ଶାନ୍ତି ଚୁକ୍ତି ପାଇଁ ଆମେରିକା-ଇରାନ ରାଜି, ଖୋଲିବ ହର୍ମୁଜ, ଅବରୋଧ ହଟାଇ…

ଓ୍ବାଶିଂଟନ,୧୫ା୬: ଐତିହାସିକ ଶାନ୍ତି ଚୁକ୍ତି ପାଇଁ ଆମେରିକା ଏବଂ ଇରାନ ସହମତି ପ୍ରକାଶ କରିଛନ୍ତି। ଶୁକ୍ରବାର ସ୍ବିଜରଲାଣ୍ଡ ଜେନେଭାରେ ଏହି ଐତିହାସିକ ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହେବ। ୮୦ତମ ଜନ୍ମଦିନ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଘୋଷଣା କରିଛନ୍ତି। ପାକିସ୍ତାନ ମଧ୍ୟସ୍ଥତାରେ ୧୪ ଘଣ୍ଟାର ଆଲୋଚନା ପରେ ଶାନ୍ତି ଚୁକ୍ତି ଘୋଷଣା ହୋଇଛି। ଫଳରେ ଐତିହାସିକ ଶାନ୍ତି ଡିଲ୍‌ ଦ୍ବାରା ୩ ମାସ ଧରି ଚାଲିଥିବା ଯୁଦ୍ଧର ଅନ୍ତ ଘଟିବ। ହର୍ମୁଜ ପ୍ରଣାଳୀ ଖୋଲିବ ଏବଂ ଆମେରିକା ଅବରୋଧ ହଟାଇବ ବୋଲି ଟ୍ରମ୍ପ ମାନି ନେଇଛନ୍ତି।

Dharitri – Odisha’s No.1 Odia Daily

Share