ବୃଦ୍ଧଙ୍କ ଘରୁ ଉଦ୍ଧାର ହେଲା ୨୦ ଅଜଗର, ୮୮୫ ମୂଷା ଓ ୪୬ ଠେକୁଆ

ସଲ୍ଟ ଲେକ ସିଟି,୧୩।୧୦-ଆମେରିକାର ହୋଲାଡେ ସହରରେ ରହୁଥିବା ଜଣେ ବୃଦ୍ଧଙ୍କ ଘରେ ପୋଲିସ ଚଢାଉ କରି ୨୦ଟି ଅଜଗର, ୮୮୫ ମୂଷା ଓ ୪୬ ଠେକୁଆ ଜବତ କରିଛି। ଏହି ଘଟଣାରେ ମାର୍ଟିନ ବୋନ(୬୮) ନାମକ ଜଣେ ବୃଦ୍ଧଙ୍କୁ ପୋଲିସ ଗିରଫ କରିଛି।
ପୋଲିସ କହିଛି, ମାର୍ଟିନ ଜଣେ ଗୁପ୍ତ ଏଜେଣ୍ଟ ସହ ଫେସବୁକ ମାଧ୍ୟମରେ ଯୋଗାଯୋଗ କରି ଅଜଗର, ମୂଷା ଓ ଠେକୁଆକୁ କିଣିଥିଲେ। ପରେ ନିଜ ଘରେ ସେସବୁକୁ ଲୁଚାଇ ରଖିଥିଲେ। ଖବରପାଇ ଶୁକ୍ରବାର ସକାଳେ ୟୁନିଫାଏଡ ପୋଲିସ ତାଙ୍କ ଘରେ ଚଢାଉ କରିଥିଲେ। ବିଷାକ୍ତ ପଶୁମାନଙ୍କୁ ଘରେ ରଖିବା ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି।

Share