କାବୁଲରେ ଆମେରିକା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ…

କାବୁଲ,୧୨।୯ : ଆମେରିକାର୍ରେି ନିର୍ମିତ ବ୍ଲାକ ହକ ହେଲିକପ୍ଟର କାବୁଲରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶନିବାର ଘଟିଥିବା ଏହି ଦୁର୍ଘଟଣାରେ ତିନିଜଣ ଆଫଗାନିସ୍ତାନ କ୍ରୁ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ତାଲିବାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ ଏହି ସୂଚନା ଦେଇଛି।

ରାଜଧାନୀ କାବୁଲରେ ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଏକ ଟ୍ରେନିଂ ଅଧିବେଶନରେ ଘଟିଥିବା ଏହି ଦୁର୍ଘଟଣାରେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି।

ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଇନାୟତୁଲ୍ଲା ଖୋରାଜମି କହିଛନ୍ତି ଯେ ଟ୍ରେନିଂରେ ଥିବା ଏକ ଆମେରିକୀୟ ବ୍ଲାକ ହକ ହେଲିକପ୍ଟର ଜାତୀୟ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ ପରିସରରେ ବୈଷୟିକ ସମସ୍ୟା େଯୋଗୁ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରାୟ ଏକ ବର୍ଷ ପୂର୍ବେ ତାଲିବାନ ଦେଶ ଗ୍ରହଣ କରିବା ପରେ ଆମେରିକାର କିଛି ବିମାନକୁ ନିୟନ୍ତ୍ରଣ କରିଥିଲା। ତେବେ କେତେ ବିମାନ ଠିକ ଅଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Share