ଆମେରିକାରେ ଝଡ଼ବାତ୍ୟା: ୩୫ ମୃତ

ସାନ୍‌ ସାଲ୍‌ଭାଡର, ୨୦ା୧୧:କେନ୍ଦ୍ରୀୟ ଆମେରିକାରେ ଝଡ଼ବାତ୍ୟା ଯୋଗୁ ୩୫ ଜଣଙ୍କ ପ୍ରାଣହାନି ଘଟିଛି। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ନିକାରଗୁଆରେ। ଏଠାରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ହଣ୍ଡୁରାସ୍‌ରେ ୧୪ ଜଣ ପ୍ରାଣ ହରାଇଛନ୍ତି। ଦୁଇ ସପ୍ତାହ ପୂର୍ବରୁ ବାତ୍ୟା ‘ଇଟା’ ସବୁ ଛାରଖାର କରିଦେଇଥିବାବେଳେ ଏବେ ଝଡ଼ବାତ୍ୟା ‘ଆୟୋଟା’ର ତାଣ୍ଡବ ଦେଖିବାକୁ ମିଳିଛି। ଘଣ୍ଟା ପ୍ରତି ୧୦୦ କି.ମି. ବେଗରେ ପବନ ବହିବା ସହ ପ୍ରବଳ ବର୍ଷାହେବାରୁ ସହସ୍ରାଧିକ ଘର, ଗଛ ଆଦି ଭାଙ୍ଗିଯାଇଥିବା ଜଣାପଡ଼ିଛି। ଆୟୋଟା ନିକାରଗୁଆଠାରେ ଲ୍ୟାଣ୍ଡ୍‌ଫଲ୍‌ କରି ୩ ଦିନ ହେବ ଗୁଏତ୍‌ମାଲା, ହଣ୍ଡୁରାସ୍‌ ଓ ଆଖପାଖ ଅଞ୍ଚଳବାସୀଙ୍କୁ ନିକେନମ୍‌ କରି ରଖିଛି। କେତେକ ସ୍ଥାନରେ ବର୍ଷାଜନିତ ବନ୍ୟା ଓ ଭୂସ୍ଖଳନ ପରିସ୍ଥିତି ଦେଖାଦେଇଛି। ଏଥିଲାଗି ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନେକ ଲୋକଙ୍କୁ ସୁରକ୍ଷା ଲାଗି ଆଶ୍ରୟସ୍ଥଳକୁ ନିଆଯାଇଛି।

Share