୨୪ ଘଣ୍ଟାରେ ୨ହଜାର ଲୋକଙ୍କୁ କାବୁଲ ବାହାରକୁ ଆଣିଲା ଆମେରିକା

ୱାଶିଂଟନ,୨୯ ।୮: ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର ଅଭିଯାନର କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଆମେରିକା କଥା ଦେଇଛି ୩୧ ଅଗଷ୍ଟ ସୁଦ୍ଧା ସେ ତା’ର ସେନାଙ୍କୁ ଆଫଗାନିସ୍ତାନରୁ ଫେରାଇ ଆଣିବ । ଏଥିପାଇଁ ସେ ସେଠାରୁ ସେନାଙ୍କୁ ବାହାରକୁ ଆଣିବାର ପ୍ରକ୍ରିୟାକୁ ବୃଦ୍ଧି କରି ଦେଇଛି । ହ୍ୱାଇଟ ହାଉସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆମେରିକା ଗତ ୨୪ ଘଣ୍ଟା ମଧ୍ୟରେ କାବୁଲ ବିମାନ ବନ୍ଦରରୁ ପାଖାପାଖି ୨ହଜାର ଲୋକଙ୍କୁ ବାହାରକୁ ବାହାର କରି ସାରିଛି । ଆମେରିକାର ୧୧ଟି ବିମାନ ଓ ଅନ୍ୟ ସହଯୋଗୀ ଦେଶର ୭ଟି ବିମାନ ସାହାଯ୍ୟରେ ୨୦୦୦ ଲୋକଙ୍କୁ କାବୁଲରୁ ସୁରକ୍ଷିତ ଭାବେ ବାହାର କରାଯାଇଛି ।

Share