ବିଶ୍ୱରେ ପ୍ରଥମ: ହରିଣକୁ ହେଲା କରୋନା

ହିକାଗୋ,୨୮।୮: ଆମେରିକାର ଓହିଓ ପ୍ରଦେଶରେ ଏକ ହରିଣ କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ହରିଣ କରୋନାରେ ସଂକ୍ରମଣ ହେବା ବୋଧହୁଏ ବିଶ୍ୱର ପ୍ରଥମ ଘଟଣା। ଆମେରିକା କୃଷି ବିଭାଗ ସୂଚନା ଅନୁଯାୟୀ, ଧଳା ଲାଞ୍ଜ ବିଶିଷ୍ଟ ହରିଣ ସାର୍ସ-ସିଓଭି-୨ ଭୂତାଣୁରେ ସଂକ୍ରମିତ ହୋଇଛି। କୌଣସି ଲକ୍ଷଣ ଦେଖାଯାଉ ନ ଥିବା ବେଳେ ହରିଣଟି କିପରି ସଂକ୍ରମିତ ହେଲା ତାକୁ ନେଇ ବନ ବିଭାଗ ଚିନ୍ତା ପ୍ରକଟ କରିଛି। ଏହା କୌଣସି ସଂକ୍ରମିତ ବ୍ୟକ୍ତି, ପ୍ରାଣୀ ସଂସ୍ପର୍ଶରେ ଆସିଥାଇପାରେ ବୋଲି ସନ୍ଦେହ କରାଯାଉଛି। ପୂର୍ବରୁ କୁକୁର, ବିରାଡ଼ି, ବାଘ, ସିଂହ, ତୁଷାର ଚିତାବାଘ, ଗରିଲା ଆଦି ପ୍ରାଣୀ କୋଭିଡ୍‌ ସଂକ୍ରମିତ ହୋଇଥିଲେ।

Share