପୂର୍ବରୁ ସଙ୍କଟାପନ୍ନ ଥିଲା।
ଜାନୁୟାରୀ ୭, ୨୦୨୨ରେ, ବିଶ୍ୱରେ ପ୍ରଥମ ଥର ପାଇଁ ଡାକ୍ତରମାନେ ଆମେରିକାରେ ଜଣେ ମଣିଷର ଜୀବନ ବଞ୍ଚାଇବାକୁ ଚେଷ୍ଟା କରି ଘୁଷୁରି ହାର୍ଟ ପ୍ରତିରୋପଣ କରିଥିଲେ। ଘୁଷୁରିର ହାର୍ଟ ମାନବ ଶରୀରରେ ପ୍ରତିରୋପଣ କରିବା ପରେ ଚିକିତ୍ସା ବିଜ୍ଞାନରେ ନୂତନ ଆଶା ସୃଷ୍ଟି ହେଲା। ଏହା ଆଶା କରାଯାଉଥିଲା ଯେ ଏହା ମାନବ ଶରୀରରେ ପଶୁ ଅଂଶ ପ୍ରତିରୋପଣ ପାଇଁ ଚାଲିଥିବା ପ୍ରୟାସରେ ସଫଳତା ଆଣିବ। କିନ୍ତୁ ତାହା ବିଫଳ ହୋଇଛି।

Share